ଅନିଲ ଅଗ୍ରୱାଲ ୪ଟି ନୂତନ ବେଦାନ୍ତ କମ୍ପାନିର ତାଲିକାଭୁକ୍ତକୁ ଏକ ଐତିହାସିକ ମାଇଲଖୁଂଟ କହିଛନ୍ତି, ଆଗକୁ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଦେଖୁଛନ୍ତି
ଭୁବନେଶ୍ୱର: ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ନୂତନ ଭାବେ ଅଲଗା ହୋଇଥିବା ୪ଟି ବେଦାନ୍ତ କମ୍ପାନିର ତାଲିକାଭୁକ୍ତକୁ ଏକ \”ଐତିହାସିକ ଏବଂ ଗଭୀର ଭାବନାତ୍ମକ’ ମାଇଲଖୁଂଟ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣା ଗ୍ରୁପ୍ର ଅଭିବୃଦ୍ଧି ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭକୁ ଦର୍ଶାଉଛି ।
“ଏକ୍ସ” ଓ “ଫେସବୁକ”ରେ ସେୟାର କରାଯାଇଥିବା ପୋଷ୍ଟରେ ଅଗ୍ରୱାଲ ବିଗତ ୨୪ ବର୍ଷ ମଧ୍ୟରେ ବେଦାନ୍ତର କ୍ରମବିକାଶ ଉପରେ ଆଲୋକପାତ କରିଛନ୍ତି । ସେ ଲଣ୍ଡନରେ ବେଦାନ୍ତ ରିସୋର୍ସେସର ତାଲିକାଭୁକ୍ତକୁ ମନେ ପକାଇଛନ୍ତି ଏବଂ ସେହି ମାଇଲଖୁଂଟ ଓ ୪ଟି ନୂତନ କମ୍ପାନିର ତାଲିକାଭୁକ୍ତ ମଧ୍ୟରେ ତୁଳନା କରିିଛନ୍ତି ।
ଶ୍ରୀ ଅଗ୍ରୱାଲ୍ ଲେଖିଛନ୍ତି ଯେ ସେହି ସମୟରେ ଆମେ ଏକ ବିହନ ବୁଣିଥିଲୁ । ଆଜି ଏହି ଶକ୍ତିଶାଳୀ ଗଛଗୁଡ଼ିକ ନିଜ ଗୋଡ଼ରେ ଠିଆ ହେବା ପାଇଁ ପ୍ରସ୍ତୁତ । ଏହି ତାଲିକାଭୁକ୍ତ ସେମାନଙ୍କ ଯାତ୍ରାର କେବଳ ଆରମ୍ଭକୁ ପ୍ରତିନିଧିତ୍ୱ କରୁଛି । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ପ୍ରତ୍ୟେକ ନୂତନ ଭାବେ ତାଲିକାଭୁକ୍ତ ବ୍ୟବସାୟର ସମୟକ୍ରମେ ଏକ ୧୦୦ ବିଲିୟନ ଆମେରିକୀୟ ଡଲାରର କମ୍ପାନିରେ ପରିଣତ ହେବାର ସାମର୍ଥ୍ୟ ରହିଛି ।
ସେ ଅଂଶଧନକାରୀ, ସରକାରୀ କର୍ତୃପକ୍ଷ, ଅଂଶୀଦାର ଓ ବେଦାନ୍ତର ଲକ୍ଷାଧିକ କର୍ମଚାରୀମାନଙ୍କୁ ସେମାନଙ୍କର ବିଶ୍ୱାସ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଯାହା ଗ୍ରୁପ୍ର ଯାତ୍ରାକୁ ସମ୍ଭବ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେହେତୁ ବ୍ୟବସାୟଗୁଡ଼ିକ ସେମାନଙ୍କର ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛନ୍ତି, ତେଣୁ ସେମାନଙ୍କର ନିରନ୍ତର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତର