ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ୨୦୧୧ ମସିହା ଓଡ଼ିଶା କ୍ୟାଡର ଆଇ.ଏ .ଏସ. ଶ୍ରୀଯୁକ୍ତ କେ ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା : ୨୩/୬(ପ୍ରବାହ ନିୟୁଜ) ନୂତନ ଜିଲ୍ଲାପାଳ ଭାବେ ଶ୍ରୀଯୁକ୍ତ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଖୋର୍ଦ୍ଧାରେ ପହଞ୍ଚି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ଚକ୍ରବର୍ତ୍ତୀ ଏହା ପୂର୍ବରୁ ବାଲେଶ୍ୱରର ଜିଲ୍ଲାପାଳ ରୂପେ ଅବସ୍ଥାପିତ ଥଲେ । ଆଜି କାର୍ଯ୍ୟରେ ଯୋଗ ଦେବାର କିଛି ସମୟ ପରେ ସେ ତୁରନ୍ତ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିବା ବେଳେ ଚିକିତ୍ସା ସେବାରେ ଅବ୍ୟବସ୍ଥା ଦେଖିବା ମିଳିଥିବାରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ ମଧ୍ୟ କରିଥିଲେ । ଜିଲ୍ଲାରେ ବଢୁଥିବା ବେଆଇନ ଖଣି ଖନନ , ଅବାଧ ନିଶା କାରବାର ଉପରେ ରୋକ ଏବଂ ଜିଲ୍ଲାର ସମସ୍ତ ଲୋକ କଲ୍ୟାଣ କାର୍ଯ୍ୟକୁ ତ୍ଵରାନିତ କରିବା ନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *