ସେବା ମନୋଭାବର ପୁନଃ ସଂକଳ୍ପ ସହ- ରୋଟାରୀ କ୍ଲବ୍ ବାରିପଦା ମୟୂରର ସଂସ୍ଥାପନ ଉତ୍ସବ ଅନୁଷ୍ଠିତ

ବାରିପଦା,୯/୦୮(ପ୍ରବାହ ନ୍ୟୁଜ):- ରୋଟାରୀ କ୍ଲବ୍ ବାରିପଦା ମୟୂର ର ତୃତୀୟ ସଂସ୍ଥାପନ ଉତ୍ସବ ୮ତାରିଖ ଦିନ ବାରିପଦାର ଅମ୍ବିକା ମନ୍ଦିର ପଛପଟେ ଥିବା ସ୍ୱରୂପ ନଗରସ୍ଥିତ ଗାୟତ୍ରୀ ପୀଠ ଠାରେ କ୍ଲବ୍ ର ସଭାପତି ରୋଟାରିଆନ୍ ଏମ୍. ହିମବିନ୍ଦୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ରୋଟାରିଆନ୍ ପ୍ରଫେସର ଡକ୍ଟର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ପ୍ରାନ୍ତପାଳ ରୋଟାରିଆନ୍ ଡକ୍ଟର ଶାନ୍ତନୁ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ସଭାପତି ରୋଟାରିଆନ୍ ଜଗବନ୍ଧୁ ମିଶ୍ର ନୂତନ ସଭାପତି ରୋଟାରିଆନ୍ ଏମ୍. ହିମବିନ୍ଦୁଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ ତଥା ଏହି ବର୍ଷ ପାଇଁ ମଧ୍ୟ ରୋଟାରୀଆନ ଇଂ ସୌମ୍ୟରଂଜନ ମିଶ୍ର କ୍ଲବର ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଲେ । ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରୋଟାରୀ କ୍ଲବ୍ ବାରିପଦା ମୟୂରର ଉପଦେଷ୍ଟା ତଥା ପୂର୍ବତନ ସଭାପତି ରୋଟାରିଆନ୍ ନିରୋଜ କୁମାର ପଣ୍ଡା ଏବଂ ରୋଟାରୀ କ୍ଲବ୍ ବେତନଟୀର ପୂର୍ବତନ ସଭାପତି ରୋଟାରିଆନ୍ ଗିରିଧାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।
ସଭାକୁ ସମ୍ବୋଧିତ କରି ଅତିଥିଗଣ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ବନ୍ଧୁତା ଏବଂ ଅର୍ଥପୂର୍ଣ୍ଣ ସମାଜସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମଗୁଡ଼ିକ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପ୍ରାୟ ୯ ଜଣ ନୂତନ ସଦସ୍ୟ- ଡକ୍ଟର ହେମନ୍ତ କୁମାର ସାହୁ , ଡକ୍ଟର ଗାୟତ୍ରୀ ଦେ, ଡକ୍ଟର ବିଶ୍ଵାମିତ୍ର ରଣା, ଡକ୍ଟର ଦେବବ୍ରତ ନନ୍ଦୀ, ଡାକ୍ତର ଭବେଶ ରଞ୍ଜନ ବେହେରା , ପିତାମ୍ବର ସାହୁ, ଭବାନୀ ଶଙ୍କର ରାମ, ପ୍ରବୀର କୁମାର କଲିଆ, ରବି ନାରାୟଣ ପାତ୍ର ଆଦି ବ୍ୟକ୍ତି ବିଶେଷ ଙ୍କୁ ପୂର୍ବତନ ପ୍ରାଂତପାଳ ମାନପତ୍ର ଓ ରୋଟାରି ପିନ ଦେଇ କ୍ଲବ କୁ ସ୍ଵାଗତପୂର୍ବକ ପ୍ରଶିକ୍ଷଣ ମାଧ୍ୟମରେ ରୋଟାରୀ ଇଣ୍ଟରନ୍ୟାସନାଲ୍ର ଆଦର୍ଶ, ମୂଲ୍ୟବୋଧ ଏବଂ ସେବାର ମାର୍ଗ ସମ୍ପର୍କରେ ଅବଗତ କରିଥିଲେ ଓ କ୍ଲବ୍ର ଆଗାମୀ କାର୍ଯ୍ୟକ୍ରମ ଓ ସାମାଜିକ ପଦକ୍ଷେପଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ୪ ସେପ୍ଟେମ୍ବର ୨୦୨୪ରେ ସ୍ଥାପିତ ହୋଇଥିବା ରୋଟାରୀ କ୍ଲବ୍ ବାରିପଦା ମୟୂର, ଏହି ଅଞ୍ଚଳରେ ସେବା, ନେତୃତ୍ୱ ଏବଂ ବନ୍ଧୁତାର ଏକ ସକ୍ରିୟ ମଞ୍ଚ ଭାବରେ ଆଗେଇ ଚାଲିଛି।
