ଟିପିଏସ୍ଓଡିଏଲ୍ ସିଇଓଙ୍କ ଗଞ୍ଜାମର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା

0
Untitled

ବ୍ରହ୍ମପୁର, ନଭେମ୍ବର: ବାତ୍ୟା ଅକ୍ୱାନ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ। ଏହି ଗସ୍ତ ସମୟରେ ସେ ନରେନ୍ଦ୍ରପୁର ସେକ୍ସନ୍ ଅନ୍ତର୍ଗତ ତଳ ପୁଟବାଗଡ଼ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଜନପ୍ରତିନିଧି, ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ଶ୍ରୀ ଗର୍ଗ ବିଭିନ୍ନ ଅଞ୍ଚଳରେ ହୋଇଥିବା ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବାତ୍ୟା ପରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିରନ୍ତର ପରିଶ୍ରମ କରିଥିବା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏଥିସହ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳ…

Leave a Reply

Your email address will not be published. Required fields are marked *