ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ରାୟଗଡ଼ା:୧୭/୮ (ପ୍ରବାହ ନିଉଜ) ଜନ୍ମାଷ୍ଟମୀ ଅବସରରେ ସ୍ଥାନୀୟ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରାଧା ଓ କୃଷ୍ଣଙ୍କ ବେଶ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଏଥିରେ ୫୦ ରୁ ଅଧିକ ଛାତ୍ର ଛାତ୍ରୀ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇ ଭାଗ ନେଇଥିଲେ।


ଏହି ଅବସରରେ  ବିଦ୍ୟାଳୟ ତରଫରୁ ଉପରୋକ୍ତ ଶ୍ରେଣୀର ଅବିଭାବକ ମାନଙ୍କୁ ନେଇ ଦହି ହାଣ୍ଡି ଭାଙ୍ଗିବା ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦ରୁ ଅଧିକ ଅବିଭାବକ ଅଂଶ ଗ୍ରହଣ କରିଥିଲେ ଓ ସେମାନଙ୍କ ମଧ୍ୟରୁ ଶ୍ରୀମତୀ ଝରଣା ରତନ ପ୍ରଥମ , ଶ୍ରୀମତୀ ପି. ଶିରିଶା ଦ୍ଵିତୀୟ ଓ ଶ୍ରୀମତୀ ବି . ବଶନ୍ତା ଓ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏତଦବ୍ୟତୀତ ବିଦ୍ୟାଳୟ ତରଫରୁ ଶ୍ରୀ କୃଷ୍ଣଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ର ପ୍ରତିଯୋଗିତାର  ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୫ ଜଣରୁ ଅଧିକ ଅବିଭାବକ ଶ୍ରୀକୃଷ୍ଣଙ୍କ  ପସନ୍ଦର ଖାଦ୍ୟ ପସ୍ତୁତ କରି ପରିବେଷଣ କରିଥିଲେ ଏବଂ ଏହି ପ୍ରତିଯୋଗିତା ରେ ଶ୍ରୀମତୀ ପି . ଶିରିଶା ପ୍ରଥମ , ଶ୍ରୀମତୀ ସ୍ୱପ୍ନା ସୁବୁଦ୍ଧି ଦ୍ଵିତୀୟ ଓ ଶ୍ରୀମତୀ ଏସ. ଜ୍ୟୋତି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମତୀ ସ୍ନିଗ୍ଧା ସୁବୁଦ୍ଧି ଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।


ପରିଶେଷରେ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମନେ ମଧ୍ୟ ଏହି ଦହି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଅନେକ ଆନନ୍ଦ ଉତ୍ସ।ହ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ବିଦ୍ୟାଳୟ ତରଫରୁ ଅବିଭାବକ ମାନଙ୍କୁ ନେଇ ଆୟୋଜିତ ଏହିପରି  ପରିଯୋଗୀତା ସାରା ରାୟଗଡ ସହରରେ ଏକ ନିଆରା ପଦକ୍ଷେପ ବୋଲି ଅବିଭାବକ ଓ ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ନିଜର ମତ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *