ମୟୂରଭଞ୍ଜରେ ଭାରୀ ବର୍ଷାରେ ବନ୍ୟା ପରିସ୍ଥିତି: ଜିଲ୍ଲାରେ ୧୦,୩୭୩ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର

0
Untitled

ବାରିପଦା, ୨୫/୦୯(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ସେପ୍ଟେମ୍ବର ୨୩ ତାରିଖରୁ ଲଗାତାର ଭାରୀ ବର୍ଷା ଯୋଗୁଁ ୨୦ଟି ବ୍ଲକ୍, ୧ଟି ପୌରପାଳିକା ଓ ୧ଟି ଏନ୍‌ଏସି ପ୍ରଭାବିତ ହୋଇଛି। ବନ୍ୟା ଓ ବର୍ଷାଜନିତ ସ୍ଥିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

ଉଦ୍ଧାର କାର୍ଯ୍ୟ ପାଇଁ ବଡ଼ସାହି, ଉଦଳା ବ୍ଲକ୍ ଓ ବାରିପଦାରେ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ ରହିଥିବା ବେଳେ ୧୮ଟି ଅଗ୍ନିଶମ ସେବା ଟିମ୍ ମଧ୍ୟ ସକ୍ରିୟ ରହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୮୯ଟି ରିଲିଫ୍ କ୍ୟାମ୍ପ ଓ ୭୨ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି। ଏଠାରେ ସ୍ଥାନାନ୍ତରିତ ୧୦,୩୭୩ ଜଣଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ପ୍ରଭାବିତ ଅଞ୍ଚଳରେ ୧୧ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିବାବେଳେ ପଶୁଙ୍କ ଚିକିତ୍ସା ପାଇଁ ୩ଟି ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU) ମଧ୍ୟ କାର୍ଯ୍ୟରତ ଅଛି।

ଆଜି ଆବଶ୍ୟକ ରିଲିଫ୍ ସାମଗ୍ରୀ ଭାବେ ୪୭ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି। ଏଥିସହ ମୁଢ଼ି, ମିକ୍ସଚର, ବିସ୍କୁଟ୍ ଓ ବୋତଲବନ୍ଦ ପାଣି ଭଳି ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି।

ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁଯାୟୀ, ୧ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ, ୪ଟି କଚ୍ଚା ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ଏବଂ ୨୩୧ଟି କଚ୍ଚା ଓ ୬ଟି ପକ୍କା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ୪ଟି ଝୁମ୍ପୁଡ଼ି ଓ ୩ଟି ଗୋରୁ ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାହାର ଜୀବନ ପ୍ରତି କିଛି ବିପଦ ହୋଇନଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *