ଜିଲ୍ଲା ଶିକ୍ଷା ବିଭାଗର ବିକଳ ଚିତ୍ର: ବିନା ଫେନ୍ , ଆଲୁଅରେ ପାଠ ପଢିଲେ ଛାତ୍ର ଛାତ୍ରୀ

0
Untitled

ବାରିପଦା ,୨୯/୦୯(ପ୍ରବାହ ନ୍ୟୁଜ):- ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ପୁରାପୁରି ଭୁଶୁଡ଼ି ପଡ଼ିଥିବା ଏକ ପ୍ରକାର ଆଭାସ ହେବାର ଲାଗିଲାଣି । ଜିଲ୍ଲାର ମୁଖିଆ ଙ୍କ ଶିକ୍ଷା ଅବସ୍ଥା କୁ ନେଇ କାଗଜ କଲମରେ ଯେଉଁ ଦିଣ୍ଡିବ ପିଟୁଛନ୍ତି ତାହା ବାସ୍ତବରେ ପୁରାପୁରି ଅଲଗା । ଶିକ୍ଷା ବ୍ୟବସ୍ଥା ରେ ଉନ୍ନତ ମାନର ଜିଲ୍ଲାରେ ଫେଲ ମାରିଛି ଏହା ଆମେ କହୁନୁ ଆମ ଜିଲ୍ଲାରେ ଏପରି ଏକ ଦୁଃଖର ବିଷୟ ଯାହା ଶିକ୍ଷା ବିଭାଗ ଏବଂ ବିଦ୍ୟୁତ୍ ବିଭାଗ କୁ ନେଇ ପ୍ରଶ୍ନ ଉଠିଛି। ଖବର ଅନୁଯାୟୀ ମୟୂରଭଞ୍ଜ ଆଦିବାସୀ ବହୁଳ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ୩୫ ଟି ପ୍ରାଥମିକ ବିଦ୍ୟାଳୟର ବିଦ୍ୟୁତ ବିଲ ପୈଠ ହୋଇନଥିବା ଯୋଗୁଁ ସେହି ସ୍କୁଲର ବିଦ୍ୟୁତ କାଟି ଦିଆଯାଇଛି ଆଉ ସେହି ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ସେଥିଯୋଗୁଁ ଅତ୍ୟନ୍ତ ଖରାପ ଅବସ୍ଥାରେ ଶିକ୍ଷାଦାନ କରୁଛନ୍ତି, ଏହି ପରିସ୍ଥିତି ଯେ କେବଳ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ର ନୂହେଁ ଏହା ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁ ଅଙ୍ଗନୱାଡି ରୁ ଦଶମ ଶ୍ରେଣୀ (ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କେଜିଭିବି ବାଳିକା ବିଦ୍ୟାଳୟ, ଆଦର୍ଶ ଓ ଏକଲବ୍ୟ ସ୍କୁଲ ସହିତ ଏସଟିଏସି/ମାଇନରଟି ବିଭାଗର ଆଶ୍ରମ, ଏସଏସଡି ବାଳିକା ବିଦ୍ୟାଳୟ ) ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ପରିଲକ୍ଷିତ ହେଉଅଛି | ସମଗ୍ର ଜିଲ୍ଳାର ଏଭଳି ଅବସ୍ଥା କୁ ଉପଲବ୍ଧି କରି ଆଜି ଶିକ୍ଷାନୁଷ୍ଠାନ ଗୁଡିକରେ ସୁରକ୍ଷିତ ଶିକ୍ଷା ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ସକାଶେ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସାମାଜିକ ଗଣମାଧ୍ୟମ “X” (ଟ୍ୱିଟ଼) ଯୋଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଯଥାଶୀଘ୍ର ଏଥିରେ ହସ୍ତକ୍ଷେପ କରି ଆଗାମୀ ୭ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି |

ଯଦି ଆଗାମୀ ୭ ଦିନ ମଧ୍ୟରେ ଗୋପବନ୍ଧୁନଗର ବ୍ଳକର ୩୫ ସ୍କୁଲ ସମେତ ସମଗ୍ର ଜିଲ୍ଲା ରେ ବିଦ୍ୟୁତ ସଂଯୋଗ କଟିଥିବା ସ୍କୁଲ ରେ ପୁନର୍ବାର ବିଦ୍ୟୁତ ସଂଯୋଗ କରାନଯାଏ ତେବେ ବାରିପଦା ସ୍ଥିତ TPNODL ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମେତ ରାଇରଙ୍ଗପୁର,କପ୍ତିପଦା,କରଞ୍ଜିଆ ଓ ବାରିପଦା ବୈଦ୍ୟୁତିକ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ମାନଙ୍କର କାର୍ଯ୍ୟାଳୟ ଗୁଡିକୁ ଏକକାଳୀନ ଅଚଳ କରାଯିବା ପାଇଁ ଭଞ୍ଜସେନା ପକ୍ଷରୁ ସିଦ୍ଧାନ୍ତ କରାଯାଇଛି ବୋଲି ସଂଗଠନ ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *