ଓଡ଼ିଶାରେ ଗୋଟିଏ ବର୍ଷରେ ଅତିକ୍ରମ କଲା ୧ ଲକ୍ଷ ୟୁଏଲ୍ଏ ରୁଫଟପ୍ ସୋଲାର ସ୍ଥାପନ; ମୋଟ ସ୍ଥାପନ ସଂଖ୍ୟା ୨ ଲକ୍ଷ ଟପିଲା

ପିଏମ୍ ସୂର୍ଯ୍ୟ ଘର ଯୋଜନା ସଚେତନତାରେ ଓଡ଼ିଶା ଡିସ୍କମ୍ଗୁଡ଼ିକର ସକ୍ରିୟ ଭୂମିକା ଭୁବନେଶ୍ୱର: ଓଡ଼ିଶା ତା’ର ରୁଫଟପ୍ ସୋଲାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି, ଯେଉଁଥିରେ ଗୋଟିଏ ବର୍ଷ ମଧ୍ୟରେ ୟୁଏଲ୍ଏ ଆପ୍ରୋଚ୍ ଅଧୀନରେ ୧ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନ ସମ୍ପୂର୍ଣ୍ଣ ହୋଇଛି । ଏହି ସଫଳତା ରାଜ୍ୟର ବ୍ୟାପକ ରୁଫଟପ୍ ସୋଲାର ଅଭିବୃଦ୍ଧିରେ ଯୋଗଦାନ କରିଛି, ଯାହା ଫଳରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାରେ ମୋଟ ରୁଫଟପ୍ ସୋଲାର ସ୍ଥାପନ ସଂଖ୍ୟା ଏବେ ୨ ଲକ୍ଷରୁ ଅଧିକ ହୋଇପାରିଛି ।
ଏହି ସଫଳତା ରାଜ୍ୟରେ ଘରୋଇ ସୋଲାର ବ୍ୟବହାର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ସୂଚାଉଛି । ଗୋଟିଏ ବର୍ଷ ପୂର୍ବେ ରାଜ୍ୟରେ ପ୍ରାୟ ୧୫,୦୦୦ ରୁଫଟପ୍ ସୋଲାର ସ୍ଥାପନରୁ ବର୍ତ୍ତମାନର ଅଭିବୃଦ୍ଧି ତୁଳନାତ୍ମକ ଭାବେ ଦ୍ରୁତ ଗତିରେ ଏହାର ବିସ୍ତାର କରିଛି । ଏହା କିପରି ଆର୍ôଥକ ସହାୟତା, ଲକ୍ଷ୍ୟଭିତ୍ତିକ ଗ୍ରାହକ ସଚେତନତା, ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍) ଗୁଡ଼ିକର ସକ୍ରିୟ ଭାଗିଦାରୀ ବ୍ୟାପକ ସ୍ତରରେ ଘରୋଇ ଉପଭୋକ୍ତାଙ୍କ ନିକଟରେ ରୁଫଟପ୍ ସୋଲାର ପହଞ୍ଚାଇବାରେ ସାହାଯ୍ୟ କରିପାରିବ ତାହାକୁ ଦର୍ଶାଉଛି । ଫେବୃଆରୀ ୨୦୨୪ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା \’ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ର ମୂଳ ଲକ୍ଷ୍ୟ ହେଉଛି ଦେଶର ଏକ କୋଟି ପରିବାରକୁ ରୁଫଟପ୍ ସୋଲାର ସୁବିଧା ଯୋଗାଇଦେବା । କେନ୍ଦ୍ରୀୟ ଆର୍ôଥକ ସହାୟତା ସୋଲାର ସ୍ଥାପନର ପ୍ରାରମ୍ଭିକ ଖର୍ଚ୍ଚ କମାଇବାରେ ସାହାଯ୍ୟ କରିଥିବା ବେଳେ ଓଡ଼ିଶାର ରାଜ୍ୟସ୍ତରୀୟ ସହାୟତା ଉପଭୋକ୍ତାଙ୍କ ପାଇଁ ଏହାକୁ ଆହୁରି ସୁବିଧାଜନକ କରିଛି । ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକ କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହାୟତା ବାବଦରେ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରିବେ ।
ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ୟୁଏଲ୍ଏ ସ୍ଥାପନ ହାସଲ କରିବା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ୟୁଏଲ୍ଏ ଆପ୍ରୋଚ୍ ରୁଫଟପ୍ ସୋଲାରକୁ କେବଳ ବ୍ୟକ୍ତିଗତ ଘରୋଇ ବ୍ୟବହାର ମଧ୍ୟରେ ସୀମିତ ନରଖି ଗୋଷ୍ଠୀ (କମ୍ୟୁନିଟି) ସ୍ତରରେ ଆପଣେଇବାକୁ ସକ୍ଷମ କରୁଛି । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ଗ୍ରାମର ଏକାଧିକ ଯୋଗ୍ୟ ପରିବାରକୁ ଏହି କାର୍ଯ୍ୟକ୍ରମ ଅଧୀନକୁ ଆଣି, ଏହି ପଦ୍ଧତି ମାଧ୍ୟମରେ ରୁଫଟପ୍ ସୋଲାର ପ୍ରତି ଅଧିକ ସଚେତନତା, ସଠିକ ସୂଚନା ମାଧ୍ୟମରେ ଆସ୍ଥା ସୃଷ୍ଟି କରିବାରେ ସଫଳ ହୋଇପାରୁଛି । ତେବେ ମୂଲ୍ୟ ସୁଲଭତା ଏହାକୁ ଆପଣେଇବା ପ୍ରକ୍ରିୟାର ଗୋଟିଏ ଅଂଶ ହୋଇଥିବାବେଳେ, ଏହି ଯୋଜନାର ବାସ୍ତବ ରୂପାୟନ କରିବା ପାଇଁ ସଚେତନତା, ଉପଲବ୍ଧତା, ଉପଭୋକ୍ତା ଆସ୍ଥା ଭାଜନ ସହ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟକାରିତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ \”ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା\’ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ଆପଣେଇବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଗ୍ରୀଡ୍ ସଂଯୋଗୀକରଣରେ ସୁବିଧା ଯୋଗାଇବା ବ୍ୟତୀତ, ଡିସକମ୍ ଗୁଡ଼ିକ ସଚେତନତା ଶିବିର, ଆଉଟରିଚ୍ କାର୍ଯ୍ୟକ୍ରମ ଏବଂ କ୍ଷେତ୍ରସ୍ତରୀୟ ପ୍ରୟାସ ମାଧ୍ୟମରେ ଉପଭୋକ୍ତାଙ୍କୁ ଏହି ଯୋଜନା, ସବସିଡି, ଯୋଗ୍ୟତା ଏବଂ ସ୍ଥାପନ ପ୍ରକ୍ରିୟା ବିଷୟରେ ବୁଝିବାରେ ସାହାଯ୍ୟ କରାଯାଇପାରିଛି ।
‘ସୋଲାର ରଥ’ ପଦକ୍ଷେପ ଏହି ଉପଭୋକ୍ତା-କେନ୍ଦ୍ରିକ ଆଭିମୁଖ୍ୟର ଏକ ଉଦାହରଣ । ରଥଯାତ୍ରା ସମୟରେ, ଡିସକମ୍ ଗୁଡ଼ିକ ରୁଫଟପ୍ ସୋଲାରର ସନ୍ଦେଶ ସିଧାସଳଖ ନାଗରିକମାନଙ୍କ ନିକଟରେ ପହଞ୍ଚାଇଥିଲେ । ଓଡ଼ିଶାର ଏହି ଅନ୍ୟତମ ବୃହତ୍ ସାର୍ବଜନୀନ ଉତ୍ସବକୁ ବ୍ୟବହାର କରି \”ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର\’ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ଯୋଜନା ସମ୍ପର୍କିତ ସୂଚନାକୁ ଅଧିକ ସହଜଲଭ୍ୟ କରାଯାଇଥିଲା ।
ଏହି ଆଭିମୁଖ୍ୟ ବିତରଣ ସଂସ୍ଥା (ୟୁଟିଲିଟି) ଗୁଡ଼ିକର ଭୂମିକାରେ ଏକ ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି—ଯାହା କେବଳ ରୁଫଟପ୍ ସଂଯୋଗ ଯୋଗାଇବାରେ ସୀମିତ ନରହି, ଉପଭୋକ୍ତାଙ୍କୁ ସୌର ଶକ୍ତି ଆପଣେଇବାରେ ସକ୍ରିୟ ଭାବରେ ସହାୟତା କରୁଛି ।
ୟୁଏଲ୍ଏ ଆପ୍ରୋଚର ପ୍ରଭାବ ଗୋଷ୍ଠୀ ସ୍ତରରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ । ଗଞ୍ଜାମ ଜିଲ୍ଲାର ମାଟିଖାଲ ଗ୍ରାମରେ \”ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା\’ ଅନ୍ତର୍ଗତ ୟୁଏଲ୍ଏ ଆପ୍ରୋଚ୍ ମାଧ୍ୟମରେ ପ୍ରାୟ ୨୦୦ ଯୋଗ୍ୟ ପରିବାରକୁ ରୁଫଟପ୍ ସୋଲାର ଅଧୀନକୁ ଅଣାଯାଇଛି, ଯାହା ଏହାକୁ ଏକ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମରେ ପରିଣତ କରିଛି ।
