ରୁଙ୍ଗଟା କମ୍ପାନୀ ର ସି.ଏ ସ. ଆର ବିଭାଗର ପାନୀୟ ଜଳ ପ୍ରକଳ୍ପ..

କଥାରେ ଅଛି “ଜଳ ହିଁ ଜୀବନ” , ପାହାଡ଼ ଓ ଜଙ୍ଗଲ ଘେରା ସୁନ୍ଦରଗଡ଼ ଜିଲ୍ଲା ର କୋଇଡା ବ୍ଲକ ଅନ୍ତର୍ଗତ ରୁଙ୍ଗଟା କମ୍ପାନୀ ର ସି. ଏସ. ଆର ବିଭାଗ ତରଫରୁ ସ୍ଥାନୀୟ ଗ୍ରାମ ଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ଯାଇଛି। କୋଇଡା ବ୍ଲକ୍ ର ବିଭିନ୍ନ ଗ୍ରାମରେ ରେ ରୁଙ୍ଗଟା କମ୍ପାନୀ ର ସି.ଏସ. ଆର. ଟିମ୍ ସର୍ବେକ୍ଷଣ କରି ଥିଲେ ଏବଂ ଯୋଉ ଇଲାକାରେ ପାନୀୟ ଜଳ ପାଇ ପାରୁ ନାହାନ୍ତି ସେହି ଇଲାକାରେ ବୋରେୱେଲ ଖନନ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ବିଶେଷକରି ବଡ ଇନ୍ଦୁପୁର ଗ୍ରାମରେ ଥିବା ମୁଣ୍ଡାବସ୍ତି ରେ ନୂତନ ବୋରୱେଲ ଖନନ କରାଯାଇ ଦୁଇ ଶହ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକଙ୍କୁ ପାଣି ଟ୍ୟାପ ମାଧ୍ୟମରେ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଇଥିଲା। ସେହିପରି କୋଇଡା ଅଞ୍ଚଳ ର ଭଞ୍ଜପାଲି ଗ୍ରାମରେ ମରେ ପାନୀୟ ଜଳ ର ଘୋର ଅସୁବିଧା ଥିଲା ଏବଂ ଲୋକମାନେ ଜଳ ପାଇଁ ନିକଟସ୍ଥ ପୋଖରୀ ଉପରେ ନିର୍ଭର କରୁଥିଲେ, ଏହାକୁ ଦୃଷ୍ଟିରେ ରଖି ରୁଙ୍ଗଟା କମ୍ପାନୀ ତରଫରୁ ସେହି ଗାଁ ରେ ଏକ ସୋଲାର ପାୱାର ଚାଳିତ ବୋରୱେଲ୍ ଖନନ କରାଯାଇ ଶତାଧିକ ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା।
ଏତବ୍ୟତୀତ କୋଇଡା ଅଞ୍ଚଳର ଆରୀୟନ୍ ବସ୍ତି ଏବଂ ଗୋପ ପୁର ସାହି ଦୁଇଗୋଟି ସୋଲାର ପାୱାର ଚାଳିତ ବୋରୱଲ ଖନନ କରାଯାଇ ଚାରି ଶହ ରୁ ଅଧିକ ବସ୍ତିବାସିନ୍ଦା ଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ସେହିପରି ସର୍ଗିଗଡ ଗାଁ ରେ ଥିବା ଦେହୁରୀ ସାହି ଏବଂ ଗୋପାଳ ସାହି ରେ ଦୁଇଗୋଟି ସୋଲାର ପାୱାର ବୋରୱଲ କରାଯାଇ ପାଞ୍ଚ ଶହ ଗ୍ରାମବାସୀ ଙ୍କ ସହ ସର୍ଗିଗଡ଼ ସ୍କୁଲ ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଏତଦବ୍ୟୀତ ରାଣୀସାଳ , ସନୁଆ ଗାଁ ର ଭାଲିଆ ଡ଼ିହି ବସ୍ତି, ତିନ୍ତୋ , ଟେହେରେଇ ଗାଁ ରେ ଗୋଟିଏ ଲେଖାଏଁ ବୋରିୱେଲ ଖନନ ସରିଛି ଏହାକୁ ଖୁବ୍ ଶୀଘ୍ର କାର୍ଯକ୍ଷମ କରାଯିବ । ସେହିପରି ତେହେରେଇ ଗ୍ରାମ ରେ ଥିବା ଖ୍ରୀଷ୍ଟିଆନ ବସ୍ତି ରେ ନୂତନ ପାଣି ପାଇପ୍ ସଂଯୋଗ କରାଯାଇ ଏବଂ ଟ୍ୟାପ ମାଧ୍ୟମରେ ଏକଶହ ରୁ ଉର୍ଦ୍ଧ୍ବ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ପାନୀୟ ଜଳ ପାଇଁ କୌଣସି ଲୋକ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ରୁଙ୍ଗଟା କମ୍ପାନୀ ସଚେତନ ରହିଛି। ବିଗତ ବର୍ଷରେ ମଧ୍ୟ ରୁଙ୍ଗଟା କମ୍ପାନୀ ସହର,ଗାଁ, ବସ୍ତି ଓ ସାହି ରେ ଅନେକ ଗୁଡ଼ିଏ ଜଳ ପ୍ରକଳ୍ପ କରିସାରିଛି। ଏହିପରି ଜନ କଲ୍ୟାଣୀ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବା ବୋଲି କମ୍ପାନୀ ପକ୍ଷରୁ ଜଣାଯାଇଛି। ଏହିପରୀ ପାନୀୟ ଜଳ ପ୍ରକଳ୍ପ ଆଦିବାସୀ ଅଧ୍ୟୁଷିତ ଅଂଚଳ ରେ ହୋଇଥିବାରୁ ଜନସାଧାରଣରେ ପ୍ରଶଂସା କରାଯାଇଛି।
