ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମିଶନ ମୋଡ ଚଢ଼ାଉ ଅଭିଯାନ

ବାରିପଦା, ୭/୯: ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ଚଢ଼ଉ କରାଯାଇ ନକଲି ଓ ଅପମିଶ୍ରିତ ବିଦେଶୀ ମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ର ଶ୍ରୀ ଏଚ୍. ଜଗା ରାଓ ଓ ମୋବାଇଲ ୟୁନିଟ୍ର କର୍ମଚାରୀ ସହ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ରେ ସର୍ବ ମୋଟ ଚଢ଼ଉରେ ୩୮.୬୧୦ ବଲ୍କ ଲିଟର (BL) ଅପମିଶ୍ରିତ/ନକଲି ବିଦେଶୀ ମଦ (IMFL) ଜବତ କରିଥିଲେ।
ଏହି ଘଟଣାରେ ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡ଼ିଶୋଳ ଅଞ୍ଚଳର ଭାସ୍କର ଦଳ (୪୫)ଙ୍କୁ ଗିରଫ କରାଯାଇଛି । ଏନେଇ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(କ)(i), ୫୯ ଏବଂ ଧାରା ୬୨(୧) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ମୋବାଇଲ କେସ୍ ନମ୍ବର ୪୧୨ ଏବଂ ପିଆର ନ ୧୪୨/୨୬-୨୭ ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ ହୋଇଥିବା ନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଗତ ୫ ତାରିଖରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ରାଇରଙ୍ଗପୁର ଥାନା ଅନ୍ତର୍ଗତ ବିଜାତଳା ଅଞ୍ଚଳରେ ଚଢ଼ଉ କରାଯାଇ ୨୦.୪୦୦ ବଲ୍କ ଲିଟର ଅପମିଶ୍ରିତ/ନକଲି ବିଦେଶୀ ମଦ (IMFL) ଏବଂ ୧୨.୦୦ ବଲ୍କ ଲିଟର ବିୟର ଜବତ କରାଯାଇଛି । ବିଭାଗ ପକ୍ଷରୁ ଏହି ଚଢ଼ଉରେ ସମ୍ପୃକ୍ତ ଅଭିଯୁକ୍ତ ସାରଥ ବେହେରା (୩୪) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ଓ ଅପମିଶ୍ରିତ ମଦ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