ଅର୍ଥନୈତିକ ଦୃଷ୍ଟିକୋଣକୁ ଆଲୋକପାତ କରି ଅଗ୍ରୱାଲ କହିଛନ୍ତି ଯେ, ଏହି ବ୍ୟବସାୟଗୁଡ଼ିକ ଏକ ଦେଶର ଦୀର୍ଘକାଳୀନ ଆବଶ୍ୟକତାକୁ ନେଇ ଗଠିତ ହୋଇଛି ଯାହା ଆଗାମୀ ତିନି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ପଥରେ ଅଛି । ସେ ଉଲ୍ଲେଖ କରିଛନ୍ତି ଯେ ଏହି କମ୍ପାନୀଗୁଡ଼ିକ ଦ୍ୱାରା ଉତ୍ପାଦିତ ଉତ୍ପାଦ ଏବଂ ସମ୍ପଦଗୁଡ଼ିକର ଚାହିଦା ଦୁଇ ଅଙ୍କ ବିଶିଷ୍ଟ ଗତିରେ ବୃଦ୍ଧି ପାଉଛି, ଯାହା ସମ୍ପ୍ରସାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି ।
ଅଗ୍ରୱାଲଙ୍କ ଅନୁଯାୟୀ ଅନେକ କ୍ଷେତ୍ରରେ ଏକ ବଡ଼ ଚାହିଦା-ଯୋଗାଣ ବ୍ୟବଧାନ ରହିଛି, ଯାହା ଘରୋଇ ଉତ୍ପାଦନକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ସେ କହିଛନ୍ତି ଯେ ଚାରୋଟି ନୂତନ ଭାବେ ତାଲିକାଭୁକ୍ତ କମ୍ପାନି, ବେଦାନ୍ତ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ଜିଙ୍କ ସହିତ ମିଶି ଏହି ସୁଯୋଗଗୁଡ଼ିକର ଲାଭ ଉଠାଇବା ଏବଂ ଭାରତର ଅଭିବୃଦ୍ଧି କାହାଣୀରେ ଯୋଗଦାନ ଦେବା ପାଇଁ ସୁଦୃଢ଼ ସ୍ଥିତିରେ ଅଛନ୍ତି । ଅଗ୍ରୱାଲ ବେଦାନ୍ତ ଗ୍ରୁପ୍ର ମୂଲ୍ୟ ସୃଷ୍ଟିର ଟ୍ରାକ୍ ରେକର୍ଡକୁ ମଧ୍ୟ ଆଲୋକପାତ କରିଛନ୍ତିଏବଂ ଉଲ୍ଲେଖ କରିଛନ୍ତି ଯେ, କମ୍ପାନୀ ବିଗତ ପାଂଚ ବର୍ଷ ମଧ୍ୟରେ ୩୦୦ ପ୍ରତିଶତର ମୋଟ ଅଂଶଧନକାରୀ ରିଟର୍ଣ୍ଣ ଏବଂ ୬୦ ପ୍ରତିଶତର ଲାଭାଂଶ ଲାଭ ପ୍ରଦାନ କରିଛି । ମୋ ପାଇଁ ପ୍ରତ୍ୟେକ ଅଂଶଧନକାରୀ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ବିନିଯୋଗର ଆକାର ଯାହା ହେଉନା କାହିଁକି, ସେ ନିବେଶକମାନଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ପାଇଁ ଗ୍ରୁପ୍ର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ବେଦାନ୍ତ କମ୍ପାନି ଆଗାମୀ ବର୍ଷଗୁଡ଼ିକରେ ମହତ୍ୱାକାାଂଂକ୍ଷୀ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ଜାରି ରଖିବେ ଏବଂ କହିଛନ୍ତି ଯେ ଅଂଶୀଦାରମାନଙ୍କର ବିଶ୍ୱାସ ଏବଂ ସମର୍ଥନ ଗ୍ରୁପ୍ର ପରବର୍ତୀ ଅଧ୍ୟାୟର ଅଭିବୃଦ୍ଧି ପାଇଁ ମୂଳଦୁଆ ହୋଇ ରହିବ ।
