ଟିପିସିଓଡିଏଲ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ସହିତ ଟାଟା ସଷ୍ଟେନେବିଲିଟି ମନ୍ଥ ୨୦୨୬ ର ଶୁଭାରମ୍ଭ

0
Pic 1

ଭୁବନେଶ୍ୱର, ୫ ଜୁନ୍ ୨୦୨୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ବେଶ୍ ଉତ୍ସାହ ଓ ପ୍ରତିବଦ୍ଧତାର ସହ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ କରିଛି । ଏହା ସହିତ \”ଥିଙ୍କିଙ୍ଗ୍ ଇଜ୍ ଗୁଡ୍‌, ଡୁଇଙ୍ଗ୍ ଇଜ୍ ବେଟର’ ଥିମ୍ କୁ ନେଇ ଟାଟା ସଷ୍ଟେନେବିଲିଟି ମନ୍ଥ ୨୦୨୬ ର ମଧ୍ୟ ଶୁଭାରମ୍ଭ କରାଯାଇଛି ।
ଏହି ଉତ୍ସବ ପାଳନ ଦୀର୍ଘସ୍ଥାୟୀ ପରିବେଶର ଗଠନ ଏବଂ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଧାରା ପ୍ରତି ଟିପିସିଓଡିଏଲ୍‌ର ନିରନ୍ତର ପ୍ରୟାସକୁ ଦର୍ଶାଉଛି । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀ ମାନଙ୍କର ସକ୍ରିୟ ସହଭାଗିତା ଦେଖିବାକୁ ମିଳିଥିଲା, ଯାହା ଏକ ସବୁଜ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରୁଛି ।


ପରିବେଶର ସୁରକ୍ଷା ଓ ଏହାର ପୁନରୁଦ୍ଧାର ପାଇଁ ମିଳିତ ପ୍ରୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୫ ତାରିଖରେ ସାରା ବିଶ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ । ଟାଟା ସଷ୍ଟେନେବିଲିଟି ମନ୍ଥର ଏକ ଅଂଶ ଭାବରେ, ଚଳିତ ବର୍ଷର ଥିମ୍ ସଚେତନତା ଏବଂ ଇଚ୍ଛାକୁ ପ୍ରକୃତ କାର୍ଯ୍ୟରେ ପରିଣତ କରିବାର ଆବଶ୍ୟକତା ଉପରେ ଜୋର୍ ଦେବା ସହିତ କର୍ମଚାରୀ, ଉପଭୋକ୍ତା ତଥା ସମାଜକୁ ଦୀର୍ଘସ୍ଥାୟୀତ୍ୱ ପଦକ୍ଷେପରେ ସକ୍ରିୟ ଭାବେ ଭାଗ ନେବା ପାଇଁ ଉତ୍ସାହିତ କରୁଛି । ଏହି ଅବସରରେ, ଟିପିସିଓଡିଏଲ୍‌ର ସିଇଓ ତଥା ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ ଏସ୍‌. କାଲେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ଶୈଳୀ, ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଏବଂ ସାମାଜିକ ସହଭାଗିତା ମୂଳକ କାର୍ଯ୍ୟକଳାପ ଜରିଆରେ ପରିବେଶରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଂଗଠନର ସଂକଳ୍ପକୁ ପୁନର୍ବାର ଦୃଢ଼ କରିଛନ୍ତି ।ସମାବେଶକୁ ସମ୍ବୋଧିତ କରି ଶ୍ରୀ କାଲେ ଏହା ଉପରେ ଗୁରୁତ୍ୱ ଦେଇଥିଲେ ଯେ ଦୀର୍ଘସ୍ଥାୟୀତ୍ୱ ଆଉ କେବଳ ସଚେତନତା ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏଥିପାଇଁ ଅର୍ଥପୂର୍ଣ୍ଣ ଏବଂ ନିରନ୍ତର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେ କର୍ମଚାରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଗୁଡ଼ିକୁ ଆପଣାଇବା ପାଇଁ ଏବଂ ଏକ ସ୍ୱଚ୍ଛ ତଥା ଅଧିକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ନିଜର ସହଯୋଗ ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ ।


