ମୟୂରଭଞ୍ଜରେ ପ୍ରବଳ ବର୍ଷା, ୨୦ ବ୍ଲକ୍ ପ୍ରଭାବିତ

0
Untitled

ବାରିପଦା,୨୬/୦୯(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ୨୩ ସେପ୍ଟେମ୍ବରରୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ୨୦ଟି ବ୍ଲକ୍ ସମେତ ବାରିପଦା ପୌରପାଳିକା ପ୍ରଭାବିତ ହୋଇଛି। ବଡ଼ସାହି, ବେତନଟୀ, ଉଦଳା, କପ୍ତିପଦା, ସାରସକଣା ଓ ରସଗୋବିନ୍ଦପୁର ସମେତ ବିଭିନ୍ନ ଅଞ୍ଚଳରେ ୧ଟି ODRAF ଓ ୧୮ଟି ଅଗ୍ନିଶମ ଟିମ୍ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବନ୍ୟା ପ୍ରଭାବିତଙ୍କ ପାଇଁ ୫୧ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି। ଏଠାରେ ଉଦ୍ଧାର କରାଯାଇଥିବା ୧୮,୫୦୧ ଜଣଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟସେବା ପାଇଁ ୧୧ଟି ମେଡିକାଲ୍ ଟିମ୍ ଓ ପଶୁ ଚିକିତ୍ସା ପାଇଁ ୩ଟି MVU ନିୟୋଜିତ ହୋଇଛି।

ଆଜି ୧୧୫ ରୋଲ୍ ପଲିଥିନ୍ ସହ ଶିଶୁ ଖାଦ୍ୟ, ମୁଢ଼ି, ମିକ୍ସଚର, ବିସ୍କୁଟ୍ ଓ ବୋତଲବନ୍ଦ ପାନୀୟ ଜଳ ବଣ୍ଟନ କରାଯାଇଛି। ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁଯାୟୀ ୮ଟି କଚ୍ଚା ଘର ସମ୍ପୂର୍ଣ୍ଣ, ୯ଟି କଚ୍ଚା ଘର ଗୁରୁତର ଏବଂ ୫୦୧ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ୧୪ଟି ପକ୍କା ଘର, ୮ଟି ଝୁମ୍ପୁଡ଼ି ଓ ୨୩ଟି ଗୋରୁ ଗୁହାଳ କ୍ଷତିଗ୍ରସ୍ତ ହୋଇଛି।

ବନ୍ୟା ଯୋଗୁଁ ୧,୦୦୬ ହେକ୍ଟର ଫସଲ ଅଞ୍ଚଳ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 

Leave a Reply

Your email address will not be published. Required fields are marked *