ସେହତ: ସୁସ୍ଥକର ଗ୍ରାମ ପାଇଁ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନର ମିସନ

0
f1a65141-f77f-4235-ae1d-c13b3f137cf1

ଭୁବନେଶ୍ୱର: ସାରା ଭାରତରେ ଅନେକ ଗ୍ରାମୀଣ ସମୁଦାୟ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବା ଏବେବି ସ୍ୱପ୍ନ ହୋଇରହିଛି । ଉତ୍ତମ ସ୍ୱାସ୍ଥ୍ୟ କେବଳ ମେଡିକାଲ ସେବାଠାରୁ ଯଥେଷ୍ଟ ଅଧିକ । ବିଶୁଦ୍ଧ ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ ସଚେତନତା ଓ ଦୃଢ଼ ଗୋଷ୍ଠୀ ଭିତ୍ତିଭୂମି ସବୁ କିଛି ଗୁଣାତ୍ମକ ଜୀବନ ମାନ ଉନ୍ନତିରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ତାହାକୁ ଦୃଷ୍ଟିରେ ରଖି ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ପକ୍ଷରୁ ଏହାର ପ୍ରମୁଖ ସ୍ୱାସ୍ଥ୍ୟ ସେବା ଓ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ
‘ସେହତ’ର ଶୁଭାରମ୍ଭ କରାଯାଇଛି ଓ ଏହାର ଲକ୍ଷ୍ୟ ହେଉଛି ସୁସ୍ଥକର ଓ ଅଧିକ ସ୍ଥାୟୀ ଗ୍ରାମ ସୃଷ୍ଟି କରିବା । ପାରମ୍ପରିକ ସ୍ୱାସ୍ଥ୍ୟସେବା ପଦକ୍ଷେପଠାରୁ ‘ସେହତ’ ଭିନ୍ନ । ଏହାକୁ ଏକ ସମନ୍ୱିତ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଭାବେ ପ୍ରସ୍ତୁତ କରାଯାଇଛି । ଦୁର୍ବଳ ସ୍ୱାସ୍ଥ୍ୟ ଫଳାଫଳର ମୂଳ କାରଣର ସମାଧାନ କରିବା ପାଇଁ ଏଥିରେ ଭ୍ରାମ୍ୟମାଣ ମେଡିକାଲ ସେବା, ପ୍ରତିଷେଧକ ସ୍ୱାସ୍ଥ୍ୟ ସଚେତନତା, ପାନୀୟ ଜଳ ପଦକ୍ଷେପ, ହୋମିଓପାଥିକ ଯତ୍ନ, ପରିମଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ଆଦି ରହିଛି ।

ଉପେକ୍ଷୀତ ବର୍ଗର ଲୋକମାନଙ୍କ ପାଖରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଂଚାଇ ଓ ସେମାନେ ବାସ କରୁଥିବା ପରିବେଶରେ ଉନ୍ନତି ଆଣି ପଶ୍ଚିମବଙ୍ଗ ଓ ଓଡ଼ିଶାର ଗ୍ରାମାଚଂଳରେ ଜୀବନରେ ରୂପାନ୍ତରଣ ଆଣିବାକୁ ‘ସେହତ’ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମର ସମନ୍ୱିତ ହସ୍ତକ୍ଷେପ ମଡେଲରେ ସ୍ୱାସ୍ଥ୍ୟସେବା ପ୍ରଦାନ, ସଚେତନତା, ସ୍ୱଚ୍ଛ ଜଳ ପହଂଚାଇବା ଓ ଗୋଷ୍ଠୀ ଭିତ୍ତିଭୂମି ରହିଛି । ବର୍ତ୍ତମାନ ‘ସେହତ’ ୪୯ଟି ଗ୍ରାମର ୭୪,୮୦୦ ହିତାଧିକାରୀମାନଙ୍କ ପାଖରେ ପହଂଚିପାରିଛି ଯାହା ଏହାକୁ
ଫାଉଣ୍ଡେସନର ସବୁଠାରୁ ପ୍ରଭାବଶାଳୀ ସାମାଜିକ ପଦକ୍ଷେପରେ ପରିଣତ କରିଛି । ଏହି କାର୍ଯ୍ୟକ୍ରମର ମୂଳରେ ରହିଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଆଉଟରିଚ ଯାହା ଦୁର୍ଗମ ସମୁଦାୟ ପାଖରେ ସିଧାସଳଖ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଂଚାଇବ ଯାହା ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦୂର କରିବ । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ସହଯୋଗ ରହିବ ଯେଉଁଥିରେ ପ୍ରତିଷେଧକ ଯତ୍ନ, ପୋଷଣ, ପରିମଳ ଓ ୱେଲନେସ ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ସୂଚନା ଆଧାରରେ ସ୍ୱାସ୍ଥ୍ୟ
ସେବା ହାସଲ କରିବା ପାଇଁ ଦରକାର ଜ୍ଞାନ ପ୍ରଦାନ କରି ଗୋଷ୍ଠୀକୁ ସଶକ୍ତ କରାଯାଉଛି ।


ପଶ୍ଚିମବଙ୍ଗରେ ସେହତ ଦ୍ୱାରା ୨୧ଟି ଗ୍ରାମର ୪୮,୬୪୧ ଜଣ ଲୋକ ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛଅଟି ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ୨,୮୩୧ ଜଣ ଭାଗ ନେଇଥିଲେ ଏବଂ ପାଂଟି ନଳକୂପ ଓ ବିଭିନ୍ନ ଜିଲ୍ଲାରେ ୧୦ଟି ପାନୀୟ ଜଳ ଟାଙ୍କି ମୂତୟନ କରି ଜଳ ସୁରକ୍ଷାକୁ ସୁଦୃଢ଼ କରାଯାଇଛି । ହୋମିଓପାଥିକ କ୍ଲିନିକ ଜରିଆରେ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ଯାହା ପାଂଚଟି ଗ୍ରାମର ୭,୬୧୦ ଜଣ ହିତାଧିକାରୀଙ୍କ ପାଖରେ ହଂଚିପାରିଛି । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ବ୍ୟତୀତ ସେହତ ପକ୍ଷରୁ ଗୋଷ୍ଠୀ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ନିବେଶ କରାଯାଉଛି । ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର (ଏଚସିସି)ର ନବୀକରଣ ଓ ତିନିଟି ଆଦିବାସୀ ଗ୍ରାମରେ ୪୭ଟି ଶୌଚାଳୟ ନିର୍ମାଣ କରିବାକୁ ସହଯୋଗ ପ୍ରଦାନ କରାଯାଇଛି ଯାହା ପରିମଳ ମାନରେ ଉନ୍ନତି ଆଣିବା ସହିତ ସୁସ୍ଥକର ଜୀବନଯାପନ ସ୍ଥିତିର ପ୍ରସାର କରିଛି ।


ଶ୍ୟାମ ମେଟାଲିକ୍ସ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ସ୍ଥାୟୀ ଅଭିବୃଦ୍ଧି ମିଳିତ ଭାବେ ଆଗକୁ ବଢ଼ିବା ଦରକାର ବୋଲି ରହିଥିବା ବିଶ୍ୱାସ ଉପରେ ଆମ ସିଏସଆର ଅଭିଯାନ ପର୍ଯ୍ୟବସିତ । ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା ଓ ଗୋଷ୍ଠୀ ବିକାଶରେ ହସ୍ତକ୍ଷେପ ଜରିଆରେ କମ୍ପାନି ପାରିପାର୍ଶ୍ୱିକ ସମୁଦାୟରେ ଅର୍ଥପୂର୍ଣ୍ଣ ଓ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶାରେ ଏହି ଅଭିଯାନ ୨୮ଟି ଗ୍ରାମର ୨୬,୧୯୦ ହିତାଧିକାରୀଙ୍କ ନିକଟରେ ପହଂଚିଛି । ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ୭୫୬ ଗୋଷ୍ଠୀ ସଦସ୍ୟ ଭାଗ ନେଇଥିଲେ ଓ ସମସ୍ତ ୨୮ଟି ଗ୍ରାମରେ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା ଯାହା ହଜାର ହଜାର ପରିବାର ପାଇଁ ସୁରକ୍ଷିତ ଜଳ ହାସଲ କରିବାରେ ଉନ୍ନତି ଆଣିବା ସହ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ କରିଥିଲା । ‘ସେହତ’କୁ ଯାହା ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ତାହା ହେଉଛି ଏହାର ସାମଗ୍ରିକ ଆଭିମୁଖ୍ୟ । ସ୍ୱସ୍ଥ୍ୟସେବା, ଜଳ, ପରିମଳ ଓ ସଚେତନତାକୁ ଭିନ୍ନ ଭିନ୍ନ ଆହ୍ୱାନ ଭାବେ ମୁକାବିଲା ନ କରି ଏହି କାର୍ଯ୍ୟକ୍ରମ ଗୋଷ୍ଠୀ କଲ୍ୟାଣ ପାଇଁ ସେହି ସବୁ ବିଷୟକୁ ଗୋଟିଏ ପ୍ଳାଟଫର୍ମ ଅଧୀନକୁ ଆଣିଛି । ଏକ ଭ୍ରାମ୍ୟମାଣ ମେଡିକାଲ ପରାମର୍ଶ ହେଉ କିମ୍ବା ଜଳ ଯୋଗାଣ ପଦକ୍ଷେପ, ପରିମଳ ପ୍ରକଳ୍ପ, ତାହା ଏକ ସୁସ୍ଥକର ଓ ଅଧିକ ଆତ୍ମନିର୍ଭର ସମୁଦାୟ ପାଇଁ ଯୋଗଦାନ ଦେଇଛି ।


ଆଗାମୀ ଦିନରେ ସ୍ଥାନୀୟ ସ୍ୱାସ୍ଥ୍ୟ ଏଜେନ୍ସି, ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମୀଣ ଅନୁଷ୍ଠାନ ସହିତ ସହଯୋଗିତାକୁ ସୁଦୃଢ଼ କରି ସେହତକୁ ସମ୍ପ୍ରସାରଣ କରିବାକୁ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ନେଟୱର୍କକୁ ସୁଦୃଢ଼ କରିବା, ପ୍ରତିଷେଧମକ ସ୍ୱାସ୍ଥ୍ୟ ଅଭିଯାନକୁ ବ୍ୟାପକ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଅଧିକରୁ ଅଧିକ ଗ୍ରାମରେ ଜଳ ଓ ପରିମଳ ପଦକ୍ଷେପକୁ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି । ‘ସେହତ’ ଜରିଆରେ ଫାଉଣ୍ଡେସନ ଦର୍ଶାଇଛି ଯେ ସୁସ୍ଥକର ସମାଜ ସହିତ ସ୍ଥାୟୀ ବିକାଶ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟସେବା ସହିତ ସ୍ୱଚ୍ଛ ଜଳ, ପରିମଳ, ସଚେତନତା ଓ ଭିତ୍ତିଭୂମିକୁ ମିଶାଇ ସେହତ କେବଳ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣୁନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥକର, ଅଧିକ ସମ୍ମାନଜନକ ଭବିଷ୍ୟତର ମୁଳଦୁଆ ପକାଉଛି ।

Leave a Reply

Your email address will not be published. Required fields are marked *

You may have missed