ଏହି ଉତ୍ସବର ଏକ ଅଂଶ ସ୍ୱରୂପ, କର୍ମଚାରୀମାନେ ବିଶ୍ୱ ପରିବେଶ ଦିବସର ଶପଥ ପାଠ କରିଥିଲେ ଏବଂ ଚଳିତ ଆର୍ôଥକ ବର୍ଷ ପାଇଁ ପରିବେଶ ପ୍ରକଳ୍ପ ସମେତ ମାସ ସାରା ଚାଲିବାକୁ ଥିବା ବିଭିନ୍ନ ଦୀର୍ଘସ୍ଥାୟୀତ୍ୱ କାର୍ଯ୍ୟକ୍ରମ ଗୁଡ଼ିକୁ ଉନ୍ମୋଚନ କରାଯାଇଥିଲା । ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ସବୁଜିମା ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ ସର୍କଲ୍ ଅଫିସ୍‌, ଡିଭିଜନ୍ ଅଫିସ୍ ଏବଂ ସେକ୍ସନ୍ ଅଫିସ୍ ଗୁଡ଼ିକରେ ଚାରା ଓ ସିଡ୍ ବଲ୍ ରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା ।
ଟାଟା ସଷ୍ଟେନେବିଲିଟି ମନ୍ଥ ୨୦୨୬ କାର୍ଯ୍ୟକ୍ରମରେ ବିଶ୍ୱ ପରିବେଶ ଦିବସ ଇ-କ୍ୱିଜ୍‌, ବିଦ୍ୟାଳୟ ଗୁଡ଼ିକରେ ଦୀର୍ଘସ୍ଥାୟୀତ୍ୱ ସଚେତନତା ଅଭିଯାନ, ପ୍ଲଗିଂ ଡ୍ରାଇଭ୍‌, “ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ” (ବର୍ଜ୍ୟବସ୍ତୁର ସଦୁପଯୋଗ) ପ୍ରୟାସ, ସଚେତନତାମୂଳକ ଇମେଲ୍ ଏବଂ ଶିକ୍ଷଣୀୟ ଅଧିବେଶନ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ରହିଛି । ସୃଜନଶୀଳତା ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ନିମନ୍ତେ ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଏବଂ ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତା ଗୁଡ଼ିକ ମଧ୍ୟ ଆୟୋଜନ କରାଯାଉଛି ।


ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ତଥା ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ ଏସ୍‌. କାଲେ କହିଛନ୍ତି ଯେ, “ବିଶ୍ୱ ପରିବେଶ ଦିବସ ଆମକୁ ମନେ ପକାଇଦିଏ ଯେ ଦୀର୍ଘସ୍ଥାୟୀତ୍ୱ କେବଳ ସଚେତନତା ସୃଷ୍ଟି କରିବାରେ ସୀମିତ ନୁହେଁ, ବରଂ ଏହା ଅର୍ଥପୂର୍ଣ୍ଣ ଏବଂ ମିଳିତ ପଦକ୍ଷେପ ଗ୍ରହଣ କରିବା ବିଷୟରେ ଅଟେ । ଟିପିସିଓଡିଏଲ୍‌ରେ, ଆମେ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଧାରା, ଶକ୍ତି ସଂରକ୍ଷଣ ପ୍ରୟାସ ଏବଂ ସକ୍ରିୟ ସାମାଜିକ ଅଂଶଗ୍ରହଣ ମାଧ୍ୟମରେ ପରିବେଶରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ । ଟାଟା ସଷ୍ଟେନେବିଲିଟି ମନ୍ଥ ୨୦୨୬ ଜରିଆରେ, ଆମର ଲକ୍ଷ୍ୟ ହେଉଛି କର୍ମଚାରୀ, ଉପଭୋକ୍ତା ଏବଂ ଜନସମୁଦାୟକୁ ଦୀର୍ଘସ୍ଥାୟୀ ଅଭ୍ୟାସ ଗୁଡ଼ିକୁ ଆପଣାଇବା ପାଇଁ ଅନୁପ୍ରାଣିତ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଏବଂ ଅଧିକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଯୋଗଦାନ କରିବା ।”
ଏହିସବୁ ପ୍ରୟାସ ମାଧ୍ୟମରେ, ଟିପିସିଓଡିଏଲ୍ ଆଗାମୀ ପିଢ଼ି ପାଇଁ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ କରିବାରେ କର୍ମଚାରୀ, ଉପଭୋକ୍ତା ଏବଂ ଜନସମୁଦାୟକୁ ସାମିଲ କରିବା ସହିତ ଦୀର୍ଘସ୍ଥାୟୀତ୍ୱ ଓ ପରିବେଶ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଜାରି ରଖିଛି ।

Leave a Reply

Your email address will not be published. Required fields are marked *

You may have missed