ଏସିଆ ରଗବୀ ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬’ରେ ଭାରତୀୟ ସିନିୟର୍ ମହିଳା ରଗବୀ ଟିମ୍ ରେ ମୟୂରଭଞ୍ଜ ଝିଅ ସନ୍ଧ୍ୟାରାଣୀ ଟୁଡୁ

0
Untitled

ଚୀନର ସୁଝୋଉ ଠାରେ ଆୟୋଜିତ ‘ଏସିଆ ରଗବୀ ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬’ରେ ଭାରତୀୟ ସିନିୟର୍ ମହିଳା ରଗବୀ ଟିମ୍‌ର ପ୍ରତିନିଧିତ୍ୱ କରି ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଆମ ମୟୂରଭଞ୍ଜ ଜିଲ୍ଲାର ସୁଯୋଗ୍ୟା କନ୍ୟା ସନ୍ଧ୍ୟାରାଣୀ ଟୁଡୁ ଙ୍କ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ବାରିପଦାର ରାଧିକାଶୋଳ ଗ୍ରାମରୁ ଆସି ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ (FSSA) ରୁ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବା, ସନ୍ଧ୍ୟାରାଣୀଙ୍କ ନିଷ୍ଠା, ଦକ୍ଷତା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମର ବଳିଷ୍ଠ ପ୍ରମାଣ l ତାଙ୍କର ଏହି ସଫଳତା ଆଗାମୀ ଦିନରେ ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ଆଶା ଓ ବିଶ୍ବାସ ରହିଛି । ଏହା ସହିତ ମାନ୍ୟବର ମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଗାମୀ ସଫଳତା ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *