ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ଦାୟିତ୍ୱଗ୍ରହଣ ଉତ୍ସବ

ଧାମରା, ୦୧.୦୭.୨୦୨୬: କୁଆମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବ ନିର୍ବାଚିତ ଛାତ୍ର ପରିଷଦର ଦାୟିତ୍ୱ ଗ୍ରହଣ ଉତ୍ସବ ଉତ୍ସାହ ଆୟୋଜିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଢଙ୍ଗୀ ନବ ନିର୍ବାଚିତ ଛାତ୍ରବୃନ୍ଦଙ୍କୁ ବ୍ୟାଜ୍ ଓ ସାଶ୍ ପ୍ରଦାନ କରିବା ସହିତ ସେମାନଙ୍କୁ ଶପଥପାଠ କରାଇଥିଲେ । ସେ ନିଜ ବକ୍ତବ୍ୟରେ ଛାତ୍ରନେତାମାନଙ୍କୁ ସଚ୍ଚୋଟତା, ଶୃଙ୍ଖଳା, ଦାୟିତ୍ୱବୋଧ ଓ ସେବାଭାବ ସହ କାର୍ଯ୍ୟ କରି ବିଦ୍ୟାଳୟର ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରେରଣା ଦେଇଥିଲେ ।
ଏହି ଅବସରରେ ନବମ ଶ୍ରେଣୀ ଛାତ୍ର ଅନିମେଶ ପରିଡ଼ା ବିଦ୍ୟାଳୟର ହେଡ଼୍ ବୟ ଏବଂ ଛାତ୍ରୀ ସୁଶ୍ରୀ ସଙ୍ଗୀତା ପାତ୍ର ହେଡ଼୍ ଗାର୍ଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରତୀକ୍ଷା ସାହାଣୀ ସାଂସ୍କୃତିକ ମୁଖ୍ୟ, ଭାଗ୍ୟଲକ୍ଷ୍ମୀ ସେନାପତି କ୍ରୀଡ଼ା ମୁଖ୍ୟ, ଶ୍ରୀରୂପାଲିକା ଲେଙ୍କା ପ୍ରାର୍ଥନା ସଭା ହେଡ୍ ଏବଂ ଦେବୀପ୍ରସାଦ ଦାସ ସାହିତ୍ୟ ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସତ୍ୟ, ସାହାସ, ସମୃଦ୍ଧି ଓ ସେବା ସଦନର ନବନିର୍ବାଚିତ ଛାତ୍ର ନେତା ବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା କରି ନିଷ୍ଠା ଓ ନିରପେକ୍ଷତା ସହ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଶପଥ ଗ୍ରହଣ କରିଥିଲେ । ପୂର୍ବତନ ଛାତ୍ର ନେତା ଓ ସଦନମାନଙ୍କଠାରୁ ନବନିର୍ବାଚିତ ନେତୃବୃନ୍ଦଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଗୀତାଞ୍ଜଳି କୁମାରୀ, ଏସ୍. ରାଜେଶ୍ୱରୀ ମୋନିକା ଏବଂ ସାନୁଜ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଉଷାଶ୍ରୀ ବେହେରାଙ୍କ ଧନ୍ୟବାନ ଜ୍ଞାପନ ଓ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା ।
