ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ କନକ୍ଲେଭ୍ ୨୦୨୬ରେ ଶିଳ୍ପଗୁଡ଼ିକ ପାଇଁ ଟାଟା ପାୱାରର ଅତ୍ୟାଧୁନିକ ଶକ୍ତି ସମାଧାନ ପ୍ରଦର୍ଶିତ

0
Untitled

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬: ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଇପିକଲ୍‌) ସହ ସମନ୍ୱୟ ରକ୍ଷା କରି ଭୁବନେଶ୍ୱରରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ କନକ୍ଲେଭ୍ ୨୦୨୬’ ଆୟୋଜନ କରିଛି । ୪୦ରୁ ଅଧିକ ଶିଳ୍ପସଂସ୍ଥା, ନିବେଶକ ଏବଂ ପ୍ରମୁଖ ଅଂଶୀଦାରମାନଙ୍କୁ ଏକତ୍ରିତ କରିଥିବା ଏହି କନକ୍ଲେଭ୍ ଅଭିନବ ଶକ୍ତି ସମାଧାନ ଅନୁସନ୍ଧାନ କରିବା ଏବଂ ଓଡ଼ିଶାର ବଢୁଥିବା ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିଛି ।


‘ପାୱାରିଂ ପସିବିଲିଟିଜ୍‌, ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଜ୍‌’ ବିଷୟବସ୍ତୁ ଉପରେ ଆଧାରିତ ଏହି କନକ୍ଲେଭରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଆଇଏଏସ୍ ଏବଂ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଆଇଏଏସ୍ ଯୋଗ ଦେଇଥିଲେ । ଏଥିସହ ଶିଳ୍ପପତି ଓ ନିବେଶକମାନଙ୍କ ସହ ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଶ୍ରୀ କଲ୍ୟାଣ ମହାନ୍ତି; ଟାଟା ପାୱାର ଟ୍ରେଡିଂ କମ୍ପାନୀ ଲିମିଟେଡ୍ (ଟିପିଟିସିଏଲ)ର ସିଇଓ ଏବଂ ଏମଡି ତଥା ଟାଟା ପାୱାରର ଚିଫ୍ – ଡିଷ୍ଟ୍ରିବ୍ୟୁସନ୍ (ନର୍ଥ) ଏବଂ ବିଜନେସ୍ ଡେଭଲପମେଣ୍ଟ (ଟିଆଣ୍ଡଡି) ଶ୍ରୀ ତରୁଣ କଟିୟାର; ଏବଂ ଟାଟା ପାୱାରର ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲର ସିଇଓ ଶ୍ରୀ ଗଜାନନ କାଲେ ମଧ୍ୟ ଉପସ୍ଥିତ ଥିଲେ ।


ଏହି କନକ୍ଲେଭରେ ଅକ୍ଷୟ ଶକ୍ତି, ଗ୍ରୀନ ହାଇଡ୍ରୋଜେନ୍‌, ଖଣି, ସିମେଣ୍ଟ, ଆତିଥ୍ୟ ଏବଂ ଅନ୍ୟାନ୍ୟ ବିଭିନ୍ନ ଶିଳ୍ପ କ୍ଷେତ୍ରର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ଓଡ଼ିଶା ସରକାରଙ୍କ ସହଭାଗିତାରେ ପରିଚାଳିତ ଚାରୋଟି ବିତରଣ କମ୍ପାନୀ ମାଧ୍ୟମରେ ସମଗ୍ର ଓଡ଼ିଶାରେ ନିଜର ସୁଦୃଢ଼ ଉପସ୍ଥିତି ସହ ଟାଟା ପାୱାର ରାଜ୍ୟର ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଇ ଆସୁଛି ।ପ୍ରଗତିଶୀଳ ରାଜ୍ୟ ନୀତି, ଭିତ୍ତିଭୂମି ବିକାଶ, ନିବେଶକ-କୈନ୍ଦ୍ରିକ ଶାସନ ଏବଂ ଘରୋଇ ଓ ବିଶ୍ୱସ୍ତରୀୟ ନିବେଶକୁ ଆକୃଷ୍ଟ କରିବା ପାଇଁ ନିରନ୍ତର ପ୍ରୟାସ ଦ୍ୱାରା ଓଡ଼ିଶା ବର୍ତ୍ତମାନ ଶିଳ୍ପ ରୂପାନ୍ତରଣର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି । ନୀତି ଆୟୋଗର ନିବେଶ ଅନୁକୂଳ ସୂଚକାଙ୍କ ୨୦୨୬ରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ହାସଲ କରି ଭାରତର ଶ୍ରେଷ୍ଠ ପାଞ୍ଚଟି ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସ୍ୱୀକୃତି ପାଇବା ଏକ ଆକର୍ଷଣୀୟ ନିବେଶ ସ୍ଥଳୀ ଭାବେ ରାଜ୍ୟର ବଢୁଥିବା ପ୍ରତିଷ୍ଠାକୁ ପ୍ରତିଫଳିତ କରୁଛି ।


