ମହୁଲଶୁଖା ଲୁହାପଥର ଏବଂ ମାଙ୍ଗାନିଜ ଖଣି କୁ ରିଓ ଟିନଟୋ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର ପ୍ରଦାନ 

0
Untitled

ଯୋଡ଼ା -ଏମ୍/ଏସ୍. ରୁଙ୍ଗଟା ସନ୍‌ସ୍ ପ୍ରାଇଭେଟ୍ ଲିମିଟେଡ଼୍‌ର  (FIMI) ପକ୍ଷରୁ ପ୍ରତିଷ୍ଠିତ ଲୁହାପଥର ଓ ମାଙ୍ଗାନିଜ ‘Rio Tinto Health & Safety Award (ରିଓ ଟିଣ୍ଟୋ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାର) ପ୍ରଦାନ କରାଯାଇଛି।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ପ୍ରାଇଭେଟ୍ ଇଣ୍ଡିଷ୍ଟ୍ରିଜ୍ (FIMI) ପକ୍ଷରୁ ମହୁଲସୁଖା ଲୁହାପଥର ଏବଂ ମାଙ୍ଗାନିଜ୍ ଖଣିକୁ ‘ରିଓ ଟିଣ୍ଟୋ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାର (୨୦୨୫-୨୬)’ ପ୍ରଦାନ କରାଯାଇଛି। କର୍ମଚାରୀ ଏବଂ ଲୋକମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀର ପ୍ରୟାସକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଛି।

୨୨ ସେପ୍ଟେମ୍ବର ୨୦୨୬ରେ ନୂଆଦିଲ୍ଲୀର ହାୟାତ୍‌ ରେଜେନ୍ସିଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ କମ୍ପାନୀ ପକ୍ଷରୁ ମାନବ ସମ୍ବଳ ଏବଂ ସି.ଏସ୍.ଆର୍. (HR & CSR) ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଲଳିତ ନାରାୟଣ ରାଉତ ଏବଂ ପି. ଆଣ୍ଡ ସି. (P&C) ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଭାବଗ୍ରାହୀ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ କେଶବ ଚନ୍ଦ୍ର ମୁଖ୍ୟ ଅତିଥି ଏବଂ ଅତିରିକ୍ତ ସଚିବ ଡକ୍ଟର ବୀଣା କୁମାରୀ ଡି. ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏହି ସମାରୋହରେ FIMI ର ସଭାପତି ଶ୍ରୀ ଶାନ୍ତେଶ ଗୁରେଡ୍ଡି, FIMI ର ଉପସଭାପତି ଶ୍ରୀ ପ୍ରବୋଧ ମହାନ୍ତି ଏବଂ FIMI ର ପ୍ରଧାନ ସଚିବ ଶ୍ରୀ ପ୍ରମୋଦ ତ୍ୟାଗୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଏହା ବ୍ୟତୀତ, ଖଣିର ଉତ୍କର୍ଷ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରି ରୁଙ୍ଗଟା ସନ୍‌ସ୍ ପ୍ରାଇଭେଟ୍ ଲିମିଟେଡ଼୍‌ର ମାନବ ସମ୍ବଳ ଏବଂ ସି.ଏସ୍.ଆର୍. ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଲଳିତ ନାରାୟଣ ରାଉତଙ୍କ ନାମରେ ଏକ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *