ମହିନ୍ଦ୍ରା ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌: ଭାରତରେ ଲାଭଦାୟକ ପରିବହନର ନୂତନ ପରିଚୟ

0
Untitled

ଭୁବନେଶ୍ୱର/ କେନ୍ଦୁଝର, ସେପ୍ଟମ୍ବେର ୦୮, ୨୦୨୬: ମହିନ୍ଦ୍ରା ଗ୍ରୁପର ଅଂଶବିଶେଷ ମହିନ୍ଦ୍ରା ଟ୍ରକ୍ ଆଣ୍ଡ୍ ବସ୍ ଆଜି ସମ୍ପୂର୍ଣ୍ଣ ନୂତନ \”ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌\’ ଲଞ୍ଚ କରିଛି । ଏହା ଏକ ନୂତନ ପିଢ଼ିର ହେଭି କମର୍ସିଆଲ୍ ଟ୍ରକ୍‌, ଯାହା ପରିବହନକାରୀ ଏବଂ ଫ୍ଲିଟ୍ ମାଲିକମାନଙ୍କ ପାଇଁ ଏକମାତ୍ର ପ୍ରତିଶ୍ରୁତି \”ପ୍ରଫିଟ୍ କା ରକେଟ୍‌\’ ଆଧାରରେ ନିର୍ମିତ । କେବଳ ଗୋଟିଏ ଟ୍ରକ୍ ବଦଳରେ ଏକ ସମ୍ପୂର୍ଣ୍ଣ ବ୍ୟବସାୟିକ ସମାଧାନ ଭାବରେ ନିର୍ମିତ ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ସର୍ବୋତ୍ତମ ମାଇଲେଜ୍‌, ଉଚ୍ଚ କାର୍ଯ୍ୟଦକ୍ଷତା, ବୁଦ୍ଧିମାନ କନେକ୍ଟେଡ୍ ଟେକ୍ନୋଲୋଜି ଏବଂ ଅପଟାଇମ୍ ଗ୍ୟାରେଣ୍ଟିକୁ ନେଇ ସଂଗଠିତ । ଏହା ଗ୍ରାହକଙ୍କୁ ଆୟ ବୃଦ୍ଧି, ଉତ୍ପାଦନଶୀଳତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ସେମାନଙ୍କ ଫ୍ଲିଟ୍ ଉପରେ ଅଧିକ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ।


ଏହି ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ତିନୋଟି ଶକ୍ତିଶାଳୀ ଗ୍ରାହକ ପ୍ରତିଶ୍ରୁତି ଉପରେ ଆଧାରିତ:
ଅର୍ଣ୍ଣ ମୋର (ଅଧିକ ରୋଜଗାର): ୧୦% ପର୍ଯ୍ୟନ୍ତ ଅଧିକ ମାଇଲେଜ୍ ପ୍ରଦାନ କରୁଥିବା ବ୍ଲେଜୋ ଆଇ-ଟ୍ରକରେ ଏଆଇ-ଚାଳିତ ଆଇ-ଫ୍ୟୁଏଲ୍‌-ସ୍ମାର୍ଟ ଅଟୋ ଡ୍ରାଇଭ୍ ମୋଡ୍‌, ଟର୍ବୋମ୍ୟାକ୍ସ ଟର୍ବୋଚାର୍ଜର, ଅପ୍ଟିଫ୍ୟୁଏଲ୍ ଏୟାର କମ୍ପ୍ରେସର ଏବଂ ଅନ୍ୟାନ୍ୟ ହାର୍ଡୱେର୍ ଓ ସଫ୍ଟୱେର୍ ଇନୋଭେସନ୍ ଅନ୍ତର୍ଭୁକ୍ତ । ଏହି ସଞ୍ଚୟ ୫ ବର୍ଷରେ ଟ୍ରକ୍ ପିଛା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭରେ ପରିଣତ ହୋଇପାରିବ ।


ରନ୍ ମୋର (ଅଧିକ ପରିବହନ): ସମଗ୍ର ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ସିରିଜ୍‌ରେ ମହିନ୍ଦ୍ରାର ବିଶ୍ୱସ୍ତ ୩୬୦ ଏଚପି ଏମପାୱାର ଇଞ୍ଜିନ୍ ରହିଛି, ଯାହା ଦୃଢ଼ କାର୍ଯ୍ୟଦକ୍ଷତା, ଉଚ୍ଚ ନିର୍ଭରଯୋଗ୍ୟତା ଏବଂ ଅଧିକ ଉତ୍ପାଦନଶୀଳତା ଦିଏ । କମ୍ଫିମ୍ୟାକ୍ସ ସସପେନ୍ସନ୍ ସିଟ୍‌, ଇଜି-କ୍ରୁଜ୍ କ୍ରୁଜ୍ କଣ୍ଟ୍ରୋଲ୍‌, ମାଇକ୍ ସହିତ ବ୍ଲୁଟୁଥ୍ ମ୍ୟୁଜିକ୍ ସିଷ୍ଟମ୍ ଏବଂ ପ୍ରଶସ୍ତ ଏସି କ୍ୟାବିନ୍ ଦ୍ୱାରା ଚାଳକଙ୍କ ଆରାମ ବୃଦ୍ଧି ପାଏ । ଗାଡ଼ିର ଉପଲବ୍ଧତା ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ପାଇଁ ମହିନ୍ଦ୍ରାର ୪୮ ଘଣ୍ଟାର ଅପଟାଇମ୍ ଗ୍ୟାରେଣ୍ଟି ରହିଛି; ଗାଡ଼ି ୪୮ ଘଣ୍ଟା ମଧ୍ୟରେ ରାସ୍ତାକୁ ନଫେରିଲେ ଗ୍ରାହକ ଦୈନିକ ୧୦,୦୦୦ ଟଙ୍କା ଅନକମ୍ପା ରାଶି ପାଇବେ । ଜାତୀୟ ରାଜପଥରେ ୭୫ କିମି ଏବଂ ରାଜ୍ୟ ରାଜପଥରେ ୫୦ କି.ମି. ମଧ୍ୟରେ ମହିନ୍ଦ୍ରା କ୍ୱିକ୍ ସର୍ଭିସ୍ ପଏଣ୍ଟ (ଏମକ୍ୟୁଏସପି) ଉପଲବ୍ଧ । ଏହାସହ ୨୫୦ଟି ଜରୁରୀ ପାର୍ଟସ୍ ୨୪ ଘଣ୍ଟା ମଧ୍ୟରେ ନମିଳିଲେ ତାହା ମାଗଣାରେ ଯୋଗାଇ ଦିଆଯିବ ।


କଣ୍ଟ୍ରୋଲ୍ ମୋର (ଅଧିକ ନିୟନ୍ତ୍ରଣ): ବ୍ଲେଜୋ ଆଇ-ଟ୍ରକରେ ଆଇ-ମ୍ୟାକ୍ସ ୨.୦ କନେକ୍ଟେଡ୍ ଭେହିକିଲ୍ ପ୍ଲାଟଫର୍ମ ରହିଛି । ଏହା ରିଅଲ-ଟାଇମ୍ ଗାଡ଼ି ସୂଚନା, ପ୍ରିଡିକ୍ଟିଭ୍ ଡାଇଗ୍ନୋଷ୍ଟିକ୍ସ, ଡ୍ରାଇଭର ବ୍ୟବହାର ଅନୁଧ୍ୟାନ ଏବଂ ସର୍ଭିସ୍ ମ୍ୟାନେଜମେଣ୍ଟ ପ୍ରଦାନ କରେ । ଗ୍ରାହକଙ୍କ ପାଇଁ ଦୀର୍ଘକାଳୀନ ଏମକେୟାର୍ ଏଏମସି ଏବଂ ଏକ୍ସଟେଣ୍ଡେଡ୍ ୱାରେଣ୍ଟି ଯୋଜନା ଉପଲବ୍ଧ । ନୂତନ ନାଓ ୨୪ଙ୍ଘ୭ ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାହକ ସର୍ଭିସ୍ ଅନୁରୋଧ, ବ୍ରେକଡାଉନ୍ ଭ୍ୟାନ୍ ଲାଇଭ୍ ଲୋକେସନ୍‌, ସ୍ପେୟାର ପାର୍ଟସ୍ ଅର୍ଡର ଏବଂ ସେବା ଇତିହାସ ନିଜ ମୋବାଇଲରୁ ନିୟନ୍ତ୍ରଣ କରିପାରିବେ ।


ଇଣ୍ଟେଲିକୋର୍ ଡିଜାଇନ୍ : ବ୍ଲେଜୋ ଆଇ-ଟ୍ରକର ଡିଜାଇନ୍ ମହିନ୍ଦ୍ରାର \”ଇଣ୍ଟେଲିକୋ\’ର୍ ଡିଜାଇନ୍ ର ପ୍ରଥମ ଉତ୍ପାଦ । ଏହାର ଓସାରିଆ ଗ୍ରିଲ୍ ଏବଂ ହାଇ-ପରଫରମାନ୍ସ ହେଡଲ୍ୟାମ୍ପ ଗାଡ଼ିକୁ ମଜବୁତ୍ ଲୁକ୍ ଦିଏ । କ୍ୟାବିନ୍‌ଟି ଚାଳକଙ୍କ ପାଇଁ ଏକ ସୁବିଧାଜନକ ଅଫିସ୍ ଭାବରେ ନିର୍ମିତ । ଏହି ସିରିଜ୍ ସ୍କାଇଲାଇନ୍ ବ୍ଲୁ ରଙ୍ଗ ସହିତ ମୋଟ ୩ଟି ରଙ୍ଗରେ ଉପଲବ୍ଧ ହେବ ।


