ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସୁଭଲକ୍ଷ୍ମୀ ସମବାୟ ମହିଳାଙ୍କ ଦ୍ୱାରା ହସ୍ତର୍ନିମିତ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ପ୍ରଦର୍ଶିତ

0
Untitled

ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାରେ ଗଣେଶ ଚତୁର୍ଥୀ ପାଳନ ଅବଶରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି। କମ୍ପାନିର ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶିତ ଏହି ମୂର୍ତ୍ତିଗୁଡ଼ିକ ସୁଭଲକ୍ଷ୍ମୀ ସମବାୟର ମହିଳା କାରିଗରମାନଙ୍କ ଦ୍ୱାରା ହାତରେ ତିଆରି କରାଯାଇଛି। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମର ଏକ ପ୍ରମୁଖ ପଦକ୍ଷେପ ହେଉଛି ସୁଭଲକ୍ଷ୍ମୀ ସମବାୟ। ଏହି ମାଟି ମୂର୍ତ୍ତିଗୁଡ଼ିକ ଓଡ଼ିଶାର ସମୃଦ୍ଧ ମୃତ୍ତିକା କଳା ପରମ୍ପରାକୁ ପ୍ରତିଫଳିତ କରିବା ସହ ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରୁଛି। ବେଦାନ୍ତ ଆଲୁମିନିୟମର ମୃତ୍ତିକା କଳା ଗୋଷ୍ଠୀ ବିକାଶ ପଦକ୍ଷେପ ‘ବେଦମୂର୍ତ୍ତିକା’ ଅଧୀନରେ ଏହି ମୂର୍ତ୍ତିଗୁଡ଼ିକ ନିର୍ମିତ ହୋଇଛି। ପାରମ୍ପରିକ କାରିଗରୀକୁ ସ୍ଥାୟୀ ଆୟର ଉତ୍ସରେ ପରିଣତ କରିବାର ସମ୍ଭାବନାକୁ ଏହା ପ୍ରତିପାଦିତ କରୁଛି।


ବର୍ତ୍ତମାନ ‘ବେଦମୂର୍ତ୍ତିକା’ ମାଧ୍ୟମରେ ଝାରସୁଗୁଡ଼ାର ୩୦ରୁ ଅଧିକ କାରିଗରଙ୍କୁ ଦକ୍ଷତା ବିକାଶ, ନୂତନ ଡିଜାଇନ ପ୍ରସ୍ତୁତି ଓ ବଜାର ସଂଯୋଗ ଭଳି ସୁବିଧା ଯୋଗାଇ ଦିଆଯାଉଛି। ଏହା ମାଧ୍ୟମରେ ପାରମ୍ପରିକ ମୃତ୍ତିକା କଳାର ସୁରକ୍ଷା ସହ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି ହେଉଛି। ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ କହିଛନ୍ତି, “ପର୍ବପର୍ବାଣୀ ଆମ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ସମୁଦାୟ ମଧ୍ୟରେ ସାର୍ଥକ ପ୍ରଭାବ ସୃଷ୍ଟି କରିବାର ସୁଯୋଗ ଦେଇଥାଏ। ସୁଭଲକ୍ଷ୍ମୀ ଓ ବେଦମୂର୍ତ୍ତିକା ଭଳି ପଦକ୍ଷେପ ଜରିଆରେ ଆମେ ପାରମ୍ପରିକ କାରିଗରୀର ସୁରକ୍ଷା, ଉଦ୍ୟମିତତାକୁ ସୁଦୃଢ଼ କରିବା ଏବଂ ମହିଳାଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରୁଛୁ। ଏହି ପ୍ରୟାସଗୁଡ଼ିକ ସଂସ୍କୃତି ଓ ଆର୍ଥିକ ସଶକ୍ତୀକରଣ କିପରି ପରସ୍ପର ସହ ଜଡ଼ିତ ହୋଇପାରେ ତାହା ଦର୍ଶାଉଛି। ଆମ କାର୍ଯ୍ୟକ୍ଷେତ୍ର ଆଖପାଖ ସମୁଦାୟର ସମାବେଶୀ ବିକାଶ ପାଇଁ ଆମେ ପ୍ରତିବଦ୍ଧ।”


ଝାରସୁଗୁଡ଼ା କୋଲାବିରା କୁମ୍ଭାରପଡ଼ାର ବେଦମୂର୍ତ୍ତିକା କାରିଗର ତଥା ସୁଭଲକ୍ଷ୍ମୀ ସମବାୟର ସଦସ୍ୟା ଦଲିମ୍ବ ରଣା କହିଛନ୍ତି, “ବେଦମୂର୍ତ୍ତିକା ମାଧ୍ୟମରେ ମିଳୁଥିବା ସହଯୋଗ ଆମ ଦକ୍ଷତା ଓ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ମାଟିପାତ୍ର ନିର୍ମାଣ ପ୍ରଶିକ୍ଷଣ, ଉନ୍ନତ ଯନ୍ତ୍ରପାତି, ନିୟମିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଅଭିଜ୍ଞ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ମାଧ୍ୟମରେ ଆମେ କାରିଗରୀ ଦକ୍ଷତାକୁ ପରିମାର୍ଜିତ କରିବା ସହ ଉତ୍ପାଦର ଗୁଣବତ୍ତା ବଢ଼ାଇପାରିଛୁ। ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ପାଇଁ ମିଳୁଥିବା ପ୍ରଶଂସା ଆମକୁ ଏହି ପାରମ୍ପରିକ କଳାକୁ ସଂରକ୍ଷଣ କରି ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଉତ୍ସାହିତ କରିଛି।” ଏହି ଅବସରରେ ବେଦାନ୍ତ ଟାଉନସିପ୍ରେ କମ୍ପାନିର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଗଣେଶ ପୂଜା, ଆଳତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁଭଲକ୍ଷ୍ମୀ ସମବାୟର ମହିଳାମାନଙ୍କ ଦ୍ୱାରା ନିର୍ମିତ ପରିବେଶ ଅନୁକୂଳ ସାମଗ୍ରୀକୁ ଉତ୍ସବରେ ସାମିଲ କରାଯିବା ଫଳରେ ଏହାର ସାମାଜିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଥିଲା। ଏହା ସମୁଦାୟ ଆଧାରିତ ବିକାଶ ଓ ମହିଳା ଉଦ୍ୟମିତା ପ୍ରତି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।


ଓଡ଼ିଶାରେ ବିଭିନ୍ନ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନି ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି। ଏଥିମଧ୍ୟରେ ଜୀବିକା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ୧୨ ହଜାରରୁ ଅଧିକ ମହିଳାଙ୍କ ସଶକ୍ତୀକରଣ ଏବଂ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ପ୍ରଦାନ କରାଯାଇଛି। ଗଣେଶ ଚତୁର୍ଥୀ ଭଳି ପର୍ବପର୍ବାଣୀ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ କର୍ମଚାରୀ, ପରିବାର ଓ ସ୍ଥାନୀୟ ସମୁଦାୟକୁ ଏକତାର ଭାବନାରେ ଏକାଠି ହେବାର ସୁଯୋଗ ସୃଷ୍ଟି କରୁଛି। ଏଥିସହ ସ୍ଥାନୀୟ କାରିଗରଙ୍କୁ ସହାୟତା ଓ ସମୁଦାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ମଧ୍ୟ କମ୍ପାନିର ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *