ବାରିପଦା ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା; ବାରିପଦାରେ ସର୍ବାଧିକ ୧୯୭.୩୫୮ ମିମି ରେକର୍ଡ

0
Untitled

ବାରିପଦା, ୧୩/୮(ପ୍ରବାହ ନ୍ୟୁଜ):- ମୟୂରଭଞ୍ଜ ଜିଲ୍ଲା ସହିତ ସ୍ଥାନୀୟ ଅଞ୍ଚଳରେ ବାଦଲ ଫଟା ବର୍ଷା ଜାରି ରହିଥିବା ବେଳେ  ବାରିପଦା ରେ ୧୯୭.୩୫୮ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ନଅଣା -୧୨୬.୪ ମିମି ,ବାରେହିପାଣି – ୧୧୮.୬୧୮ ମିମିରାମତୀର୍ଥ: ୧୧୭.୩୪୮ ମିମିଦୁକୁରା: ୧୧୧.୭୬ ମିମି ,ବଡ଼ଗାଁ- ୧୦୪.୧୪ ମିମି, ପିଠାବଟା- ୯୧.୪୪ ମିମି, କପାଟଘାଇ- ୮୬.୩୬ ମିମି, ପୋଡ଼ାଡିହା- ୮୫.୫୯୮ ମିମି , ଭଞ୍ଜବସା – ୭୨.୩୯ ମିମି, ଚହଲା-  ୭୨.୨ ମିମି, ବୁଢ଼ାବଳଙ୍ଗ-  ୭୦.୨ ମିମି,କୁଳିପାଲ- ୬୪.୦୦୮ ମିମି, ୟୁବିକେ( UBK): -୪୬. ୬ ମିମି, କେନ୍ଦୁମୁଣ୍ଡି- ୩୫.୫୬ ମିମି, ସାତକୋଶିଆ-  ୨୧.୦୮୨ ମିମି, ଠାକୁରମୁଣ୍ଡା- ୧୨.୭ ମିମି, ବର୍ଷା ରେକର୍ଡ଼ କରାଯାଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।  

ସେହିପରି ଆଜି ସକାଳ ୬ଟାରୁ ୯ଟା ମଧ୍ୟରେ ହୋଇଥିବା ଲଗାଣ ବର୍ଷା ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି, ଯେଉଁଥିରେ ବଡ଼ଗାଁ ରେ ସର୍ବାଧିକ ୯୭.୭୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବରେହିପାଣି- ୮୯. ୬୬୨ ମିମି ,କପାଟଘାଇ- ୭୬.୨ ମିମି, ପିଠାବଟା-  ୪୮.୨ ୬ ମିମି,ବୁଢ଼ାବଳଙ୍ଗ- ୪୪.୪ ମିମି, ନଅଣା (Nawana)-  ୩୯.୨ ମିମି, ଜେନାବିଲ- ୩୪.୨୯ ମିମି, ବାରିପଦା- ୩୩.୦୨ ମିମି,ରାମତୀର୍ଥ-  ୨୬.୧ ୬୨ ମିମି, ଚହଲା-  ୨୫.୨ ମିମି,ୟୁବିକେ (UBK)- ୨୦.୪ ମିମି, ଭଞ୍ଜବସା- ୧୮.୨୮୮ ମିମି, ସାତକୋଶିଆ-  ୧୮.୨୮୮ ମିମି , କୁଳିପାଲ-  ୧୭.୭୮ ମିମି , ଡୁକୁରା- ୧୬.୨୫୬ ମିମି ,କେନ୍ଦୁମୁଣ୍ଡି:- ୧୫.୨୪ ମିଲି ମିଟର ବର୍ଷା ରେକର୍ଡ଼ କରାଯାଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।  ମୟୂରଭଞ୍ଜ ଜିଲ୍ଲା ଅରେଞ୍ଜ ଜୋନ୍ ରେ ରହିଥିବା ଆଗାମୀ ୬ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ହେମକାନ୍ତ ସଏ ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ନହେବେ ଏବଂ ମାଟି ଘରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ଜୀବନ ଯେପରି ବିପଦରେ ନ ପଡୁ ଆବଶ୍ୟକ ପଦକ୍ଷେପ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତ୍ଵରାନିତ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You may have missed