ବେଦାନ୍ତ ଆଲୁମିନିୟମ ଅଟୋଏଜ୍ ୨୦୨୬ରେ ଅଟୋମୋଟିଭ୍ ଶିଳ୍ପ ପାଇଁ ଉନ୍ନତ ଧାତୁ ଉତ୍ପାଦ ଉନ୍ମୋଚନ କରିଛି

0
Untitled

ଭୁବନେଶ୍ୱର ୨୦ ଅଗଷ୍ଟ ୨୦୨୬: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ (ବିଏସଇ: ୫୪୪୭୮୦ । ଏନଏସଇ: ଭିଏଏମଏଲ) ଆଜି ଏହାର ସର୍ବାଧିକ ବିକ୍ରି ହେଉଥିବା ପ୍ରାଇମେରୀ ଫାଉଣ୍ଡ୍ରି ଆଲୟ (ପିଏଫଏ) ଶ୍ରେଣୀ ଅଧୀନରେ ଅଟୋମୋଟିଭ୍ ଶିଳ୍ପ ପାଇଁ ଦୁଇଟି ଉନ୍ନତ ଉତ୍ପାଦର ଶୁଭାରମ୍ଭ କରିଛି । ଏଥିରେ ଉଚ୍ଚ କ୍ଷମତାସମ୍ପନ୍ନ ଅଟୋମୋଟିଭ୍ ପ୍ରୟୋଗ ପାଇଁ ବିକଶିତ କପର-ଡୋପ୍ଡ ଆଲୟ ଏବଂ ଅଧିକ ସ୍ଥାୟିତ୍ୱ ପାଇଁ ବିକଶିତ ତଥା ଆଇଆଇଟି ଦିଲ୍ଲୀ ସହଯୋଗରେ ପ୍ରସ୍ତୁତ ବେଦାନ୍ତ ଫାଉଣ୍ଡ୍ରି ଆଲୟ (ଭିଏଫଏ) ରହିଛି । ଏହି ଦୁଇ ନୂତନ ଉତ୍ପାଦ ପରବର୍ତୀ ପିଢ଼ିର ହାଲୁକା, ନିରାପଦ ଓ ଅଧିକ କ୍ଷମତାଶୀଳ ଯାନ ବିକାଶରେ ନୂଆ ଦିଗ ଖୋଲିବା ସହ ଅଟୋମୋଟିଭ୍ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ଅଟୋମୋଟିଭ୍ ଶିଳ୍ପର ସ୍ୱତନ୍ତ୍ର ସମ୍ମିଳନୀ ଞ୍ଚଞ୍ଚଅଟୋଏଜ୍ ୨୦୨୬ ଞ୍ଚରେ ଦେଶର ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀ ଓ ଉନ୍ନତ ଅଟୋମୋଟିଭ୍ କମ୍ପୋନେଂଟ ନିର୍ମାତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଦୁଇ ଉତ୍ପାଦର ଉନ୍ମୋଚନ କରାଯାଇଥିଲା । ଦ୍ୱିତୀୟ ସଂସ୍କରଣରେ ପହଂଚିିଥିବା ଏହି ସମ୍ମିଳନୀରେ ବିଭିନ୍ନ ପ୍ୟାନେଲ୍ ଆଲୋଚନା, ବୈଷୟିକ ଉପସ୍ଥାପନା ଏବଂ ଭବିଷ୍ୟତ ଶିଳ୍ପ ପ୍ରବଣତା ସମ୍ପର୍କରେ ବିଶେଷଜ୍ଞମାନଙ୍କ ମତାମତ ଉପସ୍ଥାପିତ ହୋଇଥିଲା ।

ବେଦାନ୍ତ ଆଲୁମିନିୟମ୍ ବିଶ୍ୱର ସର୍ବବୃହତ୍ ପ୍ରାଥମିକ ବିଲେଟ୍ ଉତ୍ପାଦକ ହେବା ଦିଗରେ ଅଗ୍ରସର ହେଉଛି । ଛତିଶଗଡ଼ର କୋରବାସ୍ଥିତ ବାଲକୋ କାରଖାନାରେ ଚାଲିଥିବା କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କମ୍ପାନୀର ପ୍ରାଥମିକ ବିଲେଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧.୨୫ ନିୟୁତ ଟନ୍ (ଏମଟିପିଏ)ରେ ପହଂଚିବ । ଏହା ସହିତ, ବେଦାନ୍ତ ଆଲୁମିନିୟମ୍ ଭାରତର ସର୍ବବୃହତ୍ ପିଏଫଏ (ପ୍ରାଇମେରି ଫାଉଣ୍ଡ୍ରି ଆଲୟ) ଉତ୍ପାଦକ ଭାବେ ମଧ୍ୟ ପରିଚିତ । କମ୍ପାନୀର ବର୍ତମାନ ପିଏଫଏ ଉତ୍ପାଦନ କ୍ଷମତା ବାର୍ଷିକ ୩୮୦ କିଲୋଟନ୍ (କେଟିପିଏ) ରହିଛି । ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ପିଏଫଏ ଉତ୍ପାଦକ । କମ୍ପାନୀର ବାର୍ଷିକ ପିଏଫଏ ଉତ୍ପାଦନ କ୍ଷମତା ୩୮୦ କିଲୋଟନ୍ ( କେଟିପିଏ) ରହିଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାସର ୮୩୦ କେଟିପିଏ ବିଲେଟ୍ ଉତ୍ପାଦନ କ୍ଷମତା ମଧ୍ୟ ରହିଛି । କମ୍ପାନୀର ଅଟୋମୋଟିଭ୍ ଉତ୍ପାଦ ପୋର୍ଟଫୋଲିଓରେ ଆଲୟ ଚକ, ସିଲିଣ୍ଡର ହେଡ୍‌, ଇଞ୍ଜିନ୍ କମ୍ପୋନେଣ୍ଟ ଏବଂ ଅନ୍ୟାନ୍ୟ ଅଟୋମୋଟିଭ୍ କାଷ୍ଟିଂ ପାଇଁ ପିଏଫଏ ଉତ୍ପାଦ ସହିତ ଏଚଭିଏସି ଏବଂ ଦୁର୍ଘଟଣା-ପ୍ରତିରୋଧୀ ଇଞ୍ଜିନିୟରିଂ ପ୍ରୟୋଗ ପାଇଁ ସ୍ୱତନ୍ତ୍ର ବିଲେଟ୍ ସାମିଲ ଅଛି । ଭାରତ ଓ ବିଶ୍ୱ ବଜାରରେ ଉଚ୍ଚମାନର ଏବଂ ସ୍ଥାୟୀ ଭାବେ ଉତ୍ପାଦିତ ଆଲୁମିନିୟମର ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ମୂଲ୍ୟଯୁକ୍ତ ଉତ୍ପାଦର ଅଂଶକୁ ୯୦%କୁ ବୃଦ୍ଧି କରୁଛି ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, “ଭାରତର ଅଟୋମୋଟିଭ୍ ଶିଳ୍ପ ଦ୍ରୁତ ଗତିରେ ବିକଶିତ ହେଉଛି । ଫଳରେ ହାଲୁକା, ଅଧିକ ମଜବୁତ ଏବଂ ଅତ୍ୟାଧୁନିକ ସାମଗ୍ରୀ ସମାଧାନର ଚାହିଦା ବଢ଼ୁଛି । ହାଲୁକାପଣ, ମଜଭୁତି, ସ୍ଥାୟିତ୍ୱ, କ୍ଷୟ-ପ୍ରତିରୋଧ ଏବଂ ଉଚ୍ଚ ପୁନଃଚକ୍ରଣକ୍ଷମତାର ସମନ୍ୱୟ ଯୋଗୁଁ ଆଲୁମିନିୟମ ଏହି ଆବଶ୍ୟକତା ପୂରଣ ପାଇଁ ଅନନ୍ୟ ଭାବେ ସକ୍ଷମ । ବେଦାନ୍ତ ଆଲୁମିନିୟମରେ ଆମେ ଭାରତରେ ସମ୍ପୂର୍ଣ୍ଣ ଭାବେ ବିକଶିତ ଓ ଉତ୍ପାଦିତ, ବିଶ୍ୱସ୍ତରୀୟ ପ୍ରଦର୍ଶନ ମାନଦଣ୍ଡ ପୂରଣ କରୁଥିବା ଅତ୍ୟାଧୁନିକ ପିଢ଼ିର ଧାତୁ ଦ୍ୱାରା ଆମର ଅଟୋମୋଟିଭ୍ ଗ୍ରେଡ୍ ପୋର୍ଟଫୋଲିଓକୁ ସୁଦୃଢ଼ କରିଛୁ । ଏହି ନବୀନତାଗୁଡ଼ିକ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବା ସହ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ପ୍ରତିଯୋଗୀ ଉତ୍ପାଦନ କ୍ଷମତା ଗଢ଼ି ତୋଳିବାରେ ସହାୟକ ହେବ ।”

