ଡାଲମିଆ ସିମେଂଟ ପରିବହନ ପାଇଁ ତେଜସ୍ କାର୍ଗୋ ବ୍ଲୁ ଏନର୍ଜି ମୋଟର୍ସର ବିଦ୍ୟୁତଚାଳିତ ଟ୍ରକଗୁଡିକୁ୍ ନିୟୋଜିତ କରିଛି

ରାଜଗାଙ୍ଗପୁର, ୧୬ ସେପ୍େଟମ୍ବର ୨୦୨୬: ସ୍ଥାୟୀ ମାଲ ପରିବହନ ବ୍ୟବସ୍ଥା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଡାଲମିଆ ସିମେଂଟ, ତେଜସ୍ କାର୍ଗୋ ଇଣ୍ଡିଆ ଲିମିଟେଡ୍ ଏବଂ ବ୍ଲୁ ଏନର୍ଜି ମୋଟର୍ସ ମିଳିତ ଭାବେ ରାଜଗାଙ୍ଗପୁରରେ ସିମେଂଟ ପରିବହନ କାର୍ଯ୍ୟ ପାଇଁ ବ୍ଲୁ ଏନର୍ଜି ମୋଟର୍ସର ବିଦ୍ୟୁତଚାଳିତ ଭାରୀ ଟ୍ରକ୍ ନିୟୋଜିତ କରିଛନ୍ତି ।
ତେଜସ୍ କାର୍ଗୋ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପରିଚାଳିତ ଏହି ବିଦ୍ୟୁତଚାଳିତ ଭାରୀ ଟ୍ରକ୍ ଡାଲମିଆ ସିମେଂଟର ପରିବହନ ଆବଶ୍ୟକତା ପୂରଣରେ ସହାୟକ ହେବ । ପରିବହନଜନିତ ନିର୍ଗମନ ହ୍ରାସ କରିବା ସହ ଅଧିକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଶିଳ୍ପଜଗତର ବଢୁଥିବା ଗୁରୁତ୍ୱକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି ।
ବ୍ୟବସାୟିକ ସଂସ୍ଥାଗୁଡ଼ିକ ନିଜ ଉତ୍ପାଦନ କାର୍ଯ୍ୟକଳାପ ବାହାରେ ମଧ୍ୟ ପରିବେଶ ଉପରେ ନିଜର ପ୍ରଭାବ କମାଇବା ଦିଗରେ ଗୁରୁତ୍ୱ ଦେଉଥିବା ବେଳେ, ମାଲ ପରିବହନ କାର୍ଯ୍ୟକଳାପରୁ ହେଉଥିବା ପରୋକ୍ଷ ନିର୍ଗମନ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭା ହୋଇଛି । ନିର୍ମାତା, ପରିବହନ ସେବା ପ୍ରଦାନକାରୀ, ଯାନ ନିର୍ମାତା ଏବଂ ଚାର୍ଜିଂ ଭିତିଭୂମି କମ୍ପାନିଗୁଡ଼ିକ ଏକାଠି ହୋଇ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥାର ପ୍ରସାରକୁ ତ୍ୱରାନ୍ୱିତ କରିପାରିବେ ବୋଲି ଏହି ସହଯୋଗ ପ୍ରମାଣ କରୁଛି । ଏହା ଦ୍ୱାରା ପରିବହନଜନିତ ନିର୍ଗମନ ହ୍ରାସ ସହ ଅଧିକ ସ୍ଥାୟୀ ଓ ଦକ୍ଷ ଯୋଗାଣ ଶୃଙ୍ଖଳ ଗଠନରେ ସହାୟତା ମିଳିବ ।
ଭାରତରେ ବିଦ୍ୟୁତଚାଳିତ ଭାରୀ ଟ୍ରକ୍ ବ୍ୟବହାର ଦିଗରେ ମଧ୍ୟ ଏହି ନିୟୋଜନ ଏକ ନୂଆ ମାଇଲଖୁଂଟ । ସିମେଂଟ ଓ ଭିତିଭୂମି ଭଳି ମୁଖ୍ୟ ଶିଳ୍ପ କ୍ଷେତ୍ରରେ ବାସ୍ତବ ବାଣିଜ୍ୟିକ ପ୍ରୟୋଗ ପାଇଁ ଏହି ପ୍ରଯୁକ୍ତି କେତେ ପ୍ରସ୍ତୁତ, ତାହା ଏହା ଦର୍ଶାଉଛି ।
ତେଜସ୍ କାର୍ଗୋ ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦର ବିନ୍ଦଲ କହିଛନ୍ତି, “ପରିବହନ କ୍ଷେତ୍ରରେ ବଡ଼ ପରିବର୍ତନ ଘଟୁଛି ଏବଂ ଏହାର ଭବିଷ୍ୟତ ଗଠନରେ ସ୍ଥାୟୀ ପରିବହନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଡାଲମିଆ ସିମେଂଟର କାର୍ଯ୍ୟ ପାଇଁ ବ୍ଲୁ ଏନର୍ଜି ମୋଟର୍ସର ବିଦ୍ୟୁତଚାଳିତ ଭାରୀ ଟ୍ରକ୍ ନିୟୋଜିତ କରି ଆମେ ଆନନ୍ଦିତ । ଶିଳ୍ପକ୍ଷେତ୍ରରେ ଅଧିକ ପରିବେଶ ଅନୁକୂଳ ଓ ଦକ୍ଷ ମାଲ ପରିବହନ ବ୍ୟବସ୍ଥାର ପ୍ରସାରରେ ଯୋଗଦାନ କରିବାକୁ ଆମେ ଆଶାବାଦୀ ।”
ବ୍ଲୁ ଏନର୍ଜି ମୋଟର୍ସର ବିଦ୍ୟୁତ ଯାନ ଓ ନୂଆ ଶକ୍ତି ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆନନ୍ଦ ମିମାନି କହିଛନ୍ତି, “ଭାରତ କମ୍ କାର୍ବନ ନିର୍ଗମନ ଥିବା ଭବିଷ୍ୟତ ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ବେଳେ ମାଲ ପରିବହନରୁ ହେଉଥିବା ନିର୍ଗମନ ହ୍ରାସ କରିବା ଅତ୍ୟନ୍ତ ଜରୁରୀ । ବିଦ୍ୟୁତଚାଳିତ ଭାରୀ ଟ୍ରକ୍ଗୁଡ଼ିକ ବାଣିଜ୍ୟିକ ପରିବହନ ପାଇଁ ଆବଶ୍ୟକ କାର୍ଯ୍ୟଦକ୍ଷତା, ନିର୍ଭରଯୋଗ୍ୟତା ଓ ଅର୍ଥନୈତିକ ଦକ୍ଷତା ପ୍ରଦାନ କରିବାର କ୍ଷମତା ଧୀରେଧୀରେ ପ୍ରମାଣ କରୁଛନ୍ତି । ଏହି ନିୟୋଜନ ଦର୍ଶାଉଛି ଯେ କିପରି ପରିବେଶ ଅନୁକୂଳ ଯାତାୟାତ ସମାଧାନ ଶିଳ୍ପଗୁଡ଼ିକୁ ପରିବହନଜନିତ ନିର୍ଗମନ କମାଇବା ସହ ସେମାନଙ୍କ ବ୍ୟାପକ ସ୍ଥାୟୀତ୍ୱ ଲକ୍ଷ୍ୟ ହାସଲରେ ସହାୟତା କରିପାରିବ ।”
ଭାରତର ପ୍ରମୁଖ ପରିବେଶ ଅନୁକୂଳ ଟ୍ରକ୍ ବ୍ରାଣ୍ଡ ଭାବେ ବ୍ଲୁ ଏନର୍ଜି ମୋଟର୍ସ ବିଦ୍ୟୁତଚାଳିତ ଏବଂ ତରଳ ପ୍ରାକୃତିକ ବାଷ୍ପଚାଳିତ ଭାରୀ ଟ୍ରକ୍ର ବିସ୍ତୃତ ପରିସର ମାଧ୍ୟମରେ ସ୍ଥାୟୀ ମାଲ ପରିବହନ ବ୍ୟବସ୍ଥା ଦିଗରେ ପରିବର୍ତନକୁ ଆଗେଇ ନେଉଛି । ଭାରତର ପ୍ରମୁଖ ମାଲ ପରିବହନ ପଥଗୁଡ଼ିକରେ କମ୍ପାନିର ୧,୪୦୦ରୁ ଅଧିକ ପରିବେଶ ଅନୁକୂଳ ଭାରୀ ଟ୍ରକ୍ ଚାଲୁଛି । ଏଗୁଡ଼ିକ ମିଳିତ ଭାବେ ୧୨.୨ କୋଟିରୁ ଅଧିକ ପରିବେଶ ଅନୁକୂଳ କିଲୋମିଟର ଯାତ୍ରା କରିଥିବା ବେଳେ ୩୩,୦୦୦ ଟନ୍ରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସରେ ସହାୟତା କରିଛନ୍ତି । ଏହି ପରିମାଣ ପ୍ରାୟ ୧୩ ଲକ୍ଷ ଗଛ ଦ୍ୱାରା ଶୋଷିତ କାର୍ବନ ସହ ସମାନ ।
ଭାରତର ଶିଳ୍ପ କ୍ଷେତ୍ରଗୁଡ଼ିକ କମ୍ କାର୍ବନ ନିର୍ଗମନ ଥିବା କାର୍ଯ୍ୟପ୍ରଣାଳୀ ଦିଗରେ ଆଗକୁ ବଢୁଥିବା ବେଳେ, ଏଭଳି ପଦକ୍ଷେପ ଲଜିଷ୍ଟିକ୍ସଜନିତ ନିର୍ଗମନ ହ୍ରାସ ଏବଂ ଅଧିକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଗଠନରେ ବିଦ୍ୟୁତଚାଳିତ ଭାରୀ ମାଲ ପରିବହନର ବଢୁଥିବା ଭୂମିକାକୁ ପ୍ରଦର୍ଶିତ କରୁଛି । ପରୋକ୍ଷ ନିର୍ଗମନ ହ୍ରାସ ଉପରେ ବଢୁଥିବା ଗୁରୁତ୍ୱ ମଧ୍ୟରେ, ବିଦ୍ୟୁତଚାଳିତ ମାଲ ପରିବହନ ବ୍ୟବସ୍ଥା ଭବିଷ୍ୟତ ପାଇଁ ଅଧିକ ପରିବେଶ ଅନୁକୂଳ, ସୁଦୃଢ଼ ଓ ପ୍ରସ୍ତୁତ ଯୋଗାଣ ଶୃଙ୍ଖଳ ଗଠନରେ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଅଧିକ ସହାୟତା କରିବ ବୋଲି ଆଶା କରାଯାଉଛି ।
