ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ଗୋଟିଏ ପଶୁ ଉଦ୍ଧାର ଗାଡ଼ି, ଗୋଟିଏ ଯାନ୍ତ୍ରିକ ସଫେଇ ଗାଡ଼ି ସହ ୨୬ଟି ହାଇମାଷ୍ଟ ଲାଇଟ୍‌ ର ଶୁଭ ଉଦଘାଟନ

0
Untitled

ବାରିପଦା ପୌରପାଳିକା ପକ୍ଷରୁ ରାଜ୍ୟସ୍ତରୀୟ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ’ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନୀୟ ଅତିଥି ରୂପେ ମାନ୍ୟବର ସାଂସଦ ନବକିଶୋର ମାଝୀ , ମାନ୍ୟବର ବିଧାୟକ ପ୍ରକାଶ ସୋରେନ ସମୂହଙ୍କ ଉପସ୍ଥିତିରେ, ସମସ୍ତ ୱାର୍ଡ ଜନ ପ୍ରତିନିଧି ପୌରପାଳିକା ଅଧିକାରୀ ବୃନ୍ଦ ଏବଂ ବାରିପଦା ସହରରେ ବସବାସ କରୁଥିବା ସମସ୍ତ ନାଗରିକଙ୍କୁ ମୁଖ୍ୟ ଅତିଥି ଆନ୍ତରିକ ଶୁଭେଛା ସହ ଅଭିନନ୍ଦନ ଜଣାଇଥିଲେ । ମାନ୍ୟବର ମନ୍ତ୍ରୀ ଉଦ୍ଯାପନୀ ଉତ୍ସବରେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟରେ କହିଥିଲେ ଯେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆମ ସହରର ପ୍ରଗତି ଓ ଜନସେବାର ମୂଳସ୍ତମ୍ଭ l

ରାଜ୍ୟରେ ‘ଲୋକଙ୍କ ସରକାର’ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଶାସନ ବ୍ୟବସ୍ଥାକୁ ସମାଜର ଅନ୍ତିମ ସୋପାନରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ତଥା ସେମାନଙ୍କୁ ଗୁଣାତ୍ମକ ସେବା ସୁବିଧା ଯୋଗାଇଦେବା ନିମନ୍ତେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ ଜାରି ରଖିଛନ୍ତି l ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ, ଗରିମା, PMAY–ଅର୍ବାନ ବନ୍ଧୁ, ସୁଜଳ ଯୋଜନା, ସୁଯୋଗ, AMRUT 2.0, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାଗା ମିଶନ, ମୁକ୍ତା, ଆହାର, ଆମ ବସ୍ ଭଳି ଅନେକ ଲୋକାଭିମୁଖୀ ଯୋଜନାକୁ ତ୍ୱରାନ୍ୱିତ କରାଯିବା ସହ ଦ୍ରୁତ ସହରୀକରଣ ଓ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି l ବାରିପଦାକୁ ସ୍ୱଚ୍ଛ, ସୁନ୍ଦର ଓ ସ୍ମାର୍ଟ ସହର ଭାବେ ଗଢ଼ି ତୋଳିବା ଆମର ସଂକଳ୍ପ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ସହିତ ଜିଲ୍ଲାର ବିଶିଷ୍ଟ ସମାଜସେବୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ମାନପତ୍ର ଦେଇ ସମର୍ଦ୍ଧନା କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ ନାଗରିକ ସେବାର ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ କରାଯାଇଛି। ଏଥିରେ ୧ଟି ପଶୁ ଉଦ୍ଧାର ଗାଡ଼ି, ୧ଟି ଛୋଟ ଯାନ୍ତ୍ରିକ ସଫେଇ ଗାଡ଼ି ଏବଂ ୨୬ଟି ହାଇମାଷ୍ଟ ଲାଇଟ୍‌ ଅନ୍ତର୍ଭୁକ୍ତ। ଏହି ପଦକ୍ଷେପ ଦ୍ୱାରା ବାରିପଦା ସହରର ସ୍ୱଚ୍ଛତା, ଆଲୋକୀ କରଣ ଓ ନାଗରିକ ସେବା ଆହୁରି ସୁଦୃଢ଼ ହେବ।
ଏହି ଅବସରରେ ବାରିପଦା ପୌରପାଳିକା ପକ୍ଷରୁ ୩ ଗୁରୁବାର ଦିନ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତିନିଟି ସ୍ଥାନରେ ସକାଳ ୮ ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ୟ୍ୟନ୍ତ ରହିଥିବା ବେଳେ ଉକ୍ତ ଶିବିର ବାରିପଦା ପୌରପାଳିକା ବିବାହ ମଣ୍ଡପ, ଷ୍ଟାଡିୟମ୍ ସମ୍ମିଳନୀ କକ୍ଷ ଏବଂ ରୋଟାରୀ କ୍ଲବ ପ୍ରମୁଖ ସ୍ଥାନରେ ରକ୍ତଦାନ ଶିବିରରେ ମୋଟ ୭୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ବିଭିନ୍ନ ନାଗରିକ ସେବା ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୟୂରଭଞ୍ଜ ସାଂସଦ, ବାରିପଦା ବିଧାୟକ, ବାରିପଦା ପୌରପାଳିକା ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *