ଟିଭିଏସ୍ ମୋଟର୍ ପକ୍ଷରୁ ଟିଭିଏସ୍ ଜୁପିଟର୍ ଡୁଆଲ୍ ଟୋନ୍ ସ୍ପେକ୍ଟ୍ରାଲ୍ ରେଂଜ୍‌ର ଶୁଭାରମ୍ଭ

0
Untitled_optimized_10

ପରଫରମାନ୍ସ ଚା ଦ୍ରୁତ ପିକ୍‌-ଅପ୍ ଏବଂ ଅଧିକ ମାଇଲେଜ୍ ପାଇଁ ଟିଭିଏସ୍ ଆଇ-ଗୋ ଉପଯୋଗିତା ଉପଯୋଗିତା ଚା ଶ୍ରେଷ୍ଠ ୩୩-ଲିଟର ସିଟ୍ ତଳ ଷ୍ଟୋରେଜ୍‌
ଭୁବନେଶ୍ୱର/କଟକ: ଟିଭିଏସ୍ ବେଣୁର ଅଂଶ ଟିଭିଏସ୍ ମୋଟର୍ କମ୍ପାନି ପକ୍ଷରୁ ଟିଭିଏସ୍ ଜୁପିଟର୍ ଡୁଆଲ୍ ଟୋନ୍ ସ୍ପେକ୍ଟ୍ରାଲ୍ ରେଂଜ୍ ଉନ୍ମୋଚନ କରାଯାଇଛି । ଏହି ନୂଆ ରେଂଜ୍‌ରେ ଦୁଇ ପ୍ରକାର ନୂଆ ଡୁଆଲ୍ ଟୋନ୍ ସ୍ପେକ୍ଟ୍ରାଲ୍ ରଙ୍ଗ-ସ୍ପେକ୍ଟ୍ରାଲ୍ ବ୍ଲୁ ଓ ସ୍ପେକ୍ଟ୍ରାଲ୍ କପର୍ ରହିଛି । ତାହା ଟିଭିଏସ୍ ଜୁପିଟର୍‌କୁ ୧୧୦ ସିସି ସ୍କୁଟର ବର୍ଗରେ ପ୍ରଥମ ସ୍କୁଟର ଭାବେ ଏହି ସ୍ୱତନ୍ତ୍ର ରଙ୍ଗ ପ୍ରଦାନ କରୁଛି ଯାହା ଏହାର ଷ୍ଟାଇଲ୍‌, ଆରାମ ଓ ପ୍ରଯୁକ୍ତିକୁ ବଢ଼ାଇଛି । ଏହି ରଙ୍ଗକୁ ମାନିବା ଭଳି ରଙ୍ଗ ସମନ୍ୱିତ ଭିତର ପ୍ୟାନେଲ୍‌, ନୂଆ ସିଟ୍ ରଙ୍ଗ ଓ ଆଂଶିକ କ୍ରୋମ୍ ମିରର୍ ରହିଛି ଯାହା ସଡ଼କରେ ଗାଡ଼ିର ଉପସ୍ଥିତିରେ ଉନ୍ନତି ଆଣିପାରିଛି ।


ଏହି ନୂତନ ଭାରିଆଂଟ୍‌ରେ ଦୈନନ୍ଦିନ ଆରାମ ଓ ସୁବିଧା ପାଇଁ ଏକ ପ୍ରିମିୟମ ଲମ୍ବା ସିଟ୍ ସହିତ ପଛ ଯାତ୍ରୀ ପାଇଁ ବ୍ୟାକ୍‌ରେଷ୍ଟ୍ ରହିଛି । ଏହି ବର୍ଗରେ ପ୍ରଥମ ଥର ପାଇଁ ସିକ୍ୱେନ୍‌ସିଆଲ୍ ଟର୍ଣ୍ଣ ସିଗ୍‌ନାଲ୍ ଲ୍ୟାମ୍ପ୍ ବ୍ୟବହାର କରାଯାଇଛି ଯାହା ପ୍ରଭାବରେ ରାସ୍ତା ଭଲ ଭାବେ ଦେଖାଯିବ ଏବଂ ଏଥିରେ ଗାଡ଼ି ଚଲାଇବା ବେଳେ ଫୋନ୍ ଚାର୍ଜିରେ ବସାଇବା ପାଇଁ ୟୁଏସ୍‌ବି ସି-ଟାଇପ୍ ଚାର୍ଜିଂ ପୋର୍ଟ ରହିଛି । ଏହି ସ୍କୁଟରର ସିଟ୍ ତଳେ ୩୩ ଲିଟର୍‌ର ଷ୍ଟୋରେଜ୍ ରହିଛି ଯେଉଁଥିରେ ଦୁଇଟି ହେଲ୍‌ମେଟ ରଖିହେବ ଏବଂ ଏଥିରେ ସ୍ମାର୍ଟଏକ୍ସ କନେକ୍ଟେଡ୍ ପ୍ରଯୁକ୍ତି ମଧ୍ୟ ରହିଛି ।


ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନିର କମ୍ୟୁଟର ଓ ଇଭି ବ୍ୟବସାୟର ମୁଖ୍ୟ ତଥା ବରିଷ୍ଠ ଉପସଭାପତି ଓ କର୍ପୋରେଟ୍ ବ୍ରାଣ୍ଡ୍ ଆଣ୍ଡ୍ ମିଡିଆ ମୁଖ୍ୟ ଅନିରୁଦ୍ଧ ହାଲଦାର କହିଛନ୍ତି ଯେ, “ଯୁବ ଓ ସହରାଂଚଳ ଭାରତୀୟ ପରିବାରଗୁଡ଼ିକ ନୂଅ ଅନୁଭୂତି, ଡିଜାଇନ ଓ ପ୍ରଯୁକ୍ତି ଦେଖୁଛନ୍ତି ଯାହା ନିତିଦିନିଆ ଗମନାଗମନ ପାଇଁ ସେମାନଙ୍କ ଅଭିଳାଷକୁ ବଢ଼ାଇଛି । ଭାରତର ସ୍କୁଟରୀକରଣ ଯାତ୍ରାରେ ଟିଭିଏସ୍ ଜୁଟିପର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ କୋଟି କୋଟି ଭାରତୀୟଙ୍କ ଭରସା ଜିତିଛି ଏବଂ “ଭାରତର ସ୍କୁଟର” ଭାବେ ପରିଚୟ ହାସଲ କରିଛି । ବିଗତ ବର୍ଷଗୁଡ଼ିକରେ ସେଥିରେ ଉନ୍ନତି ହୋଇଥିବା ବେଳେ ଅର୍ଥପୂର୍ଣ୍ଣ ନବସୃଜନ ଅଣାଯାଇଛି ଓ ଏହାର ପରିବରର ମୂଲ୍ୟବୋଧ ବଜାୟ ରହିଛି । ଏହାର ପ୍ରଗତିଶୀଳ ଡିଜାଇନ ଓ ସୁବିଧାରେ ପରିପୂର୍ଣ୍ଣତା ସହିତ ନୂଆ ଟିଭିଏସ୍ ଜୁପିଟର ଡୁଆଲ୍ ଟୋନ୍ ଏକ ସମସାମୟିକ ସୁବିଧା ସହ ଏହାର ଯାତ୍ରାକୁ ଆଗକୁ ବଢ଼ାଇଛି ଯେଉଁଥିରେ ଏହି ବର୍ଗରେ ପ୍ରଥମ ଥର ପାଇଁ ସ୍ପେକ୍ଟ୍ରାଲ୍ ରଙ୍ଗ ସହିତ ବର୍ଗର ପ୍ରଥମ ସିକ୍ୱେନ୍‌ସିଆଲ୍ ଟର୍ଣ୍ଣ ସିଗ୍‌ନାଲ୍ ଲ୍ୟାମ୍ପ ଓ ଆହୁରି ବହୁତ କିଛି ରହିଛି । ମିଳିତ ଭାବେ ଏହି ଉନ୍ନତିଗୁଡ଼ିକ ଆଜିର ନୂଆ ପିଢ଼ିର ଆଧୁନିକ ଭାରତୀୟଙ୍କ ପାଇଁ ଟିଭିଏସ୍ ଜୁପିଟର୍‌କୁ ଗମାନଗମନ ପାଇଁ ପସନ୍ଦରେ ପରିଣତ କରିବାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।”


ଟିଭିଏସ୍ ଜୁପିଟର୍ ସର୍ବଦା ଭାରତୀୟ ପରିବାରଗୁଡ଼ିକୁ ଅଧିକ କିଛି ପ୍ରଦାନ କରୁଛି । “ଜ୍ୟାଦା କା ଫାଏଦା” ଦର୍ଶନ ଅନୁସାରେ ନୂଆ ଡୁଆଲ୍ ଟୋନ୍ ସ୍ପେକ୍ଟ୍ରାଲ୍ ବର୍ଗ ପ୍ରତିଦିନ ଉନ୍ନତ ଗଡ଼ିଚାଳନା ଅନୁଭୁତିକୁ ନେଇ ଆଗକୁ ବଢ଼ୁଛି । ୧୩ ବର୍ଷ ଧରି ଏହି ବ୍ରାଣ୍ଡ୍ ଭାରତୀୟ ପରିବାରଗୁଡ଼ିକର ପରିବର୍ତ୍ତିତ ଆବଶ୍ୟକତା ଅନୁସାରେ ବଦଳିବା ସହିତ ଅର୍ଥପୂର୍ଣ୍ଣ ନବସୃଜନ ଜରିଆରେ ନିରନ୍ତର ମାନଦଣ୍ଡରେ ଉନ୍ନତି ଆଣିଛି । ୨୦୨୪ରେ ଉନ୍ମୋଚନ ହୋଇଥିବା ଟିଭିଏସ୍ ଜୁପିଟର୍‌ରେ ୧୧୩.୩ ସିସି ସିଙ୍ଗଲ ସିଲିଣ୍ଡର, ୪-ଷ୍ଟ୍ରୋକ୍ ଇଞ୍ଜିନ ରହିଛି ଯାହା ୫.୯ କିଲୋୱାଟ୍‌ର ଶକ୍ତି ଓ ୯.୮ ଏନ୍‌ଏମ୍ ଟର୍କ ପ୍ରଦାନ କରୁଛି । ନୂଆ ଜୁପିଟର ଡୁଆଲ୍ ଟୋନ୍ ସ୍ପେକ୍ଟ୍ରାଲ୍ ରେଞ୍ଜର ଦାମ୍ ୮୯,୮୨୫ (ଏକ୍ସସୋରୁ, ନୂଆଦିଲ୍ଲୀ) ରହିଛି ।

Leave a Reply

Your email address will not be published. Required fields are marked *

You may have missed