ଏହି ଡଟର୍ସ ଡେ\’ରେ କ୍ଲିନିକ ପ୍ଲସ୍ ପ୍ରମାଣ କରେ ବେଟୀ ହୋତୀ ହୈ ମାଁ କୀ ମଜବୂତୀ

ନୂଆଦିଲ୍ଲୀ, ୨୪ ସେପ୍େଟମ୍ବର, ୨୦୨୬: ‘ମାଁ କୀ ମଜବୂରୀ ନହିଁ, ବେଟୀ ହୋତୀ ହୈ ମାଁ କୀ ମଜବୂତୀ’ କ୍ଲିନିକ ପ୍ଲସ୍ର ନୂଆ ଚଳଚ୍ଚିତ୍ରର କେନ୍ଦ୍ରରେ ରହିଛି ଏହି ଭାବନାଟି । ଡଟର୍ସ ଡେ ପୂର୍ବରୁ କ୍ଲିନିକ ପ୍ଲସ୍ ମାଆ ଓ ଝିଅର ସେହି ସମ୍ପର୍କକୁ ସମ୍ମାନ ଜଣାଉଛି, ଯେଉଁଠି ଦୁହେଁ ନିରବରେ ପରସ୍ପରର ବଳ ହୋଇଯାଆନ୍ତି । ଭାରତୀୟ ଘରେ ମାଆମାନେ ସବୁବେଳେ ନିଜ ଝିଅମାନଙ୍କୁ ନିଜ ପାଇଁ ଠିଆ ହେବାକୁ ଓ ନିଜ ସ୍ୱର ଖୋଜି ପାଇବାକୁ ଶିଖାଇ ଆସିଛନ୍ତି ଅଥଚ ସେମାନଙ୍କଠାରୁ ଆଶା କରାଯାଏ ଯେ ସେମାନେ ଚୁପ୍ ରହିବେ, ମାନିନେବେ ଏବଂ ନିଜ ଭାଗର ଆପୋଷ ନିରବରେ ସହିଯିବେ । ତଥାପି ଦୁନିଆର ନଜରରୁ ଯାହା ଖସିଯାଏ, ଝିଅ ଠିକ୍ ତାହା ଦେଖିନିଏ । ସେ ମାଆର ଅକୁହା ତ୍ୟାଗକୁ ସହଜରେ ପଢ଼ିପାରେ ଏବଂ କଠିନ ସମୟରେ ତାଙ୍କ ସଂଯମକୁ ନିଜ ଭିତରେ ଧରି ରଖେ । ଏହି ଚଳଚ୍ଚିତ୍ର ଆଜିର ଝିଅକୁ କେବଳ ଲାଳନ-ପାଳନର ସନ୍ତାନ ଭାବେ ନୁହେଁ, ବରଂ ମାଆର ସବୁଠାରୁ ବଡ଼ ଭରସା ଭାବେ ଉପସ୍ଥାପନ କରେ ଏପରି ଜଣେ ବିଶ୍ୱସ୍ତ ସାଥୀ, ଯାହାର ସହାନୁଭୂତି, ନିରବ ଉପସ୍ଥିତି ଓ ବିଶ୍ୱାସ ମାଆଙ୍କୁ ଆଗକୁ ବଢ଼ିବାର ଏବଂ ନିଜକୁ ବାଛିବାର ସାହସ ଦିଏ ।
ଚଳଚ୍ଚିତ୍ରଟି ଏକ ପୁସ୍ତକ ଉନ୍ମୋଚନ ସମାରୋହକୁ ଘେରି ଗଢ଼ାଯାଇଛି, ଯେଉଁଠି ଜଣେ ଲେଖିକା ନିଜ ଜୀବନରୁ ଜନ୍ମ ନେଇଥିବା କବିତାର ସଂକଳନ ନେଇ ସାମ୍ନାକୁ ଆସନ୍ତି । ତାଙ୍କ ଲେଖାର ପ୍ରେରଣା କିଏ ବୋଲି ପଚରାଯିବା ମାତ୍ରେ ମାଆ କେବଳ ନିଜ ଝିଅ ଆଡ଼କୁ ଇଙ୍ଗିତ କରନ୍ତି । ଏଠାରୁ କାହାଣୀ ପିଲାଦିନର ଏକ ମୁହୂର୍ତକୁ ଫେରିଯାଏ ।
ମାଆଙ୍କ ଚାରିପଟେ ସମସ୍ତେ ଯେତେବେଳେ ତାଙ୍କୁ ଏକ କଷ୍ଟଦାୟକ ବୈବାହିକ ଜୀବନରେ ମାନିନେଇ ସହିଯିବାକୁ ପରାମର୍ଶ ଦେଉଥାଆନ୍ତି, ସେତେବେଳେ ଝିଅ ହିଁ ତାଙ୍କୁ ପରିସ୍ଥିତିକୁ ଭିନ୍ନ ଦୃଷ୍ଟିରେ ଦେଖିବାରେ ସାହାଯ୍ୟ କରେ ମାଆ ଯାହା କୁହନ୍ତି ନାହିଁ, ଝିଅ ତାହା ମଧ୍ୟ ନିରବରେ ପଢ଼ିନିଏ । କେତେବେଳେ ଶକ୍ତିର ଅର୍ଥ ନିଜକୁ ବାଛିବା ମଧ୍ୟ ହୋଇଥାଏ । ଶେଷରେ ଏହି ମିଳିତ ସାହସ ହିଁ ମାଆଙ୍କୁ ନିଜ ସର୍ତରେ ଜୀବନ ନୂଆ କରି ଗଢ଼ିବାର ବଳ ଦିଏ, ଏବଂ କାହାଣୀ ପୁଣି ସେହି ପୁସ୍ତକ ଉନ୍ମୋଚନ ସମାରୋହକୁ ଫେରିଆସେ, ଯେଉଁଠି ସେ ନିଜ ଝିଅକୁ ନିଜର ସବୁଠାରୁ ବଡ଼ ଶକ୍ତି ବୋଲି ସ୍ୱୀକାର କରନ୍ତି ।
ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (ଏଚ୍ୟୁଏଲ୍)ର ବ୍ୟୁଟି ଆଣ୍ଡ ୱେଲବିଇଙ୍ଗ୍ର ଏକଜିକ୍ୟୁଟିଭ୍ ଡାଇରେକ୍ଟର ହରମନ ଢିଲ୍ଲୋଁ କହିଛନ୍ତି, “ଜଣେ ମାଆ ନିଜ ଝିଅକୁ ଦୃଢ଼, ସହାନୁଭୂତିଶୀଳ ଓ ସ୍ୱାବଲମ୍ବୀ କରି ଗଢ଼ନ୍ତି, ଏବଂ ଦିନେ ସେହି ଝିଅ ମାଆର ସବୁଠାରୁ ବଡ଼ ଭରସା ହୋଇଯାଏ । ଏହି ଚଳଚ୍ଚିତ୍ର ସେହି ସୁନ୍ଦର ପରିବର୍ତନର ଉତ୍ସବ, ଯେଉଁଠି ମାଆ ଦେଇଥିବା ଆତ୍ମବିଶ୍ୱାସ ଫେରି ଆସି ତାଙ୍କରି ମୁଖ୍ୟ ଭରସା ଓ ସାହସ ହୋଇଯାଏ । ଦେଶର ସେହି ୧.୩ କୋଟି ସିଙ୍ଗଲ୍ ମଦରଙ୍କୁ ଆମେ ଏହି କାହାଣୀ ସମର୍ପଣ କରୁଛୁ, ଯେଉଁମାନଙ୍କ ଅଦମ୍ୟ ଜିଜୀବିଷା କେବଳ ସେମାନଙ୍କ ଝିଅମାନଙ୍କ ଭବିଷ୍ୟତ ଗଢ଼େ ନାହିଁ, ବରଂ ଏହା ମଧ୍ୟ ପ୍ରମାଣ କରେ ଯେ ବେଟୀ ହୋତୀ ହୈ ମାଁ କୀ ମଜବୂତୀ ।”