ଏହିପରି ପଦକ୍ଷେପଗୁଡ଼ିକ ଉପଭୋକ୍ତା ଓ ଗ୍ରାହକ ସମୁହଙ୍କ ମଧ୍ୟରେ ରୁଫଟପ୍ ସୋଲାରକୁ ଅଧିକ ଦୃଶ୍ୟମାନ ଏବଂ ପରିଚିତ କରିବାରେ ସାହାଯ୍ୟ କରିପାରିବ । ଯେତେବେଳେ ପରିବାରଗୁଡ଼ିକ ପଡ଼ୋଶୀ ପରିବାରମାନଙ୍କୁ ଏହି ପ୍ରଯୁକ୍ତିବିଦ୍ୟା ଆପଣାଉଥିବାର ଦେଖନ୍ତି, ଏହାର ସୁଫଳ ଏବଂ ସ୍ଥାପନ ପ୍ରକ୍ରିୟା ବିଷୟରେ ସଚେତନତା ବୃଦ୍ଧି ପାଏ, ଯାହା ବ୍ୟକ୍ତିଗତ ପରିବାରରୁ ବ୍ୟାପକ ଗୋଷ୍ଠୀଗତ ଭାଗିଦାରୀ ଦିଗକୁ ଗତି କରିବାର ସମ୍ଭାବନା ସୃଷ୍ଟି କରେ ।
ଓଡ଼ିଶାର ଏହି ଦ୍ରୁତ ଅଭିବୃଦ୍ଧିକୁ କେନ୍ଦ୍ର ଓ ରାଜ୍ୟ ସରକାର, ନିୟାମକ ସଂସ୍ଥା, ଜିଲ୍ଲା ପ୍ରଶାସନ, ଡିସକମ୍ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ନେଇ ଗଠିତ ଏକ ସମନ୍ୱିତ ବ୍ୟବସ୍ଥା (ଇକୋସିଷ୍ଟମ୍) ସାହାଯ୍ୟ କରିଛି । ଜାତୀୟ ଯୋଜନା ଢାଞ୍ଚା ଏବଂ ଆର୍ôଥକ ସହାୟତା ଯୋଗାଇ ଦେଇଥିବା ବେଳେ, ରାଜ୍ୟସ୍ତରୀୟ ପ୍ରୋତ୍ସାହନ ଏବଂ ଏକ ଅନୁକୂଳ ନୀତିଗତ ପରିବେଶ ଉପଭୋକ୍ତାଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିଛି । ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ତରକୁ ନେବାରେ ସାହାଯ୍ୟ କରିଛନ୍ତି, ଯେତେବେଳେ କି ଟାଟା ପାୱାର ନେତୃତ୍ୱାଧୀନ ବିତରଣ କମ୍ପାନୀଗୁଡ଼ିକ ଉପଭୋକ୍ତା ସଚେତନତା ଏବଂ ଶେଷ ମାଇଲ୍ ସଂଯୋଗୀକରଣକୁ ସହାୟତା କରିଛନ୍ତି ।
ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ୟୁଏଲ୍ଏ ସ୍ଥାପନ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ରାଜ୍ୟରେ ୨ ଲକ୍ଷରୁ ଅଧିକ ମୋଟ ରୁଫଟପ୍ ସୋଲାର ସ୍ଥାପନ, ଓଡ଼ିଶାରେ ରୁଫଟପ୍ ସୋଲାର ଆପଣେଇବାର ଦ୍ରୁତ ଗତିକୁ ଦର୍ଶାଉଛି ।
ଭାରତର ବ୍ୟାପକ ରୁଫଟପ୍ ସୋଲାର ଲକ୍ଷ୍ୟ ପାଇଁ, ଓଡ଼ିଶାର ଅଭିଜ୍ଞତା ଆର୍ôଥକ ପ୍ରୋତ୍ସାହନ ସହିତ ନିରନ୍ତର ଉପଭୋକ୍ତା ସଚେତନତା, ସ୍ଥାନୀୟ ଭାଗିଦାରୀ ଏବଂ ବିତରଣ ସଂସ୍ଥାଗୁଡ଼ିକର ସକ୍ରିୟ ସଂଯୋଗର ଗୁରୁତ୍ୱକୁ ଦର୍ଶାଉଛି । ବିଶେଷ କରି ୟୁଏଲ୍ଏ ଆପ୍ରୋଚ୍ ଦର୍ଶାଉଛି ଯେ, କିପରି ଏକ ଗୋଷ୍ଠୀ-କେନ୍ଦ୍ରିକ ମଡେଲ୍ ରୁଫଟପ୍ ସୋଲାରକୁ ବ୍ୟକ୍ତିଗତ ବ୍ୟବହାରକାରୀଙ୍କଠାରୁ ଆଗକୁ ନେଇ ପଡ଼ୋଶୀ ଗ୍ରାମଗୁଡ଼ିକରେ ପହଞ୍ଚାଇବାରେ ସାହାଯ୍ୟ କରିପାରିବ ।
ସମନ୍ୱିତ କାର୍ଯ୍ୟକାରିତା, ଉପଭୋକ୍ତା ସଚେତନତା ଏବଂ ଗୋଷ୍ଠୀ-କେନ୍ଦ୍ରିକ ଆପଣେଇବା କିପରି ଏକ ନୀତିଗତ କାର୍ଯ୍ୟକ୍ରମରୁ ରୁଫଟପ୍ ସୋଲାରର ବୃହତ୍ ସ୍ତରର ଘରୋଇ ବ୍ୟବହାର ରୂପାନ୍ତରଣକୁ ତ୍ୱରାନ୍ୱିତ କରିପାରିବ, ଓଡ଼ିଶାର ଏହି ଯାତ୍ରା ତାହା ଦର୍ଶାଉଛି ।
