ପ୍ରଧାନମନ୍ତ୍ରୀଙ୍କ AI-ନିର୍ମିତ ଅପମାନଜନକ ଛବି ସୋସିଆଲ ମିଡ଼ିଆରେ ପ୍ରଘଟ ଘଟଣା ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ବାରିପଦା ଟାଉନ୍ ପୋଲିସ

0
Untitled

ବାରିପଦା,୩/୦୯(ପ୍ରବାହ ନ୍ୟୁଜ):- ମୟୂରଭଞ୍ଜ ଜିଲ୍ଲାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର AI ମାଧ୍ୟମରେ ପ୍ରସ୍ତୁତ ଏକ ଅପମାନଜନକ ଓ ବିକୃତ ଛବି ସୋସିଆଲ ମିଡ଼ିଆରେ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏହି ଘଟଣାରେ ମନୀଷ ବେହେରା ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ମୟୂରଭଞ୍ଜ ପୂର୍ବ ପକ୍ଷରୁ ମୟୂରଭଞ୍ଜ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଏହା ସହିତ ଅଭିଯୋଗପତ୍ରର ଏକ ନକଲ ବାରିପଦା ଟାଉନ ଥାନାରେ ମଧ୍ୟ ଦାଖଲ କରାଯାଇଛି । ଏହି ଅଭିଯୋଗ ଦାଖଲ ସମୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସୂରଜ ଲାହୋର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସାଇରଞ୍ଜନ ଲେଙ୍କା, ଜିଲ୍ଲା ଉପସଭାପତି ଶ୍ରୀ ରତିକାନ୍ତ ଦାସଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ଏହା ସହିତ ସମ୍ପୃକ୍ତ ଆଇନଗତ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆଗକୁ କରାଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। 

ଅଭିଯୋଗ କାରୀଙ୍କ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସୋସିଆଲ ମିଡ଼ିଆରେ ଉକ୍ତ ଛବି ପ୍ରସାରଣରେ ପ୍ରକୃତରେ କିଏ ଜଡ଼ିତ ଅଛନ୍ତି, ତାହା ତଦନ୍ତ ମାଧ୍ୟମରେ ସ୍ପଷ୍ଟ କରିବା ସହିତ ଆଇନ ଉଲ୍ଲଂଘନ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଯଥାଯଥ ପଦକ୍ଷେପ ନେବାକୁ ଦାବି କରାଯାଇଛି। AI ପ୍ରଯୁକ୍ତିର ଦୁରୁପଯୋଗ କରି କୌଣସି ବ୍ୟକ୍ତିଙ୍କ ଛବିକୁ ବିକୃତ କିମ୍ବା ଅପମାନ ଜନକ ଭାବେ ପ୍ରଚାର କରାଯିବା ଉଚିତ ନୁହେଁ ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। 

Leave a Reply

Your email address will not be published. Required fields are marked *