କୋକା-କୋଲା ଇଣ୍ଡିଆ ସ୍ଥାନୀୟ ସହଭାଗୀତା, ସମୁଦାୟ ଏବଂ ସାଂସ୍କୃତିକ ଅନୁଭୂତି ମାଧ୍ୟମରେ ରଥଯାତ୍ରା ୨୦୨୬କୁ ଅଧିକ ସତେଜ କରିଛି

ଭାରତ, ୨୦ଜୁଲାଇ, ୨୦୨୬: ଭାରତର ଅନ୍ୟତମ ପୁରାତନ ଏବଂ ସବୁଠାରୁ ଆଧ୍ୟାତ୍ମିକ ପର୍ବ ରଥଯାତ୍ରା ୨୦୨୬ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ, କୋକା-କୋଲା ଇଣ୍ଡିଆ ଜଳୀୟକରଣ ଅଭିଯାନ, ଆକର୍ଷଣୀୟ ବ୍ରାଣ୍ଡ ଅନୁଭୂତି ଏବଂ ଖୁଚୁରା ବ୍ୟବସାୟର ସହଜ ଉପଲବ୍ଧତା ମାଧ୍ୟମରେ ଗ୍ରାହକମାନଙ୍କୁ ସତେଜତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି । କୋକା-କୋଲା ଇଣ୍ଡିଆ ତାର ସୁଦୃଢ଼ ବଟଲିଙ୍ଗ ଏବଂ ବିତରଣ ନେଟୱାର୍କ ମାଧ୍ୟମରେ ଉତ୍ସବର ପ୍ରମୁଖ ସ୍ଥାନ ଗୁଡ଼ିକରେ ନିଜର ପାନୀୟ ସହଜରେ ଉପଲବ୍ଧ କରାଇବ, ଏବଂ ଓଡ଼ିଶାର ଏହି ଅନ୍ୟତମ ବୃହତମ ବାର୍ଷିକ ସମାବେଶ ସମୟରେ ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କୁ ସହଯୋଗ କରିବ ।
କୋକା-କୋଲା ଇଣ୍ଡିଆ ଏବଂ ଏଚସିସିବି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ଼ (ଓଏସପିସିବି), ପୁରୀ ପୌରପାଳିକା, ହୋଟେଲ ଆସୋସିଏସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ରଥଯାତ୍ରା ସମୟରେ ଏକ ବ୍ୟବହୃତ ପେଟ୍ ବୋତଲମୁକ୍ତ ସଂଗ୍ରହ ଅଭିଯାନ କାର୍ଯ୍ୟକାରୀ କରାଯିବ । ଏହି ସୂତ୍ରରେ ତାଲିମପ୍ରାପ୍ତ ସଫେଇ ସାଥୀଙ୍କ ନିୟୋଜନ, ସ୍ୱତନ୍ତ୍ର ସଂଗ୍ରହ କେନ୍ଦ୍ର, ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଏବଂ ରି-ସାଇକ୍ଲିଙ୍ଗ ପ୍ରକ୍ରିୟା ମାଧ୍ୟମରେ ବ୍ୟବହୃତ ପେଟ ବର୍ଜ୍ଜବସ୍ତୁ ସଂଗ୍ରହ କରିବା ଏହି ଅଭିଯାନର ଲକ୍ଷ୍ୟ, ଯାହା ବ୍ୟବହୃତ ପେଟ ବୋତଲର ଦାୟିତ୍ୱବାନ ପରିଚାଳନା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥାଏ ।
ଡ଼େସମଣ୍ଡ ନିଖିଲ ଡ଼ିସୁଜା, କୋକା-କୋଲା ଇଣ୍ଡିଆ ଏବଂ ସାଉଥୱେଷ୍ଟ ଏସିଆର ଇଣ୍ଟିଗ୍ରେଟେଡ଼ ଅପରେସନ (ଏଚସିସିବି) ଏବଂ କମର୍ସିଆଲ ଭାଇସ ପ୍ରେସିଡେଂଟ କହିଛନ୍ତି, “ପର୍ବପର୍ବାଣୀ ଗୁଡ଼ିକର ଲୋକମାନଙ୍କୁ ଏକାଠି କରିବାର ଏକ ଅନନ୍ୟ ଶୈଳୀ ରହିଛି । ଏଗୁଡ଼ିକ ଆନନ୍ଦ, ଏକତା ଏବଂ ଏଭଳି କିଛି ସ୍ମୃତି ସୃଷ୍ଟି କରେ ଯାହା ଉତ୍ସବ ଶେଷ ହେବାର ବହୁ ସମୟ ପରେ ମଧ୍ୟ ଆମ ସହିତ ରହିଥାଏ । କୋକା-କୋଲା ଇଣ୍ଡିଆରେ, ଆମେ ସେହି ମହତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକରେ ଏକ ଛୋଟ ଭୂମିକା ଗ୍ରହଣ କରିବାକୁ ନେଇ ଗର୍ବିତ । ରଥଯାତ୍ରା ପାଇଁ, ଆମର ଧ୍ୟାନ କେବଳ ଭକ୍ତମାନେ ଯେପରି ସତେଜ ଏବଂ ହାଇଡ୍ରେଟେଡ଼୍ ରହିବେ ସେତିକିରେ ସୀମିତ ନ ରହି, ବରଂ କିଛି ମନୋରଞ୍ଜନ ଏବଂ ଆକର୍ଷଣୀୟ ଅନୁଭୂତି ସୃଷ୍ଟି କରିବା ମଧ୍ୟ ଚାହୁଁଛୁ ଯାହା ଏହି ଉତ୍ସବକୁ ଆହୁରି ସ୍ମରଣୀୟ କରିବ ।
ବିନୟ ନାୟାର, ଚିଫ କମର୍ସିଆଲ ଅଫିସର, ହିନ୍ଦୁସ୍ଥାନ କୋକା-କୋଲା ବେଭରେଜସ (ଏଚସିସିବି) କହିଛନ୍ତି, “ରଥଯାତ୍ରାରେ ଏଭଳି ଏକ ବଡ଼ ସ୍ତରରେ ସେବା ଯୋଗାଇ ଦେବା ଆମର କାର୍ଯ୍ୟକ୍ଷମ ଦକ୍ଷତା ଏବଂ ବିତରକ ଓ ଖୁଚୁରା ଅଂଶୀଦାର ମାନଙ୍କ ପ୍ରତିବଦ୍ଧତା ଯୋଗୁଁ ହିଁ ସମ୍ଭବ ହୋଇପାରିଛି । ଆମେ ସମସ୍ତେ ମିଳିମିଶି ପାନୀୟର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ସହ ଶେଷ ସୀମା ପର୍ଯ୍ୟନ୍ତ ଖୁଚୁରା ବ୍ୟବସାୟକୁ ମଜବୁତ କରୁଛୁ, ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛୁ ଏବଂ ଓଡ଼ିଶାର ଏହି ଅନ୍ୟତମ ବୃହତମ ସାଂସ୍କୃତିକ ଗଣପର୍ବ ସମୟରେ ମିଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛୁ ।”
ରଥଯାତ୍ରା ୨୦୨୬ ଆଗକୁ ବଢ଼ୁଥିବା ବେଳେ, କୋକା-କୋଲା ଇଣ୍ଡିଆ ଶ୍ରଦ୍ଧାଳୁମାନଙ୍କୁ ସତେଜ ରଖିବା ସହିତ ସ୍ଥାନୀୟ ଖୁଚୁରା ବ୍ୟବସାୟ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏହି ରଥଯାତ୍ରା ପର୍ବର ଆଧ୍ୟାତ୍ମିକ ଭାବନାକୁ ଉଜ୍ଜିବିତ କରୁଥିବା ଅର୍ଥପୂର୍ଣ୍ଣ ଅନୁଭୂତି ସୃଷ୍ଟି କରିବା ପାଇଁ ନିଜର ପ୍ରତିବଦ୍ଧତା ଜାରି ରଖିଛି ।