ଲଞ୍ଚ ଅବସରରେ ମହିନ୍ଦ୍ରା ଗ୍ରୁପର ପ୍ରେସିଡେଣ୍ଟ (ଟ୍ରକ୍ସ ଏଣ୍ଡ ବସେସ୍‌) ଶ୍ରୀ ବିନୋଦ ସାହାଏ କହିଛନ୍ତି ଯେ, “ଭାରତର ମାଲ ପରିବହନ କ୍ଷେତ୍ର ନୂତନ ଯୁଗରେ ପ୍ରବେଶ କରୁଛି, ଯେଉଁଠାରେ ପ୍ରଯୁକ୍ତି ଓ ଦକ୍ଷତା ହିଁ ପ୍ରତିଯୋଗିତା ନିର୍ଦ୍ଧାରଣ କରିବ । ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ପ୍ରକୃତରେ \”ପ୍ରଫିଟ୍ କା ରକେଟ୍‌\’ ଯାହା ୫ ବର୍ଷରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକ ଲାଭ ଦେବ ।”
ବୈଷୟିକ ବିବରଣୀ:


ଚା ୩୬୦ ଏଚପି ଏମପାୱାର ଇଞ୍ଜିନ୍‌: ୭.୨ ଲିଟର ଇଞ୍ଜିନ୍ ୧୧୦୦ ରୁ ୧୭୦୦ ଆରପିଏମ୍ ମଧ୍ୟରେ ୧୧୦୦ ଏନଏମ ଟର୍କ ପ୍ରଦାନ କରେ, ଯାହା ଗିୟର ବଦଳାଇବା କମାଏ ଏବଂ ମାଇଲେଜ୍ ବଢ଼ାଏ ।


ଚା ଟର୍ବୋମ୍ୟାକ୍ସ: ଇଞ୍ଜିନରେ ବାୟୁ ପ୍ରବାହ ବଢ଼ାଇ କମ୍ ଆରପିଏମ୍‌ରେ ଅଧିକ ଟର୍କ ଏବଂ ଉତ୍ତମ ମାଇଲେଜ୍ ପ୍ରଦାନ କରେ ।
ଚା ଅପ୍ଟିଫ୍ୟୁଏଲ୍‌: ଆବଶ୍ୟକତା ନଥିବା ସମୟରେ ଏୟାର କମ୍ପ୍ରେସରକୁ ଅଟୋମେଟିକ୍ ବନ୍ଦ କରି ଇଞ୍ଜିନ୍ ଶକ୍ତି ବଞ୍ଚାଏ ।
ଚା ଏଆଇ-ଚାଳିତ ଆଇ-ଫ୍ୟୁଏଲ୍‌-ସ୍ମାର୍ଟ: ରାସ୍ତାର ଢାଲ ଓ ଓଜନ ଅନୁସାରେ ସ୍ୱୟଂଚାଳିତ ଭାବେ ସର୍ବୋତ୍ତମ ଡ୍ରାଇଭିଂ ମୋଡ୍ ବାଛିଥାଏ ।
ଚା ଆଇ-ମ୍ୟାକ୍ସ ୨.୦ ଫିଚର୍ସ: ରିମୋଟ୍ ଏସି ମ୍ୟାନେଜମେଣ୍ଟ, ରିମୋଟ୍ ଭେହିକିଲ୍ କ୍ରାଙ୍କ ଇନହିବିଟ୍ (ଇଞ୍ଜିନ୍ ଲକ୍‌), ଏୟାର ଫିଲ୍ଟର ସଫେଇ ଆଲର୍ଟ, ଡିପିଏଫ୍ ଆଲର୍ଟ, ଡିଷ୍ଟାନ୍ସ-ଟୁ-ଏମ୍ପଟି (ଡିଟିଇ) ମନିଟରିଂ, ଫ୍ଲିଟସେନ୍ସ ରିପୋର୍ଟ, ସ୍କୋରମ୍ୟାକ୍ସ ଡ୍ରାଇଭର ଆନାଲିଟିକ୍ସ ଏବଂ କ୍ୟାମେରା ଆଧାରିତ ଡ୍ରାଇଭର ମନିଟରିଂ ସିଷ୍ଟମ୍ (ଡିଏମଏସ୍‌) ।


ଚା ଅନ୍ୟାନ୍ୟ ସୁବିଧା: କମ୍ଫିମ୍ୟାକ୍ସ ସସପେନ୍ସନ୍ ସିଟ୍‌, ଇଜି-କ୍ରୁଜ୍ କ୍ରୁଜ୍ କଣ୍ଟ୍ରୋଲ୍‌, ୪୩୦ ଏମଏମ ହେଭି ଡ୍ୟୁଟି କ୍ଲଚ୍‌, ବ୍ଲୁଟୁଥ୍ ଏସି କ୍ୟାବିନ୍‌, ୨୪/୭ ଆପ୍‌, ଏବଂ ମାଇଲେଜ୍ ବୃଦ୍ଧି ପାଇଁ ଏରୋକିଟ୍‌-ରେଡି ଡିଜାଇନ୍ ।

Leave a Reply

Your email address will not be published. Required fields are marked *