ବେଦାନ୍ତ ଆଲୁମିନିୟମ ପକ୍ଷରୁ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସମାପନ ଅବସରରେ ବ୍ୟାପକ ସେବାକାର୍ଯ୍ୟକ୍ରମ

ଭୁବନେଶ୍ୱର, ଜୁଲାଇ ୨୭, ୨୦୨୬: ରଥଯାତ୍ରା ଓ ବାହୁଡ଼ା ଯାତ୍ରା-୨୦୨୬ର ସଫଳ ସମାପନ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ମେଟାଲ୍ ଲିମିଟେଡ୍ ଓଡ଼ିଶା ଓ ଛତିଶଗଡ଼ରେ ବ୍ୟାପକ ସେବାମୂଳକ ପଦକ୍ଷେପ ଗ୍ରହଣ କରିଛି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ କମ୍ପାନୀ ପୁରୀ ଜିଲ୍ଲା ପ୍ରଶାସନକୁ ୩ ଲକ୍ଷ ପାଣି ବୋତଲ ଯୋଗାଇଥିବା ବେଳେ ସିଧାସଳଖ ଭାବେ ଭକ୍ତମାନଙ୍କ ମଧ୍ୟରେ ୪୦ ହଜାର ଗ୍ଲୁକୋଜ
ପାନୀୟ, ୧୦ ହଜାର କମ୍ୟୁନିଟି ଭୋଜନ, ୫ ହଜାର ଓଆରଏସ୍ ପ୍ୟାକେଟ ଓ ୩ ହଜାର ନିର୍ମାଲ୍ୟ (ଶୁଖିଲା ମହାପ୍ରସାଦ) ବଂଟନ କରିଛି । ଏହା ସହ ଉତ୍ସବ ପରିଚାଳନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ୨୦୦ରୁ ଅଧିକ ଛତା ମଧ୍ୟ ପ୍ରଦାନ କରାଯାଇଛି ।
ଲାଞ୍ଜିଗଡ଼ ଓ କୋରାପୁଟ କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତୀ ଅଂଚଳରେ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସେବା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । କୋଡିଙ୍ଗାମାଳି ପ୍ରକଳ୍ପର ନେତୃତ୍ୱରେ ଲକ୍ଷ୍ମୀପୁର ଓ କାକିରିଗୁମାରେ ସ୍ଥାପିତ ସ୍ୱତନ୍ତ୍ର ରିଫ୍ରେଶମେଣ୍ଟ କେନ୍ଦ୍ର ମାଧ୍ୟମରେ ୪୦ ହଜାର ଗ୍ଲୁକୋଜ ପାନୀୟ ଓ ୫ ହଜାର ଓଆରଏସ୍ ପ୍ୟାକେଟ ବଂଟନ କରାଯାଇ ୩୦ ହଜାରରୁ ଅଧିକ ଭକ୍ତଙ୍କୁ ଗ୍ରୀଷ୍ମ ପ୍ରବାହ ଓ ଦୀର୍ଘ ସମୟର ଭିଡ଼ ମଧ୍ୟରେ ସ୍ୱସ୍ତି ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ଛତିଶଗଡ଼ର କୋର୍ବାସ୍ଥିତ (ବାଲକୋ) ପରିସରରେ ମଧ୍ୟ ରଥଯାତ୍ରା ଉତ୍ସବ ପାଳନ କରାଯାଇଥିଲା । ଏଥିରେ ପ୍ରାୟ ୪ ହଜାର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ପାରମ୍ପରିକ ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆୟୋଜିତ ଭଣ୍ଡାରାରେ ୪ ହଜାରରୁ ଅଧିକ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ସେବା କାର୍ଯ୍ୟକ୍ରମ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, \”ପବିତ୍ର ରଥଯାତ୍ରା ଓ
ବାହୁଡ଼ା ଯାତ୍ରା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ । ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରିବା ଆମ ପାଇଁ ଗୌରବର ବିଷୟ । ଶିଳ୍ପ ବିକାଶ ସହିତ ସମାଜର ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣ ପ୍ରତି ଆମର ସମାନ ପ୍ରତିବଦ୍ଧତା ରହିଛି । ଏହି ବହୁମୁଖୀ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତ ଏବଂ ଉତ୍ସବ ପରିଚାଳନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ, ସୁବିଧାଜନକ ଓ ସ୍ମରଣୀୟ ଉତ୍ସବ ପରିବେଶ ସୃଷ୍ଟି କରିପାରିଥିବାରୁ ଆମେ ଆନନ୍ଦିତ ।
ଲକ୍ଷ୍ମୀପୁରର ଭକ୍ତ ଦୁର୍ଗା ଦେବୀ ସାହୁ କହିଛନ୍ତି, \”ପ୍ରଚଣ୍ଡ ଗରମ ଓ ଭିଡ଼ ମଧ୍ୟରେ ଦୀର୍ଘ ସମୟ ଧରି ଠିଆ ହେବା ବହୁତ କଷ୍ଟକର ଥିଲା । ସେହି ସମୟରେ ସ୍ୱେଚ୍ଛାସେବକମାନେ ଗ୍ଲୁକୋଜ ପାନୀୟ ଓ ଓଆରଏସ୍ ବଂଟନ କରିବା ଆମ ପରିବାର ଏବଂ ଅନ୍ୟ ଭକ୍ତମାନଙ୍କ ପାଇଁ ବହୁତ ବଡ଼ ସହାୟତା ହୋଇଥିଲା ।\”
ଛତିଶଗଡ଼ରୁ ଆସିଥିବା ଭକ୍ତ ସୁରେଶ ନାୟକ କହିଛନ୍ତି, \”ପରିବାର ସହ ଅନ୍ୟ ରାଜ୍ୟରୁ ରଥଯାତ୍ରାକୁ ଆସିବା ପରେ ଖାଦ୍ୟ ଓ ପାନୀୟ ଜଳ ପାଇବା ସହଜ ନୁହେଁ । ଗରମ ଭୋଜନ, ବିଶୁଦ୍ଧ ପାନୀୟ ଜଳ ଓ ନିର୍ମାଲ୍ୟ ସହଜରେ ମିଳିବାରୁ ଆମର ଯାତ୍ରା ଅଧିକ ସୁବିଧାଜନକ ହୋଇଥିଲା । ରଥଯାତ୍ରା ପରି ଐତିହାସିକ ଓ ସାଂସ୍କୃତିକ ଉତ୍ସବରେ ସହଯୋଗ କରିବା ସହିତ ବେଦାନ୍ତ ଆଲୁମିନିୟମ ସାମାଜିକ ବିକାଶ ପ୍ରତି ନିଜର ଦୀର୍ଘମିଆଦୀ ପ୍ରତିବଦ୍ଧତାକୁ ଜାରି ରଖିଛି । ଆର୍ôଥକ ବର୍ଷ ୨୦୨୫-୨୬ରେ କମ୍ପାନୀର ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୮ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଭବିଷ୍ୟତରେ ମଧ୍ୟ ସମୁଦାୟର ସାମଗ୍ରିକ ବିକାଶ ସହ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ସୁରକ୍ଷା ଓ ପ୍ରସାର ପାଇଁ କମ୍ପାନୀ ନିରନ୍ତର କାର୍ଯ୍ୟ କରିବ ।