ଏହି ଦୁଇ ନୂଆ ଉତ୍ପାଦକୁ ଅଟୋମୋଟିଭ୍ ଶିଳ୍ପରେ ହାଲୁକା, ଅଧିକ କ୍ଷମତାଶୀଳ ଏବଂ କଠିନ ପରିସ୍ଥିତିରେ ଉଚ୍ଚ ପ୍ରଦର୍ଶନ କରୁଥିବା ଯାନର ବଢ଼ୁଥିବା ଚାହିଦାକୁ ଧ୍ୟାନରେ ରଖି ବିକଶିତ କରାଯାଇଛି । କପର-ଡୋପ୍ଡ ଆଲୟରେ ତମ୍ବାର ମଜବୁତିକରଣ ଗୁଣ ବ୍ୟବହାର କରାଯାଇ ଅଧିକ ସ୍ଥାୟିତ୍ୱ, ଘର୍ଷଣ-ପ୍ରତିରୋଧ ଏବଂ ଉଚ୍ଚ ତାପମାତ୍ରାରେ ଉନ୍ନତ ପ୍ରଦର୍ଶନ ସୁନିଶ୍ଚିତ କରାଯାଇଛି । ଏହା ଇଞ୍ଜିନ୍‌, ଟ୍ରାନ୍ସମିସନ୍ ଏବଂ ପାୱାରଟ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ କମ୍ପୋନେଂଟ ପାଇଁ ବିଶେଷ ଭାବେ ଉପଯୋଗୀ ।

ଅନ୍ୟପକ୍ଷରେ, ବେଦାନ୍ତ ଫାଉଣ୍ଡ୍ରି ଆଲୟ (ଭିଏଫଏ) ହାଲୁକାପଣ ସହ ଅଧିକ ମଜବୁତି, ଉନ୍ନତ କ୍ଷୟ-ପ୍ରତିରୋଧ ଏବଂ ଉନ୍ନତ କାଷ୍ଟିଂ କ୍ଷମତା ପ୍ରଦାନ କରେ । ଏହା ପାରମ୍ପରିକ ଯାନ ସହିତ ଇଲେକ୍ଟ୍ରିକ୍ ଯାନର ବିଭିନ୍ନ ପ୍ରୟୋଗ ପାଇଁ ଉପଯୋଗୀ ।

ଏହି ଦୁଇ ନୂତନ ଉତ୍ପାଦ ମିଳିତ ଭାବେ ଅଟୋମୋବାଇଲ୍ ନିର୍ମାତାଙ୍କୁ କମ୍ପୋନେଂଟର ଆୟୁ ବଢ଼ାଇବା, ଯାନର ଦକ୍ଷତା ଓ ବିଶ୍ୱସନୀୟତା ବୃଦ୍ଧି କରିବା ଏବଂ ପରବର୍ତୀ ପିଢ଼ିର ମୋବିଲିଟି ପାଇଁ ପରିବର୍ତିତ ପ୍ରଦର୍ଶନ ଆବଶ୍ୟକତା ପୂରଣରେ ସହାୟତା କରିବ । ବଢ଼ୁଥିବା ଆରଏଣ୍‌ତଡି କ୍ଷମତାକୁ ଆଧାର କରି ବେଦାନ୍ତ ଆଲୁମିନିୟମ ଓଇଏମ ଏବଂ କମ୍ପୋନେଂଟ ନିର୍ମାତାଙ୍କ ସହ ମିଶି ଅତ୍ୟାଧୁନିକ ସାମଗ୍ରୀ ସମାଧାନର ସହ-ବିକାଶ କରୁଛି ।

କମ୍ପାନୀର ବିସ୍ତାରିତ ପୋର୍ଟଫୋଲିଓ ଭାରତୀୟ ଅଟୋମୋଟିଭ୍ ଶିଳ୍ପରେ ଦ୍ରୁତ ଗତିରେ ବଢ଼ୁଥିବା ସ୍ଥାନୀୟକରଣ, ଯୋଗାଣ ଶୃଙ୍ଖଳାର ସ୍ଥିରତା ଏବଂ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ କ୍ଷେତ୍ରରେ ଆତ୍ମନିର୍ଭରତା ଅଭିଯାନ ସହ ମଧ୍ୟ ସମନ୍ୱିତ । ଭାରତ ବର୍ତମାନ ବିଶ୍ୱର ସର୍ବବୃହତ ଦୁଇଚକିଆ ଓ ତିନିଚକିଆ ଯାନ ବଜାର ଏବଂ ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନ କ୍ଷେତ୍ରରେ ତୃତୀୟ ବୃହତମ ବଜାର । ଭାରତରେ ଡିଜାଇନ୍ ଓ ଉତ୍ପାଦିତ ଉଚ୍ଚ ପ୍ରଦର୍ଶନକ୍ଷମ ଅଟୋମୋଟିଭ୍ ଗ୍ରେଡ୍ ଆଲୟର ଉପଲବ୍ଧତା ବୃଦ୍ଧି କରି ବେଦାନ୍ତ ଆଲୁମିନିୟମ ଦେଶୀୟ ଉତ୍ସରୁ କ୍ରୟ ବଢ଼ାଇବା, ଆମଦାନୀ ନିର୍ଭରତା ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ ଭାଲ୍ୟୁ ଚେନ୍ ଗଠନରେ ନିର୍ମାତାମାନଙ୍କୁ ସହାୟତା କରୁଛି । ଏହା ‘ଆତ୍ମନିର୍ଭର ଭାରତ’ ଦୃଷ୍ଟିକୋଣ ଅଧୀନରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ଅଟୋମୋଟିଭ୍ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟକୁ ସିଧାସଳଖ ସମର୍ଥନ କରୁଛି ।

