ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତଥା ଜାତୀୟ ଉଦ୍ୟାନରେ ୫ ବର୍ଷ ବୟସର ବାଘୁଣୀ ର ମୃତ୍ୟୁ..

ବାରିପଦା, ୮/୦୮(ପ୍ରବାହ ନ୍ୟୁଜ):- ଶିମିଳିପାଳ ଦକ୍ଷିଣ ବନଖଣ୍ଡର ୟୁ.ବି.କେ. (UBK) ରେଞ୍ଜ ଅନ୍ତର୍ଗତ ଜାତିଆଣି କ୍ୟାମ୍ପ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, କୋର୍ ଅଞ୍ଚଳ ନିକଟରେ ପ୍ରାୟ ୫ ବର୍ଷ ବୟସର ଏକ ମାଈ କଳାପାଟିଆ (ସୁଡୋ ମେଲାନିଷ୍ଟିକ୍) ମହାବଳ ବାଘୁଣୀ ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଗତ ଗୁରୁବାର (୬ ତାରିଖ) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜାଟିଆଣି କ୍ୟାମ୍ପର ପାଟ୍ରୋଲିଂ କର୍ମଚାରୀମାନେ ବାଘୁଣୀ ର ମୃତୁ ଦେହ ଦେଖିଥିଲେ । ଏହି ଖବର ପାଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ବାଘୁଣୀ ର ମୃତ ଦେହ ଉଦ୍ଧାର କରି ଏହାର ତଦନ୍ତ ଆରମ୍ଭ କରିଥିଲେ। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସ୍ମାଣକ ପରିଚାଳନା ପଦ୍ଧତିର କଡ଼ା ଅନୁପାଳନ ପୂର୍ବକ ୭ ଅଗଷ୍ଟରେ ବିଶେଷଜ୍ଞମାନଙ୍କ ଦ୍ୱାରା ବାଘୁଣୀ ର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି କମିଟିରେ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ, କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ , ଡଃ ଅଭିଲାଷ ଆଚାର୍ଯ୍ୟ, ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଡଃ ଜୋଏଲ୍ ଆସିଷ୍ଟାଣ୍ଟ ଭେଟେରିନାରୀ ସର୍ଜନ ମୋବାଇଲ୍ ଭେଟେରିନାରୀ ୟୁନିଟ୍-ଶିମିଳିପାଳ ବାୟୋସଫିଅର୍ ରିଜର୍ଭ (MVU-SBR), ୱାଇଲ୍ଡଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (WTI),
ଡଃ ପ୍ରୀତିପ୍ରସନ୍ନ ସାହୁ, ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ (VAS), ଠାକୁରମୁଣ୍ଡା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର, ଡଃ ସୁଭାନୀ ରଥ, ସହକାରୀ ପ୍ରଫେସର, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ, ମହାରାଷ୍ଟ୍ର, ମହାରାଜା ଶ୍ରୀରାମ NTCA ଦ୍ୱାରା ମନୋନୀତ ପ୍ରତିନିଧି ଉକ୍ତ ଅଞ୍ଚଳକୁ ତୁରନ୍ତ ସୁରକ୍ଷିତ କରାଯାଇଥିଲା ଏବଂ NTCA SOP ଅନୁଯାୟୀ ବିଷାକ୍ତତା (toxicological) ରୋଗ ନିରୂପଣ (pathological) ଓ ଅନ୍ୟାନ୍ୟ ପରୀକ୍ଷାଗାର ପରୀକ୍ଷା ପାଇଁ ସମସ୍ତ ନିର୍ଦ୍ଧାରିତ ଜୈବିକ ନମୁନା ସଂଗ୍ରହ କରାଯାଇଥିଲା। ମୃତ ବାଘୁଣୀ ର ଶବଟି ସଠିକ୍ ଥିଲା ଏବଂ ପ୍ରାରମ୍ଭିକ ନିରୀକ୍ଷଣ ସମୟରେ କୌଣସି ଆଘାତ ଚିହ୍ନ କିମ୍ବା ମୃତ୍ୟୁର ଅନ୍ୟ କୌଣସି ସ୍ପଷ୍ଟ କାରଣ ଦେଖିବାକୁ ମିଳିନଥଲା ବୋଲି ସୂଚନା ମିଳିଛି । ଏହା ସହିତ ସଂଗୃହୀତ ଜୈବିକ ନମୁନାଗୁଡ଼ିକୁ ସୂକ୍ଷ୍ମ ପରୀକ୍ଷାଗାର ଯାଞ୍ଚ ପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର ‘ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲଥ୍’ (CWH) କୁ ପଠାଯାଇଛି। ଲ୍ୟାବ୍ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ । ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ହେବା ପରେ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଦାହ (incineration) ମାଧ୍ୟମରେ ମୃତଦେହର ସତ୍କାର କରାଯାଇଥିଲା।ପୋଷ୍ଟମର୍ଟମ ପରୀକ୍ଷାରୁ ଆରମ୍ଭ କରି ମୃତଦେହ ପାଉଁଶରେ ପରିଣତ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ନିୟମାନୁସାରେ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ବାଘୁଣୀ ର ମୃତ୍ୟୁ କିପରି ହେଲା ତାହା ସନ୍ଦେହ ଘେରରେ ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
