ବେଦାନ୍ତ ଆଲୁମିନିୟମ ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଭକ୍ତଙ୍କୁ ସେବା ଯୋଗାଇଛି

0
236ea860-fe6d-476f-965a-e05981d6d6e6

ଭୁବନେଶ୍ୱର, ୧୯ ଜୁଲାଇ ୨୦୨୬: ପବିତ୍ର ରଥଯାତ୍ରା–୨୦୨୬ ଅବସରରେ ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପୁରୀକୁ ଆସିଥିବା ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ଜନକଲ୍ୟାଣମୂଳକ ସେବା ଯୋଗାଇଛି । ଏହାସହ କମ୍ପାନୀ ମଧ୍‌ଯ ନିଜ କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତୀ ଅଂଚଳର ୭,୦୦୦ରୁ ଅଧିକ ସମ୍ପ୍ରଦାୟ ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସହାୟତା ଓ ଆତିଥ୍ୟ ସେବା ପ୍ରଦାନ କରାଯାଇଛି ।

ରଥଯାତ୍ରା ସମୟରେ ପୁରୀକୁ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କମ୍ପାନୀ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି । ଏହି ଦଳ ଦିନରାତି ବିଭିନ୍ନ ପ୍ରମୁଖ ସ୍ଥାନରେ ସେବା ଯୋଗାଉଛନ୍ତି । ଭକ୍ତମାନଙ୍କୁ ପୌଷ୍ଟିକ ଖାଦ୍ୟ, ଶୀତଳ ପାନୀୟ, ଓଆରଏସ୍‌, ପାନୀୟ ଜଳ ବଂଟନ କରିବା ସହ ଓଡ଼ିଶାର ପାରମ୍ପରିକ କଳାର ପ୍ରଦର୍ଶନ ମାଧ୍ୟମରେ କମ୍ପାନୀ ସ୍ଥାନୀୟ ପ୍ରଶାସନ ସହ ମିଶି ରାଜ୍ୟର ଆଧ୍ୟାତ୍ମିକ ଐତିହ୍ୟକୁ ଉଜାଗର କରିଛି ।

\’ସେବା\’ର ମହାନ ଆଦର୍ଶକୁ ଆଧାର କରି କମ୍ପାନୀ ଶ୍ରୀମନ୍ଦିର ନିକଟରେ ଏକ ବୃହତ୍ ବେସ୍ କ୍ୟାମ୍ପ ଓ ମେଗା ଅନ୍ନଛତ୍ର ସ୍ଥାପନ କରିଛି । ସେଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ଗରମ ଓ ସ୍ୱଚ୍ଛ ଖାଦ୍ୟ, ଜଳଖିଆ ପ୍ୟାକେଟ୍‌, ମହାପ୍ରସାଦ, ଓଆରଏସ୍ ଓ ପାନୀୟ ଜଳ ବଂଟନ କରାଯାଉଛି । ଜନସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କମ୍ପାନୀ ସରକାରୀ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଜୈବ କ୍ଷୟଶୀଳ ଥାଳି ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି ।

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, \”ପବିତ୍ର ରଥଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପରିଚୟର ଏକ ଅନନ୍ୟ ପ୍ରତୀକ । ଏହି ପବିତ୍ର ଅବସରରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ପ୍ରଦାନ କରିବା ଆମ ପାଇଁ ଗର୍ବର ବିଷୟ । ଏହା ରାଜ୍ୟର ସମୃଦ୍ଧ ଐତିହ୍ୟ ପ୍ରତି ଆମର ସମ୍ମାନ ଏବଂ ଓଡ଼ିଶାର ଲୋକଙ୍କ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ ।\”

ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନୀ ପକ୍ଷରୁ ଭଜନ ସମାରୋହ, ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ବାଲୁକା କଳାକୃତିର ଆୟୋଜନ କରାଯାଇଛି । ଏହା ସହିତ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ସ୍ଥିତ କମ୍ପାନୀର ଟାଉନସିପ୍‌ରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଥିଲା । ସେଠାରେ ରଥ ଟାଣିବା, ଅନ୍ନଛତ୍ର ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ହଜାର ହଜାର କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ଲୋକମାନେ ସାମିଲ ହୋଇଥିଲେ ।

ଓଡ଼ିଶାର ସାମାଜିକ ଓ ଆର୍ôଥକ ବିକାଶରେ ଦୀର୍ଘଦିନ ଧରି ବେଦାନ୍ତ ଆଲୁମିନିୟମ ସହଯୋଗୀ ଭାବେ କାର୍ଯ୍ୟ କରିଆସୁଛି । କମ୍ପାନୀ ଗ୍ରାମାଂଟଳରେ ଭିତିଭୂମି ବିକାଶ, ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ଏବଂ ସ୍ଥାନୀୟ ଶିଳ୍ପର ବିକାଶରେ ଉଲ୍ଲେଖନୀୟ ନିବେଶ କରିଛି । ଏହା ସହ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ନିଜ ମୂଲ୍ୟ ଶୃଙ୍ଖଳାରେ ସାମିଲ କରି ସ୍ଥାନୀୟ ଯୁବବର୍ଗଙ୍କୁ ସଶକ୍ତ କରିବା ସହ ରାଜ୍ୟର ସ୍ଥାୟୀ ବିକାଶକୁ ଗତି ଦେଇଆସୁଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ କାର୍ଯ୍ୟକ୍ରମ ଶିକ୍ଷା, ମହିଳା ସଶକ୍ତିକରଣ, ଜୀବିକା ସୃଷ୍ଟି ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବ୍ୟାପ୍ତ । ଦୁର୍ଗମ ଅଂଚଳରେ ମୋବାଇଲ୍ ହେଲ୍ଥ ଭ୍ୟାନ୍ ସେବା, ବିଶ୍ୱସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା ଏବଂ ଢୋକ୍ରା ଓ ସଉରା କଳା ପରି ପାରମ୍ପରିକ ଓଡ଼ିଆ କଳାର ସଂରକ୍ଷଣ ମାଧ୍ୟମରେ କମ୍ପାନୀ ଗ୍ରାମୀଣ ଓଡ଼ିଶାର ଜୀବନମାନ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *