କାଗଜ ପତ୍ର ଯାଞ୍ଚ ବେଳେ ଧରା ପଡ଼ିଲେ ଦୁଇ ବାଇକ୍ ଲୁଟେରା : ଛଅ ବାଇକ୍ ବରାମଦ

ଖୋର୍ଦ୍ଧା: ୯/୮(ପ୍ରବାହ ନିଉଜ୍) ସହରରେ ଦିନକୁ ଦିନ ବାଇକ୍ ଚୋରୀ ବୃଦ୍ଧି ପାଇବା ଘଟଣା ଖୋର୍ଦ୍ଧା ପୋଲିସ୍ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଛି। ଘଟଣାକୁ ଗୁରୁତ୍ଵ ଦେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସହର ର ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ବିଭିନ୍ନ ଗାଡ଼ି ମାନଙ୍କର କ୍ରମାଗତ ଭାବରେ ଯାଞ୍ଚ ଚାଲୁଥିବା ବେଳେ ଆଜି ଅପରାହ୍ନରେ ଆଦର୍ଶ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ପୋଲିସ୍ ପକ୍ଷରୁ ଯାତାୟାତ କରୁଥିବା କାଗଜ ପତ୍ର ଯାଞ୍ଚ ଚାଲିଥିଲା ସମୟରେ ଦୁଇଜଣ ଯୁବକଙ୍କ ଗାଡ଼ିକୁ ଯାଞ୍ଚ କରିବାରେ ଯୁବକ ଦ୍ବୟ ଚଳାଉଥିବା ଗାଡ଼ିଟି ଚୋରାଗାଡ଼ି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଅଧିକ ପଚରାଉଚରା କରିବାରେ ଦୁଇ ଅଭିଯୁକ୍ତ ନିୟମିତ ଭାବେ ଗାଡ଼ି ଚୋରୀ କରୁଥିବାର ଜଣା ପଡ଼ିଥିଲା ଏବଂ ଅଭିଯୁକ୍ତମାନଙ୍କ ନିକଟରୁ ଛଅଟି ଚୋରି ହୋଇଥିବା ମୋଟର ସାଇକେଲକୁ ମଧ୍ୟ ଉଦ୍ଧାର କରାଯାଇଛି ।

ଜବତ ହୋଇଥିବା ସମସ୍ତ ବାଇକ୍ ଗୁଡ଼ିକ ହିରୋହୋଣ୍ଡା କମ୍ପାନୀ ଦ୍ବାରା ପ୍ରସ୍ତୁତ ବୋଲି ଜଣା ପଡ଼ିଥିବା ବେଳେ ଅଭିଯକ୍ତ ମାନେ ଚୋରା ଗାଡ଼ି ଗୁଡ଼ିକର ନମ୍ୱର ପ୍ଲେଟ ବଦଳାଇବା ସହିତ ଗାଡ଼ିର ଇଞ୍ଜିନ ଓ ଚେଚିସ୍ ନମ୍ବରକୁ ବଦଳାଇ ଗାଡ଼ିଗୁଡ଼ିକୁ ବିକ୍ରୀ କରୁଥିବା କଥା ପରବର୍ତ୍ତୀ ସମୟରେ ପୋଲିସ୍ ଜାଣିବାକୁ ପାଇଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ସଦର ଥାନା ଅନ୍ତର୍ଗତ ଭାଟପଡ଼ା ଗ୍ରାମର  ଆକାଶ ଭୁଁୟା ଓରଫ ଦିଲୁ(୨୨) ଏବଂ ସଂଗ୍ରାମ ବଳବନ୍ତରାୟ (୨୨) ବୋଲି ଜଣାପଡିଛି।

ଗିରଫ ଅଭିଯକ୍ତ ବିରୁଦ୍ଧରେ ଖୋର୍ଦ୍ଧା ଆଦର୍ଶ ଥାନା କେସ ନମ୍ୱର ୩୭୯ରେ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ପୋଲିସ୍ ପକ୍ଷରୁ ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *