ପ୍ରକାଶ ପାଇଲା +୨ ପରୀକ୍ଷା ଫଳ :ରାଜ୍ୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନରେ ପ୍ରିନ୍ସ କଲେଜ ଛାତ୍ର ଛାତ୍ରୀ

ବାରିପଦା , ଚଳିତ ବର୍ଷ ପ୍ରିନ୍ସ କଲେଜର ବାରିପଦା ଏବଂ ବାଲେଶ୍ବର ଶାଖା ତରଫରୁ +୨ ବିଜ୍ଞାନ ଏବଂ କଳାର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ୫୨୦ ଜଣ ପିଲାଙ୍କ ମଧ୍ୟରୁ ୫୧୬ ଜଣ ପ୍ରଥମ ଶ୍ରେଣୀରେ, ଅବଶିଷ୍ଟ ୪ ଜଣ ଦ୍ବିତୀୟ ଶ୍ରେଣୀରେ ତନ୍ମଧ୍ୟରୁ ୭୨ ଜଣ ପିଲା ୯୦% ରୁ ଅଧୂକ ଏବଂ ୨୭୦ ଜଣ ପିଲା ୮୦% ରୁ ଅଧୁକ ମାର୍କ ରଖ ଐତିହାସିକ ସଫଳତା ଆଣିଦେଇ ଅଛନ୍ତି ।ସେହିଭଳି କଳା ବିଭାଗରେ ୭୦ ଜଣ ପିଲାଙ୍କ ମଧ୍ୟରୁ ୬୮ ଜଣ ପ୍ରଥମ ଶ୍ରେଣୀରେ ଅବଶିଷ୍ଟ ୨ ଜଣ ଦ୍ବିତୀୟ ଶ୍ରେଣୀରେ ତନ୍ମଧ୍ୟରୁ ୫ ଜଣ ୯୦% ରୁ ଅଧୁକ ଏବଂ ୫୦ ଜଣ ୮୦% ରୁ ଅଧୁକ ମାର୍କ ରଖ୍ ଐତିହାସିକ ସଫଳତା ଆଣିଦେଇ ଅଛନ୍ତି । ପୂର୍ବ ବର୍ଷ ଭଳି +୨ ବିଜ୍ଞାନରେ ଏହି କଲେଜର ଛାତ୍ର ଆଦିତ୍ୟ ଗିରି (୫୮୮) (୯୮%) ଶାସତୀ ବେହରା (୫୮୮) (୯୮%), ଆଦ୍ୟାଶା ପଣ୍ଡା (୫୮୮) (୯୮%) ନମ୍ବର ରଖ୍ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଅଛନ୍ତି ।
ସେହିଭଳି ଛାତ୍ର ଦୀଲ୍ଲିପ ମଣ୍ଡଳ (୫୮୬) (୯୭.୭%) ମାର୍କ ରଖ୍ ଦ୍ବିତୀୟ, ସ୍ମୃତି ରାଉତ (୫୮୩) (୯୭%) ମାର୍କ ରଖ୍ ତୃତୀୟ, ସଞ୍ଜିବନୀ ଦାସ (୫୮୨) (୯୭%) ମାର୍କ ରଖ୍ ଚତୁର୍ଥ, ହିମାଦ୍ରୀ ମହାନ୍ତି (୫୮୦) (୯୬.୭%) ମାର୍କ ରଖ୍ ପଞ୍ଚମ ସ୍ଥାନ ହାସଲ କରି ଅଛନ୍ତି । ସେହିଭଳି +୨ କଳାରେ ଛାତ୍ରୀ ଶୁଭସ୍ମିତା ସାହୁ (୫୬୨) (୯୪%) ରଖ୍ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଅଛନ୍ତି, ପ୍ରଭାତ ବିଶ୍ବାଳ (୫୪୪) (୯୧%) ରଖ୍ ଦ୍ବିତୀୟ ସ୍ଥାନ, ବେବୀ ସିଂ (୫୪୦) (୯୦%) ମାର୍କ ରଖ୍ ତୃତୀୟ ସ୍ଥାନ, ଗ୍ଲୋରିଆ ମାଝୀ (୫୪୦) (୯୦%) ରଖ୍ ଚତୁର୍ଥ ସ୍ଥାନ ହାସଲ କରିଅଛନ୍ତି ।ଜିଲ୍ଲାର ସର୍ବାକ ସଂଖ୍ୟକ ଫାଷ୍ଟକ୍ଲାସ ଏବଂ ସର୍ବାଧୁକ ପିଲା ୯୦% ନମ୍ବର ରଖ୍ ଏହି ଅନୁଷ୍ଠାନ ଏହାର ଗୌରବମୟ ଇତିହାସକୁ ବଜାୟ ରଖୁଅଛି ।
ସୂଚନା ଆଉ କି କେବଳ ୭ ଜଣ ୯୦% ପିଲା ADMISSION ହୋଇଥୁଲେ କିନ୍ତୁ ୭୨ ଜଣ ପିଲା ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖ୍ ଉତ୍ତୀର୍ଷ ହୋଇଅଛନ୍ତି ଏପରି କି ମାଟ୍ରିକ ରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଷ ହୋଇଥିବା ପିଲା ଏଠାରେ ୯୦% ରୁ ଅଧିକ ମାର୍କ ରଖ୍ ଉତ୍ତୀର୍ଷ ହୋଇଅଛନ୍ତି। ସବୁଠାରୁ ଖୁସିର କଥା ହେଉଛି ଦଶମ ବୋର୍ଡ଼ ରେ ବହୁତ କମ୍ ମାର୍କ ରଖୁଥିବା ପିଲା ଏଠାରେ ପଢ଼ି ଦ୍ବାଦଶ ବୋର୍ଡ଼ ରେ ବହୁତ ଅଧିକ ମାର୍କ ରଖୁଅଛନ୍ତି । ଏହା କେବଳ ଭଲ ପାଠପଢ଼ା ସାଙ୍ଗକୁ ସଠିକ୍ ତତ୍ତ୍ବାବଧାନ ଯୋଗୁଁ ସମ୍ଭବ ହୋଇଛି ବୋଲି ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ଚର୍ଚ୍ଚା ହେଉଅଛି ।ଏହି ସଫଳତା ପାଇଁ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ କାର୍ଷିକ ଚନ୍ଦ୍ର ସାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅକ୍ଳାନ୍ତ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଅଛନ୍ତି ।
