ସ୍ମାର୍ଟ ଓ ସ୍ୱାସ୍ଥ୍ୟକର ରୋଷେଇ ପାଇଁ କେନଷ୍ଟାରର ନୂଆ ଏୟାର ଫ୍ରାୟର

ଭୂବନେଶ୍ୱର , ସେପ୍ଟେମ୍ବର ୮ , ୨୦୨୬: ଘରୋଇ ଉପକରଣ କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ କେନଷ୍ଟାର ଭାରତର ଏକ ବିସ୍ତୃତ ଏୟାର ଫ୍ରାୟର ସମ୍ଭାର ଶୁଭାରମ୍ଭ କରିଛି। ୪୫ରୁ ଅଧିକ ଏସକେୟୁ ଥିବା ଏହି ନୂଆ ପୋର୍ଟଫୋଲିଓରେ ବିଭିନ୍ନ କ୍ଷମତା, ଡିଜାଇନ ଓ କୁକିଙ୍ଗ ସୁବିଧା ସହ ଏୟାର ଫ୍ରାୟର ସାମିଲ ହୋଇଛି।
ଆଧୁନିକ ରୋଷେଇ ଘରର ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ ହୋଇଥିବା ଏହି ସମ୍ଭାରରେ ଷ୍ଟାର ସେଫ୍ ଏୟାର ଫ୍ରାୟର ଓଭେନ, ଡୁଓ ଫିଷ୍ଟ ଡୁଆଲ୍ ବାସ୍କେଟ, ପିଓର ଭ୍ୟୁ ଅଲ୍-ଗ୍ଲାସ୍, ଡେଲି କୁକ୍ ଏବଂ ସେଲିବ୍ରେସନ୍ ଗିଫ୍ଟିଙ୍ଗ୍ ଶୃଙ୍ଖଳ ରହିଛି। ଏହି ମଡ଼େଲଗୁଡ଼ିକ ବିଭିନ୍ନ ପରିବାରର ଆକାର ତଥା ରୋଷେଇ ଘରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କ୍ଷମତାରେ ଉପଲବ୍ଧ ଅଟେ । ୪.୫ ଲିଟରରୁ ୧୨ ଲିଟର ପର୍ଯ୍ୟନ୍ତ ବିଭିନ୍ନ କ୍ଷମତାର ମଡେଲ ଉପଲବ୍ଧ ରହିଛି।
ଏହି ଏୟାର ଫ୍ରାୟରଗୁଡ଼ିକରେ ୩୬୦-ଡିଗ୍ରୀ ଟର୍ବୋ ଏୟାର ଓ ଡୁଓକୋର ଇଣ୍ଟେଲି ହିଟିଙ୍ଗ ଟେକ୍ନୋଲୋଜି ଭଳି ଉନ୍ନତ ବୈଶିଷ୍ଟ୍ୟ ରହିଛି। ଏହା ଉତ୍ତାପର ସମାନ ବଣ୍ଟନ ସହ କମ୍ ତେଲରେ କୁରକୁରିଆ ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତିରେ ସହାୟତା କରେ। ନିର୍ଦ୍ଦିଷ୍ଟ ମଡେଲରେ ରିହିଟ୍, ଗ୍ରିଲ୍, ଟୋଷ୍ଟ, ତନ୍ଦୁର, ଡିହାଇଡ୍ରେଟ୍ ଓ ବେକ୍ ଭଳି ବିଭିନ୍ନ କୁକିଙ୍ଗ ମୋଡ୍ ରହିଛି।
କେନଷ୍ଟାର ସିଇଓ ସୁନୀଲ ଜୈନ କହିଛନ୍ତି ଯେ, ଆଧୁନିକ ଭାରତୀୟ ପରିବାରର ବଦଳୁଥିବା ରୋଷେଇ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ସମ୍ଭାର ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କୁ ସୁବିଧା, ବହୁମୁଖୀ ବ୍ୟବହାର ଓ ଆଧୁନିକ ଡିଜାଇନର ସମନ୍ୱୟ ପ୍ରଦାନ କରିବ।
ଔରଙ୍ଗାବାଦସ୍ଥିତ କେନଷ୍ଟାରର ନିଜସ୍ୱ ଉତ୍ପାଦନ କାରଖାନାରେ ଏହି ଉତ୍ପାଦଗୁଡ଼ିକ ନିର୍ମାଣ ହେଉଛି। ଏଗୁଡ଼ିକ ଖୁଚୁରା ଆଉଟଲେଟ୍ ସହ ଫ୍ଲିପକାର୍ଟ, ଆମାଜନ, କ୍ୱିକ୍-କମର୍ସ ଓ ଆଧୁନିକ ଟ୍ରେଡ୍ ଆଉଟଲେଟ୍ରେ ଉପଲବ୍ଧ। ଏହି ସମ୍ପୂର୍ଣ୍ଣ ଏୟାର ଫ୍ରାୟର ସମ୍ଭାର ୨-ବର୍ଷର ୱାରେଣ୍ଟି ସହିତ ଆରଓଏଚଏସ, ଆଇଏସଆଇ ଏବଂ ଆଇଏସଓ ପ୍ରମାଣପତ୍ର ପ୍ରାପ୍ତ ଅଟେ, ଯାହା ପ୍ରତ୍ୟେକ କ୍ରୟ ସହିତ ଗ୍ରାହକଙ୍କୁ ଅଧିକ ଆଶ୍ୱାସନା ପ୍ରଦାନ କରେ ।