ସମୃଦ୍ଧ ଓଡ଼ିଶା ୨୦୩୬, ବିକଶିତ ଓଡ଼ିଶା ଏବଂ ମେକ୍ ଇନ୍ ଓଡ଼ିଶା ପଦକ୍ଷେପର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଧାତବ ଓ ଖଣି ଭଳି ପାରମ୍ପରିକ କ୍ଷେତ୍ରରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ସହ ଉତ୍ପାଦନ, ରସାୟନ, ପେଟ୍ରୋକେମିକାଲ୍‌, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ, ସବୁଜ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଏହାର ପ୍ରସାର କରୁଛନ୍ତି ।ଓଡ଼ିଶା ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପ ଓ ଅର୍ଥନୈତିକ ଶକ୍ତି କେନ୍ଦ୍ର ହେବାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ବେଳେ ନିର୍ଭରଯୋଗ୍ୟ, ସୁଲଭ ଏବଂ ନିରନ୍ତର ଶକ୍ତି ଭିତ୍ତିଭୂମି ଶିଳ୍ପ ପ୍ରତିଯୋଗିତା, ନିବେଶ ଏବଂ ନିଯୁକ୍ତି ସୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ ।
ଏହି ପରିପ୍ରେକ୍ଷୀରେ ଶିଳ୍ପସଂସ୍ଥାଗୁଡ଼ିକୁ ନିର୍ଭରଯୋଗ୍ୟ ଭିତ୍ତିଭୂମି ଉପଲବ୍ଧ କରାଇବା, ଶକ୍ତି ବ୍ୟବହାରକୁ ସର୍ବୋତ୍ତମ କରିବା, ପୁଞ୍ଜି ବ୍ୟୟ ପରିଚାଳନା କରିବା ଏବଂ ସ୍ୱଚ୍ଛ ଶକ୍ତି ଆଡ଼କୁ ସେମାନଙ୍କର ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ସମନ୍ୱିତ ଶକ୍ତି ଏବଂ ଅକ୍ଷୟ ବିଦ୍ୟୁତ୍ ସମାଧାନର ଏକ ପୋର୍ଟଫୋଲିଓ ଟାଟା ପାୱାର ପ୍ରଦର୍ଶନ କରିଛି । ଏହି ପ୍ରସ୍ତାବଗୁଡ଼ିକ ସହଜ, ସେବା-ଭିତ୍ତିକ ମଡେଲଗୁଡ଼ିକୁ ଆଲୋକପାତ କରିଛି ଯାହା ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ଶକ୍ତି ଆବଶ୍ୟକତାକୁ ପୂରଣ କରିଥାଏ ।


୧. ୟୁଟିଲିଟି-ଆଜ୍‌-ଏ-ସର୍ଭିସ୍ (ୟୁଏଏଏସ)
ଏହା ଏକ ସେବା-ଭିତ୍ତିକ ମଡେଲ୍‌, ଯାହା ପାରମ୍ପରିକ ଓ ଅଧିକ ପୁଞ୍ଜି ଆବଶ୍ୟକ କରୁଥିବା ବୈଦ୍ୟୁତିକ ଭିତ୍ତିଭୂମିକୁ ଏକ ପରିଚାଳନାଗତ ବ୍ୟୟ-ଆଧାରିତ ସମାଧାନରେ ପରିଣତ କରେ । ବିଲ୍ଡ-ଓନ୍‌-ଅପରେଟ୍‌-ଟ୍ରାନ୍ସଫର (ବୁଟ୍‌) ଢାଞ୍ଚା ଅଧୀନରେ ଟାଟା ପାୱାର ଚୁକ୍ତି ଅବଧି ପାଇଁ ସମ୍ମତ ବୈଦ୍ୟୁତିକ ଭିତ୍ତିଭୂମିର ଡିଜାଇନ୍‌, ବିକାଶ, ମାଲିକାନା, ପରିଚାଳନା ଏବଂ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରେ । ଗ୍ରାହକମାନେ ଏକ ନିର୍ଦ୍ଧାରିତ ବାର୍ଷିକ ଦେୟ ପ୍ରଦାନ କରନ୍ତି ଏବଂ ଚୁକ୍ତି ଶେଷରେ ସମ୍ପତ୍ତିଗୁଡ଼ିକ ସେମାନଙ୍କୁ ହସ୍ତାନ୍ତର କରାଯାଏ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ପ୍ରମୁଖ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକରେ ଏହି ମଡେଲ୍ କାର୍ଯ୍ୟକାରୀ ହେଉଛି, ଯେଉଁଠାରେ ଟାଟା ପାୱାର ଏକ ସମନ୍ୱିତ ଗ୍ରିଡ୍‌-ଟୁ-ଗେଟ୍ ବୈଦ୍ୟୁତିକ ସମାଧାନ ପ୍ରଦାନ କରୁଛି ।

୨. ଏନର୍ଜି-ଆଜ୍‌-ଏ-ସର୍ଭିସ୍ (ଇଏଏଏସ)
ଏନରୟୁନି ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରାଯାଉଥିବା ଇଏଏଏସ ଶକ୍ତି ଦକ୍ଷତା, ଚାହିଦା-ପାର୍ଶ୍ୱ ପରିଚାଳନା, ପାୱାର ପୋର୍ଟଫୋଲିଓ ପରିଚାଳନା ଏବଂ ଡିଜିଟାଲ୍ ଶକ୍ତି ପରିଚାଳନାକୁ ଏକତ୍ର କରେ । ଏହି ମଡେଲ୍ ଶିଳ୍ପ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କୁ ଶକ୍ତି ବ୍ୟବହାର ଓ ଖର୍ଚ୍ଚ ସଠିକ କରିବାକୁ, ପରିଚାଳନାଗତ ନିର୍ଭରଯୋଗ୍ୟତା ବୃଦ୍ଧି କରିବାକୁ, ଅକ୍ଷୟ ଶକ୍ତି ଗ୍ରହଣୀୟତା ବଢ଼ାଇବାକୁ ଏବଂ ସେମାନଙ୍କର କାର୍ବନ ହ୍ରାସ ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ସାହାଯ୍ୟ କରେ ।

୩. କୁଲିଂ-ଆଜ୍‌-ଏ-ସର୍ଭିସ୍ (ସିଏଏଏସ)
କୁଲିଂ ଭିତ୍ତିଭୂମି କ୍ଷେତ୍ରରେ ସେବା-ଆଧାରିତ ଆଭିମୁଖ୍ୟକୁ ବିସ୍ତାର କରି ଟାଟା ପାୱାର ଏକ ମଡେଲ୍ ପ୍ରଦାନ କରୁଛି ଯେଉଁଥିରେ କୁଲିଂ ସିଷ୍ଟମର ଡିଜାଇନ୍‌, ଅର୍ଥ ଯୋଗାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଏକ ସେବା ଭାବେ କରାଯାଏ ଏବଂ ଗ୍ରାହକମାନେ ବ୍ୟବହୃତ କୁଲିଂ ଆଧାରରେ ଦେୟ ପ୍ରଦାନ କରନ୍ତି । ବିଶେଷ କରି ବାଣିଜ୍ୟିକ କୋଠା, ଡାକ୍ତରଖାନା, ଡାଟା ସେଣ୍ଟର, ବିମାନବନ୍ଦର, ଶିଳ୍ପ ପ୍ରତିଷ୍ଠାନ ଏବଂ ସ୍ମାର୍ଟ ସିଟି ଭଳି ଅଧିକ ଶକ୍ତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକରେ ପାରମ୍ପରିକ କୁଲିଂ ଭିତ୍ତିଭୂମି ମାଲିକାନାର ଏହା ଏକ ବିକଳ୍ପ ପ୍ରଦାନ କରେ ।


୪. କ୍ୟାପ୍ଟିଭ୍‌, ଗ୍ରୁପ୍ କ୍ୟାପ୍ଟିଭ୍ ଏବଂ ଡିଷ୍ଟ୍ରିବ୍ୟୁଟେଡ୍ ଅକ୍ଷୟ ଶକ୍ତି ସମାଧାନ
ଟାଟା ପାୱାର ଏହାର ସହଯୋଗୀ ସଂସ୍ଥା ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆରଇଏଲ) ମାଧ୍ୟମରେ ସୌର, ପବନ, ହାଇବ୍ରିଡ୍ ଏବଂ ଶକ୍ତି ସଂରକ୍ଷଣ ପ୍ରକଳ୍ପଗୁଡ଼ିକରେ କ୍ୟାପ୍ଟିଭ୍ ଏବଂ ଗ୍ରୁପ୍ କ୍ୟାପ୍ଟିଭ୍ ଅକ୍ଷୟ ଶକ୍ତି ସମାଧାନ ପ୍ରଦାନ କରେ । ଏହାର ପୋର୍ଟଫୋଲିଓରେ ରୁଫଟପ୍ ସୋଲାର ସମାଧାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ନିଜସ୍ୱ ପରିସରରେ ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ କରିବାକୁ, ପାରମ୍ପରିକ ବିଦ୍ୟୁତ୍ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଏବଂ ଦୀର୍ଘକାଳୀନ ଶକ୍ତି ଖର୍ଚ୍ଚକୁ ସର୍ବୋତ୍ତମ କରିବାକୁ ସକ୍ଷମ କରେ । ଏହି ସମାଧାନଗୁଡ଼ିକ ବ୍ୟବସାୟଗୁଡ଼ିକୁ ସେମାନଙ୍କର କାର୍ବନ ହ୍ରାସ, ନିରନ୍ତରତା ଏବଂ ଇଏସଜି ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରେ ।


ଏହି ସମସ୍ତ ସମାଧାନ ମିଳିତ ଭାବେ ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଶକ୍ତି ଭିତ୍ତିଭୂମି, କ୍ରୟ, ଦକ୍ଷତା ଏବଂ ନିରନ୍ତରତା ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ପ୍ରଦାନ କରେ । ଓଡ଼ିଶାରେ ପୂର୍ବରୁ କାର୍ଯ୍ୟ କରୁଥିବା ବ୍ୟବସାୟଗୁଡ଼ିକ ସହ ରାଜ୍ୟରେ ସେମାନଙ୍କର କାର୍ଯ୍ୟ ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବାକୁ ଚାହୁଁଥିବା ନିବେଶକ ଏବଂ ଶିଳ୍ପସଂସ୍ଥାଗୁଡ଼ିକୁ ସହାୟତା କରିବା ପାଇଁ ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍ ବିସ୍ତାର ହେଉଥିବା ବେଳେ ସହଜ, ସେବା-ଭିତ୍ତିକ ଶକ୍ତି ମଡେଲ୍ ଏବଂ ଅକ୍ଷୟ ଶକ୍ତି ସମାଧାନ ମାଧ୍ୟମରେ ବ୍ୟବସାୟଗୁଡ଼ିକୁ ପୁଞ୍ଜି ବ୍ୟୟ ସର୍ବୋତ୍ତମ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଏବଂ ଅଧିକ ସ୍ଥିରତା ଆଣିବାରେ ସାହାଯ୍ୟ କରିବାକୁ ଟାଟା ପାୱାର ଲକ୍ଷ୍ୟ ରଖିଛି ।
କନକ୍ଲେଭରେ ଉଦବୋଧନ ଦେଇ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଆଇଏଏସ୍ କହିଛନ୍ତି ଯେ, “ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ଶକ୍ତି ହେଉଛି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ । ଭବିଷ୍ୟତର ବିଦ୍ୟୁତ୍ ବିତରଣ ସଂସ୍ଥାଗୁଡ଼ିକ କେବଳ ବିଦ୍ୟୁତ୍ ବିକ୍ରି କରିବେ ନାହିଁ, ବରଂ ସେମାନେ ଉପଭୋକ୍ତାଙ୍କୁ ଶକ୍ତି ସମାଧାନ, ସେବା ଏବଂ ମୂଲ୍ୟ ପ୍ରଦାନ କରିବେ । ନିର୍ଭରଯୋଗ୍ୟ ଭିତ୍ତିଭୂମିକୁ ସ୍ୱଚ୍ଛ ଶକ୍ତି ସହ ଯୋଡ଼ୁଥିବା ସେବା-ଭିତ୍ତିକ ମଡେଲଗୁଡ଼ିକ ସୁଲଭତା, ନିର୍ଭରଯୋଗ୍ୟତା ଏବଂ ସୁଗମତା ଉପରେ ଆଧାରିତ ହୋଇ ରାଜ୍ୟର ଶିଳ୍ପଗୁଡ଼ିକୁ ପ୍ରତିଯୋଗିତାମୂଳକ ଭାବେ ବଢ଼ିବାରେ ସାହାଯ୍ୟ କରିବ ।”


ଟିପିଟିସିଏଲର ସିଇଓ ଏବଂ ଏମଡି ତଥା ଟାଟା ପାୱାରର ଚିଫ୍ – ଡିଷ୍ଟ୍ରିବ୍ୟୁସନ୍ (ନର୍ଥ) ଏବଂ ବିଜନେସ୍ ଡେଭଲପମେଣ୍ଟ (ଟିଆଣ୍ଡଡି) ଶ୍ରୀ ତରୁଣ କଟିୟାର କହିଛନ୍ତି ଯେ, “ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ମହତ୍ତ୍ୱାକାଂକ୍ଷା ଏବଂ ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟ ଅନେକ ସମ୍ଭାବନା ସୃଷ୍ଟି କରିଛି, ଯେଉଁଥିରେ ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବିଦ୍ୟୁତ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ସମନ୍ୱିତ ପ୍ରସ୍ତାବ ମାଧ୍ୟମରେ ଆମେ ଶିଳ୍ପଗୁଡ଼ିକୁ ସେମାନଙ୍କର ମୂଳ ବ୍ୟବସାୟ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ, ଯେତେବେଳେ କି ଆମେ ଦକ୍ଷ, ନିର୍ଭରଯୋଗ୍ୟ ଏବଂ ନିରନ୍ତର ଶକ୍ତି ଭିତ୍ତିଭୂମି ଓ ସମାଧାନ ପ୍ରଦାନ କରିବୁ । ଆମର ବିତରଣ ବିଶେଷଜ୍ଞତା ଏବଂ ଅକ୍ଷୟ ଶକ୍ତି କ୍ଷମତା ବଳରେ ଆମେ ଶିଳ୍ପଗୁଡ଼ିକର ବିକଶିତ ଶକ୍ତି ଆବଶ୍ୟକତାକୁ ପୂରଣ କରିବାକୁ ଏବଂ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ।”
ଟାଟା ପାୱାରର ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ବିଗତ ବର୍ଷଗୁଡ଼ିକରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡ଼ିକ ସମଗ୍ର ରାଜ୍ୟରେ ଏକ ସୁଦୃଢ଼, ନିର୍ଭରଯୋଗ୍ୟ ଏବଂ ଗ୍ରାହକ-କୈନ୍ଦ୍ରିକ ବିତରଣ ନେଟୱାର୍କ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି । ଓଡ଼ିଶାର ଶିଳ୍ପ ଆଧାର ବିସ୍ତାର ହେଉଥିବା ବେଳେ ଏବଂ ନୂତନ ନିବେଶ ଆକାର ନେଉଥିବା ବେଳେ ବ୍ୟବସାୟଗୁଡ଼ିକ ଯେପରି ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ଗୁଣାତ୍ମକ ବିଦ୍ୟୁତ୍ ଏବଂ ତ୍ୱରିତ ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି । ଆଜି ପ୍ରଦର୍ଶିତ ହୋଇଥିବା ସେବା-ଭିତ୍ତିକ ସମାଧାନଗୁଡ଼ିକ ଏହି ମୂଳଦୁଆ ଉପରେ ନିର୍ମିତ ହୋଇଛି, ଯାହା ଗ୍ରିଡ୍ ସଂଯୋଗଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ଶିଳ୍ପଗୁଡ଼ିକୁ ସେମାନଙ୍କର ଶକ୍ତି ଆବଶ୍ୟକତା ପାଇଁ ଏକ ବିଶ୍ୱସ୍ତ ଅଂଶୀଦାର ପ୍ରଦାନ କରୁଛି ।”


ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ କନକ୍ଲେଭ୍ ୨୦୨୬ ଟାଟା ପାୱାରକୁ ଗ୍ରୀନ ହାଇଡ୍ରୋଜେନ୍‌, ଖଣି, ସିମେଣ୍ଟ ଏବଂ ଆତିଥ୍ୟ ଭଳି କ୍ଷେତ୍ରର ୪୦ରୁ ଅଧିକ ଅଂଶଗ୍ରହଣକାରୀ ଶିଳ୍ପସଂସ୍ଥା, ନିବେଶକ ଏବଂ ଅଂଶୀଦାରମାନଙ୍କ ସହ ଯୋଡ଼ି ହେବା ଏବଂ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକଶିତ ଆବଶ୍ୟକତା ସହ ଅଭିନବ, ସେବା-ଭିତ୍ତିକ ଶକ୍ତି ସମାଧାନ ପ୍ରଦର୍ଶନ କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରିଛି । ଏହି କନକ୍ଲେଭ୍ ବ୍ୟବସାୟଗୁଡ଼ିକୁ ନିର୍ଭରଯୋଗ୍ୟ, ଦକ୍ଷ ଏବଂ ନିରନ୍ତର ଶକ୍ତି ଉପଲବ୍ଧ କରାଇବା ସହ ରାଜ୍ୟର ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟ ଏବଂ ଏହାର ପରବର୍ତ୍ତୀ ପର୍ଯ୍ୟାୟର ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଟାଟା ପାୱାରର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛି ।

Leave a Reply

Your email address will not be published. Required fields are marked *