ବାଲିଯାତ୍ରାରେ ଉଦ୍ଘାଟିତ ହେଲା ଟିପିସିଓଡିଏଲ୍ ଷ୍ଟଲ୍: ସୌର ଶକ୍ତି ଓ ଡିଜିଟାଲ ସେବା ନେଇ ସଚେତନତା

କଟକ,୨୪ ନଭେମ୍ବର: ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ ସହ ଟିପିସିଓଡିଏଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଷ୍ଟଲ୍ ଉଦ୍ଘାଟିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଷ୍ଟଲ୍ ମାଧ୍ୟମରେ ଜନସାଧାରଣଙ୍କୁ ନବୀକରଣୀୟ ଶକ୍ତି ଓ ଡିଜିଟାଲଲ୍ ସେବା ସମ୍ପର୍କରେ ସଚେତନ କରାଯାଉଛି ।
ଏହି ଷ୍ଟଲ୍ରେ ମୁଖ୍ୟତଃ \”ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା\’ର ରୁଫ୍ଟପ୍ ସୋଲାର୍ ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍ଏ) ମଡେଲ୍କୁ ପ୍ରଦର୍ଶିତ କରାଯାଇଛି । ଉପଭୋକ୍ତାମାନେ କିଭଳି ସହଜରେ ନିଜ ଘର ଛାତ ଉପରେ ରୁଫ୍ଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରିପାରିବେ, ସେ ନେଇ କମ୍ପାନୀ ପ୍ରତିନିଧିମାନେ ପରିଦର୍ଶକଙ୍କୁ ମାର୍ଗଦର୍ଶନ କରୁଛନ୍ତି । ସୌର ଶକ୍ତିର ଆର୍ôଥକ ଓ ପରିବେଶଗତ ଲାଭ ବିଷୟରେ ବୁଝାଇବା ସହ ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ ସିଧାସଳଖ କ୍ୟାମ୍ପରେ ଆବେଦନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ।
ସୌର ଶକ୍ତି ବ୍ୟତୀତ ଡିଜିଟାଲ ପେମେଣ୍ଟ, ସେଲଫ୍ ମିଟର୍ ରିଡିଙ୍ଗ ଇ-ବିଲ୍ ବ୍ୟବହାର, \”ମାଇଁ ଟାଟା ପାୱାର ପ୍ଲସ୍\’ (ଗଚ୍ଚ ଞବଗ୍ଧବ ଚକ୍ଟଙ୍ଗରକ୍ସ ଚକ୍ଷଙ୍କଗ୍ଦ) ଆପ୍ର ଉପଯୋଗିତା ଏବଂ ବିଦ୍ୟୁତ୍ ଚୋରି (ପାୱାର ଥେପ୍ଟ) ରୋକିବା ଦିଗରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି । ଏହା ସହିତ ୧୩୦ ଏକର ବିସ୍ତୃତ ବାଲିଯାତ୍ରା ପଡ଼ିଆରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ବିଭିନ୍ନ ବିଭାଗର ମୁଖ୍ୟ, ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।
