ରେଢ଼ାଖୋଲ ଗ୍ରୀଡ ସବ୍-ଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବିଦ୍ୟୁତ୍ କଟକଣା

ବୁର୍ଲା, ୦୫.୧୦.୨୬: ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ୧୩୨/୩୩ କେ.ଭି. ରେଢ଼ାଖୋଲ ଗ୍ରୀଡ୍ ସବଷ୍ଟେସନ ବନ୍ଦ ରହିବ । ଏହା ଦ୍ୱାରା ଉକ୍ତ ଗ୍ରୀଡ ସବଷ୍ଟେସନରୁ ସଂଯୋଗ ହୋଇଥିବା ଟିପିଡବ୍ଲୁଓଡିଏଲର ୬ଟି ପିଏସ୍ଏସ୍ (ପାୱାର ସବଷ୍ଟେସନ୍) ପ୍ରଭାବିତ ହେବ । ଯାହା ଫଳରେ ସମ୍ୱଲପୁର ଜିଲ୍ଲା ଅନ୍ତର୍ଗତ ରେଢାଖୋଲ ଟାଉନ୍, ସଦର ବ୍ଲକ୍, କିସିଣ୍ଡା, ବାଟ ଗାଁ, କଦଳୀଗଡ଼, ଚାରମାଳ, ନାକଟିଦେଉଳ ଆଦି ଅଞ୍ଚଳ ଓ ଏହାର ଆଖାପାଖ ଅଞ୍ଚଳରେ ଆସନ୍ତା ତା. ୦୭.୧୦.୨୦୨୬ ରିଖ (ବୁଧବାର) ଦିନ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।
ଅନ୍ୟପଟେ, ଆଜି (୦୫.୧୦.୨୬) ଓପିଟିସିଏଲ୍ ପକ୍ଷରୁ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ୧୩୨/୩୩ କେ.ଭି. ସମ୍ୱଲପୁର ଗ୍ରୀଡ୍ ସବଷ୍ଟେସନ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ମାତ୍ର ଏହି ବନ୍ଦ ସତ୍ତ୍ୱେ, ସମ୍ବଲପୁର ଗ୍ରୀଡ ସବଷ୍ଟେସନରୁ ବାହାରିଥିବା ସମସ୍ତ ୩୩ କେ.ଭି ସର୍କିଟ୍କୁ ଟିପିଡବ୍ଲୁଓଡିଏଲର ବିକଳ୍ପ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ସଫଳତାର ସହ ‘ବ୍ୟାକ୍-ଫିଡ୍’ (Back-Feed) କରାଯାଇଥିଲା । ଯାହା ଫଳରେ ସମ୍ବଲପୁର ସହରର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ପାରିଥିଲା ।
ତେବେ ବିଦ୍ୟୁତ୍ ବିତରଣ କମ୍ପାନୀ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ । ଯାହା ରଣନୈତିକ ଭାବେ ନେଟୱାର୍କ ପରିଚାଳନା, ପୁଞ୍ଜି ନିବେଶ, ନୂତନ ପିଏସ୍ଏସ୍ ଏବଂ ୩୩ କେ.ଭି. ସର୍କିଟ୍ର କାର୍ଯ୍ୟକ୍ଷମତା ଆରମ୍ଭ ଏବଂ ବିକଳ୍ପ ଯୋଗାଣ ବ୍ୟବସ୍ଥା ପାଇଁ ସମ୍ଭବ ହୋଇପାରିଛି ।
ଏହି ସଫଳତା ନେଟୱାର୍କ ଯୋଜନା, ପ୍ରକଳ୍ପ ଏବଂ ପରିଚାଳନା ଦଳ ମଧ୍ୟରେ ଘନିଷ୍ଠ ସମନ୍ୱୟର ଫଳାଫଳ ଅଟେ। ଏଥିରେ ୨୪ କାର୍ଯ୍ୟରତ ‘ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର’ ଦ୍ୱାରା ପରିଚାଳିତ ବିଦ୍ୟୁତ୍ ପରିଚାଳନା ଏବଂ ରିଅଲ୍-ଟାଇମ୍ ନେଟୱାର୍କ ତଦାରଖ ବ୍ୟବସ୍ଥା ସହାୟକ ହୋଇଛି, ଯାହା ଆବଶ୍ୟକ ସ୍ଥଳେ ତୁରନ୍ତ ଓ ପ୍ରଭାବଶାଳୀ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ସକ୍ଷମ କରିଥାଏ ।
ଏହା ରଣନୈତିକ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ବିଦ୍ୟୁତ୍ ପରିଚାଳନା ଏବଂ ଗ୍ରାହକମାନଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଟିପିଡବ୍ଲୁଓଡିଏଲର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।
ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।
