download

ଦେଖେଲୋ ମିତ ଶ୍ରୀକ୍ଷେତ୍ରେ ଯାତ 

ଦାଣ୍ଡକୁ ଆସିବେ କମଳାକାନ୍ତ 

ସଜାଇ ହୋଇଛି ବଡ ଦେଉଳ

ବାଜିଲାଣି ଦାଣ୍ଡେ ଘଣ୍ଟ ମାଦଳ ।।

ଚାହିଁ ରହିଛନ୍ତି ତିନୋଟି ରଥ  

ଆସିବେ ଘୋଷକୁ ଜଗତନାଥ 

ବସିବେ ରଥର ହୃଦ କନ୍ଦରେ 

ସାର୍ଥକ ଲଭିବେ ଶୁଣ ମିତରେ ।। 

ଦେଖ ଦେଖ ସେହି ବଡ଼ ଦାଣ୍ଡକୁ 

ରଙ୍ଗେ ରଙ୍ଗାଇଛି ନିଜ ଅଙ୍ଗକୁ

ତା ମଥା ଛୁଇଁବେ ବ୍ରହ୍ମାଣ୍ଡନାଥ 

ବକ୍ଷରେ ଗଡିବ ତିନୋଟି ରଥ ।।

ଅରୁଣ ସ୍ତମ୍ଭ ସେ କରେ ଗୁହାରି 

ମନ୍ଦିର ବେଢାରୁ ଆସ ବାହାରି 

ଚାତକ ପରାୟେ ରହିଛି ଚାହିଁ

ଦର୍ଶନ କରିବ ଜଗତସାଇଁ ।।

ଭକ୍ତର ପ୍ରାର୍ଥନା ଶୁଣି ତୁରିତ 

ମନ୍ଦିରୁ ଆସିଲେ ଜଗତନାଥ 

ଭାଇ ଭଉଣୀକୁ ସଙ୍ଗରେ ନେଇ 

ରଥେ ବିଜେ କଲେ କଳା କହ୍ନେଇ ।।

ପତିତ ଜନଙ୍କ ଉଦ୍ଧାର ପାଇଁ 

ବରଷକୁ ଥରେ ଆସନ୍ତି ଧାଇଁ 

ଚତୁର୍ଦ୍ଧା ମୂରତି କି ମନୋହର 

ରଥ ପାଇଁ ବଡ଼ଦାଣ୍ଡ ସୁନ୍ଦର ।।

ଖମ୍ବେଶ୍ୱରୀ ପାଟଣା 

ଆସିକା, ଗଞ୍ଜାମ।

୯୮୬୧୩୩୪୮୬୮

Leave a Reply

Your email address will not be published. Required fields are marked *