ବେଦାନ୍ତ ଆଲୁମିନିୟମ ଏହାର ଉତ୍ପାଦ ନବୀନତାର କେନ୍ଦ୍ରରେ ଗୁଣବତା ଓ ସ୍ଥାୟିତ୍ୱକୁ ରଖିଛି । ଫଳସ୍ୱରୂପ, କମ୍ପାନୀର ଗ୍ରାହକ ଆଧାର ୬୦ରୁ ଅଧିକ ଦେଶକୁ ବ୍ୟାପିଛି । ଏଥିରେ ଆମେରିକା, ଜାପାନ, ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ଭଳି ପ୍ରମୁଖ ଅଟୋମୋଟିଭ୍ କେନ୍ଦ୍ର ସାମିଲ ଅଛି । କମ୍ପାନୀର ସମଗ୍ର ଉତ୍ପାଦ ଶ୍ରେଣୀ ବେଦାନ୍ତ ମେଟାଲ୍ ବଜାର ମାଧ୍ୟମରେ ମଧ୍ୟ ଉପଲବ୍ଧ, ଯାହା ବିଶ୍ୱର ସର୍ବବୃହତ ନନ୍‌-ଫେରସ୍ ଧାତୁ ଇ-ଷ୍ଟୋର ଭାବେ ପରିଚିତ । ନିକଟରେ କମ୍ପାନୀ ଏହାର ବିଶ୍ୱସ୍ତରିୟ ଗ୍ରାହକମାନଙ୍କ ପାଇଁ ଏକ ନୂଆ ରପ୍ତାନି ମଡ୍ୟୁଲ୍ ମଧ୍ୟ ଆରମ୍ଭ କରିଛି ।

ଓଡ଼ିଶାର ଝାରସୁଗୁଡ଼ା ଏବଂ ଛତିଶଗଡ଼ର କୋରବାସ୍ଥିତ (ବାଲକୋ) ବେଦାନ୍ତର ସ୍ମେଲ୍ଟରଗୁଡ଼ିକ ସ୍ଥାୟୀ ଉତ୍ପାଦନ ପ୍ରକ୍ରିୟା ପାଇଁ ବିଶ୍ୱସ୍ତରୀୟ ଆଲୁମିନିୟମ ଷ୍ଟିୱାଡସିପ ଇନସିଏଟିଭର ପରଫରମାନ୍ସ ଷ୍ଟାଂଡାସ୍ ପ୍ରମାଣପତ୍ର ପାଇଛି । ଏହା ସହ କମ୍ପାନୀର ସମଗ୍ର ଉତ୍ପାଦ ଶ୍ରେଣୀ ଭାରତରେ ପ୍ରଥମ ଥର ପାଇଁ ଲାଗୁ ହେଉଥିବା ସମସ୍ତ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଂଡାସ ( ବିଆଇଏସ) ମାନଦଣ୍ଡ ଅନୁଯାୟୀ ପ୍ରମାଣିତ ହୋଇଛି । ଗ୍ରାହକକେନ୍ଦ୍ରିକ ଆଭିମୁଖ୍ୟ ସହିତ ବିଶେଷ ଆବଶ୍ୟକତା ଅନୁଯାୟୀ ଆଲୟ ବିକାଶ, ଅତ୍ୟାଧୁନିକ ଉତ୍ପାଦନ ବ୍ୟବସ୍ଥା ଏବଂ ବ୍ୟାପକ ବୈଷୟିକ ସହାୟତା ମାଧ୍ୟମରେ ଅଟୋମୋଟିଭ୍ ଶିଳ୍ପକୁ ଅଧିକ ମୂଲ୍ୟ ପ୍ରଦାନ କରିବା ଦିଗରେ କମ୍ପାନୀ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *