ପାରାଦୀପ ପୋର୍ଟ ଡିଏଲଆର କର୍ମଚାରୀ ଙ୍କ ବନ୍ଧୁମିଳନ ଓ ସାଧାରଣ ସଭା ଅନୁଷ୍ଠିତ

ପାରାଦୀପ- ପାରାଦୀପ ପୋର୍ଟ ଏମ୍ପଲୋଇଜ ଡିଏଲାର୍ସ ଆଣ୍ଡ କଣ୍ଟ୍ରାକ୍ଟର ୱାର୍କ୍ସ ୟୁନିୟନ ପକ୍ଷରୁ ଏକ ବନ୍ଧୁମିଳନ ଓ ସାଧାରଣ ସଭା ସ୍ଥାନୀୟ ମଧୁବନ ସ୍ଥିତ ଶ୍ରମିକ ଭବନ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି l ଏଥିରେ ପାରାଦୀପ ବନ୍ଦରର ସ୍ଥାୟୀ କର୍ମଚାରୀ ଙ୍କ ସମେତ ୪ ଶହ ରୁ ଉର୍ଦ୍ଧ ଡିଏଲଆର କର୍ମଚାରୀ ମାନେ ଯୋଗ ଦେଇଥିଲେ l କର୍ମଚାରୀ ମାନଙ୍କ ଦରମା ବୃଦ୍ଧି, ମେଡିକାଲ ସୁବିଧା ଓ ଅବସରକାଳୀନ ଗ୍ରାଚୁଇଟି ଓ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା l ଡିଏଲଆର କର୍ମଚାରୀଙ୍କ ପକ୍ଷରୁ ବାରମ୍ବାର ବନ୍ଦର ପ୍ରଶାସନ ଏ ବାବଦରେ ଦାବୀ ଉପସ୍ଥାପନା କରାଯାଇଥିଲେ ମଧ୍ୟ ଏଥିରେ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ l ତେବେ ଏବାବଦରେ ପୂର୍ବରୁ ବନ୍ଦର ଅଧ୍ୟକ୍ଷ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରା ନଯିବାକୁ ନେଇ ଡିଏଲଆର ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା l
ତେବେ ଆଗାମୀ ଦିନରେ ଯଦି ଡିଏଲଆର ମାନଙ୍କ ଦାବୀ ପୂରଣ ନହୁଏ, ତେବେ ୟୁନିୟନ ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇବା ନେଇ ମତ ପ୍ରକାଶ ପାଇଛି l ବିଜେପି ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ପ୍ରବକ୍ତା ଏବଂ ଡିଏଲଆର ୟୁନିୟନ ର ସଭାପତି ଉମାକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡିଏଲଆର ୟୁନିୟନ ର ଉପସଭାପତି ପରମେଶ୍ୱର ଆଚାର୍ଯ୍ୟ,ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ଅନନ୍ତ କିଶୋର ମଲ୍ଲିକ, ସମ୍ପାଦକ ମନ୍ମଥ ବେହୁରା, ସାହ ସମ୍ପାଦକ ପ୍ରଶାନ୍ତ ରାଉତରାୟ, କୋଷାଧ୍ୟକ୍ଷ ଧ୍ରୁବ ଚରଣ ବେହେରା, ସହ କୋଷାଧ୍ୟକ୍ଷ ବିଭୁତି ଭୂଷଣ ପାତ୍ର ଯୋଗଦେଇ ଡିଏଲଆର ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ କମିଟି ସଦସ୍ୟ ମଳୟ ବଳ, ପ୍ରିୟ ରଞ୍ଜନ ମହାନ୍ତି, ରମାକାନ୍ତ ନାୟକ, ଅଜୟ ବଳବନ୍ତରାୟ, ରମେଶ ସାହୁ, ତରଣୀ କୁମାର ନାୟକ, ପ୍ରକାଶ କୁମାର ଗୋଛାୟତ, ପଙ୍କଜ ସ୍ୱାଇଁ, କେଦାରନାଥ ସ୍ୱାଇଁ, ତ୍ରିଲୋଚନ ସାହୁ, ଦାମୋଦର ସାମଲ, ଦୀପକ ଗୋଛାୟତ, ସୁମନ୍ତ ସ୍ୱାଇଁ, ଲକ୍ଷ୍ମୀଧର ମଲ୍ଲିକ, ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ l
