ସେମିକନ୍ ଇଣ୍ଡିଆ ୨୦୨୬ ଓ ସେମିକନ୍ ୨.୦ ଭାରତର ସେମିକଣ୍ଡକ୍ଟର ଅଭିବୃଦ୍ଧିକୁ ନୂଆ ଗତି ଦେଇଛି

0
Untitled

ନୂଆଦିଲ୍ଲୀ, ସେପ୍େଟମ୍ବର ୨୪, ୨୦୨୬: ଭାରତର ସେମିକଣ୍ଡକ୍ଟର ଯାତ୍ରା ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସେମିକନ୍ ୨.୦’ ଏଥିପାଇଁ ନୀତିଗତ ଢାଂଚା ପ୍ରସ୍ତୁତ କରିଥିବା ବେଳେ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଦେଶରେ ବଢ଼ୁଥିବା ଶିଳ୍ପ ଓ ବାଣିଜ୍ୟିକ ଗତିଶୀଳତାକୁ ପ୍ରଦର୍ଶିତ କରିଛି ।

ସେପ୍େଟମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମିଠାରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ’ର ପଂଚମ ସଂସ୍କରଣରେ ଭାରତୀୟ ଓ ବିଶ୍ୱ ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିଭିନ୍ନ ଅଂଶୀଦାର ବ୍ୟାପକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ୫୧,୬୫୬ ଜଣ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ୪୦,୦୦୦ ଜଣ ପରିଦର୍ଶକ ଯୋଗଦେଇଥିଲେ । ଏଥିରେ ୬୦୦ରୁ ଅଧିକ ପ୍ରଦର୍ଶକ, ପ୍ରାୟ ୩୦୦ଟି ଅନ୍ତର୍ଜାତୀୟ କମ୍ପାନୀ ଓ ୫୨ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ୫୪ଟି ବୁଝାମଣାପତ୍ର ଓ ରଣନୀତିକ ଘୋଷଣା ହୋଇଥିବା ବେଳେ ୫,୦୦୦ରୁ ଅଧିକ ବ୍ୟବସାୟିକ-ବ୍ୟବସାୟିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୭ ବିଲିୟନ ଆମେରିକୀୟ ଡଲାରର ନିବେଶ ପ୍ରତିଶ୍ରୁତି ମଧ୍ୟ ମିଳିଛି । ଏଥିସହିତ, ଇୱାଇ-ଆଇଇଏସଏ ରିପୋର୍ଟ ‘ସେମିକନ୍ ଇଣ୍ଡିଆ ୨.୦: ଫ୍ରମ୍ କ୍ୟାପାସିଟି କ୍ରିଏସନ୍ ଟୁ ଇକୋସିଷ୍ଟମ୍ ଲିଡରସିପ୍‌’ ଅନୁଯାୟୀ, ୨୦୩୫ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ବଜାର ୨୦୦ ବିଲିୟନ ଆମେରିକୀୟ ଡଲାରରେ ପହଂଚିବାର ଆକଳନ କରାଯାଇଛି ।

ଏହି ଆୟୋଜନ ଦର୍ଶାଇଛି ଯେ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ଏବେ ନୀତିରୁ ପ୍ରକଳ୍ପ, ପ୍ରକଳ୍ପରୁ ଉତ୍ପାଦନ ଏବଂ ବ୍ୟକ୍ତିଗତ ନିବେଶରୁ ଏକ ସମନ୍ୱିତ ଶିଳ୍ପ ପରିବେଶ ବ୍ୟବସ୍ଥା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ।

ଏହା ସହ ସରକାର ‘ସେମିକନ୍ ୨.୦’ ମାଧ୍ୟମରେ ପରବର୍ତୀ ପର୍ଯ୍ୟାୟକୁ ଆଗକୁ ବଢ଼ାଇଛନ୍ତି । ଏଥିପାଇଁ ୧,୨୭,୫୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି । ଏହାର ମୁଖ୍ୟ ଫୋକସ୍ ହେଉଛି ଚିପ୍ ଡିଜାଇନ୍‌, ଯନ୍ତ୍ରପାତି ଓ କଂଚାମାଲ, ସେମିକଣ୍ଡକ୍ଟର ନିର୍ମାଣ କାରଖାନା, ଉନ୍ନତ ପ୍ୟାକେଜିଂ, ଗବେଷଣା ଓ ବିକାଶ ଏବଂ ଦକ୍ଷ ମାନବ ସମ୍ବଳ ବିକାଶ ।

ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ପର୍କରେ ସେମି ଇଣ୍ଡିଆ ଓ ଆଇଇଏସଏର ସଭାପତି ଅଶୋକ ଚାଣ୍ଡକ କହିଛନ୍ତି, ସେମିକନ୍ ଇଣ୍ଡିଆ ୨୦୨୬ ପ୍ରମାଣ କରିଛି ଯେ ଭାରତ ବିଶ୍ୱସନୀୟତାରୁ କ୍ଷମତା ଆଡ଼କୁ ଅଗ୍ରସର ହେଉଛି । ସେମିକନ୍ ୧.୦ ପ୍ରସ୍ତୁତି ତୁଳନାରେ ଏବେ ସେମିକନ୍ ୨.୦ ସେହି ଶିଳ୍ପ ପରିବେଶକୁ ଆହୁରି ସୁଦୃଢ଼ କରୁଛି । ଏହି ତିନି ଦିନରେ ଆମେ ଦେଖିଲୁ ଯେ ନୀତିର ନିରନ୍ତରତା ଶିଳ୍ପର ପ୍ରତିବଦ୍ଧତା ସହ, ବିଶ୍ୱର ଆସ୍ଥା ଭାରତୀୟ କ୍ଷମତା ସହ ଏବଂ ନିବେଶ ଉତ୍ପାଦନ, ସହଭାଗିତା ଓ ବାଣିଜ୍ୟୀକରଣ ସହ ଯୋଡ଼ି ହେବା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *