ବନ୍ୟଜନ୍ତୁ ଶୀକାର ଅଭିଯୋଗରେ ଦୁଇ ଗିରଫ

ଟାଙ୍ଗୀ: ୧୮/୭(ପ୍ରବାହ ନିୟୁଜ) ବିରଳ ପଶୁର ମାଂସ ଶୀକାର କରି ଚୋର‍ା ଚାଲାଣ କରୁଥିବା ବେଳେ ବନ ବିଭାଗ ଚଢାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି । ବିଶେଷ ସୁତ୍ର ରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ରେଂଜ୍ ଅଧୀନ ଭୁଷଣ୍ଡପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ବନ୍ୟଜନ୍ତୁ ଙ୍କ ମାଂସ ବିକ୍ରି କରାଯାଉଥିବାର ସୂଚନା ପାଇ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପାତ୍ରପଡା ଗ୍ରାମର କେଶବ ନାୟକ(୨୪) ଓ ରଂଜନ ନାୟକ(୨୦) ଙ୍କୁ ଗିରଫ କରାଯାଇ ଥିବାବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଝିଙ୍କ କାଠି..ବିରଳ ମୃତ ଗୋଧୀ ସହ ଜଙ୍ଗଲ ବରାହ ମାଂସ ମଧ୍ଯ ଜବତ କରଛି ବନ ବିଭାଗ । ଦୀର୍ଘଦିନ ଧରି ନିକଟସ୍ଥ ଜଙ୍ଗଲରେ ଗିରଫ ଶୀକାରୀ କେଶବ ଓ ରଂଜନ ବିଦ୍ୟୁତ୍ ତାର ବିଛାଇ ବନ୍ୟ ଜନ୍ତୁ ଶିକାର କରି ମାଂସ ଚମଡା ବିକ୍ରି କରି ଆସୁଥିଲେ । ଏଭଳି ମାଂସ ଓ ଝିଙ୍କ କାଠି ଜବତ ହେବା ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଏହି ଚଢାଉରେ ଟାଙ୍ଗୀ ଫରେଷ୍ଟର ଗୋଲାପ ସେଠୀଙ୍କ ସହିତ ଭୂଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡା, ରଞ୍ଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର ଏବଂ ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *