କ୍ୟୁ୧ ଆର୍ଥିକ ବର୍ଷ ୨୭ରେ ରେକର୍ଡ ପ୍ରଦର୍ଶନ ପରେ ବେଦାନ୍ତ ଆଲୁମିନିୟମ ପ୍ରତି ବ୍ରୋକରେଜ୍‌ସଂସ୍ଥାମାନଙ୍କର ଆସ୍ଥା ବଢିଛି

0
1698036583-3134

ଆର୍ଥିକ

ଭୁବନେଶ୍ୱର ୫ ଅଗଷ୍ଟ ୨୦୨୬: କ୍ୟୁ୧ ଆର୍ôଥକ ବର୍ଷ ୨୭ରେ ରେକର୍ଡ ପ୍ରଦର୍ଶନ ପରେ ବେଦାନ୍ତ ଆଲୁମିନିୟମ ମେଟାଲ୍‌ ଲିମିଟେଡ୍ (ଏନ୍‌ଏସଇ:ଭିଏଏମଏଲ) ପ୍ରତି ପ୍ରମୁଖ ଦେଶୀ ଏବଂ ବିଶ୍ୱସ୍ତରୀୟ ବ୍ରୋକରେଜ୍ ସଂସ୍ଥାମାନେ ଦୃଢ଼ ଆସ୍ଥା ପ୍ରକାଶ କରିଛନ୍ତି । ବିଭିନ୍ନ ବ୍ରୋକରେଜ୍ ସଂସ୍ଥା କମ୍ପାନୀର ଶେୟାର ପାଇଁ ଟ.୫୨୦ରୁ ଟ.୬୦୦ ପର୍ଯ୍ୟନ୍ତ ଟାର୍ଗେଟ୍ ମୂଲ୍ୟ ନିର୍ଦ୍ଧାରଣ କରି ‘ବାଏ’ ରେଟିଂ ପୁନଃବ୍ୟକ୍ତ କରିଛନ୍ତି । ବର୍ତମାନର ବଜାର ମୂଲ୍ୟ ପ୍ରାୟ ଟ.୪୪୫- ଟ.୪୫୭ ତୁଳନାରେ ଏହା ୧୭%ରୁ ୩୫% ପର୍ଯ୍ୟନ୍ତ ସମ୍ଭାବ୍ୟ ବୃଦ୍ଧିକୁ ସୂଚିତ କରୁଛି । ବିଶ୍ଳେଷକମାନଙ୍କ ମତରେ, ବେଦାନ୍ତ ଆଲୁମିନିୟମର ପରବର୍ତୀ ମୂଲ୍ୟ ସୃଷ୍ଟିର ପର୍ଯ୍ୟାୟ କେବଳ କମୋଡିଟି ମୂଲ୍ୟ ଉପରେ ନିର୍ଭରଶୀଳ ରହିବ ନାହିଁ । ବରଂ ଉତ୍ପାଦନ କ୍ଷମତା ବୃଦ୍ଧି, ବ୍ୟାକୱାର୍ଡ ଇଂଟିଗ୍ରେସନ୍‌, ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦର ଅଂଶ ବୃଦ୍ଧି, ଋଣ ହ୍ରାସ ଏବଂ ଶକ୍ତିଶାଳୀ ଫ୍ରି କ୍ୟାଶ୍ ଫ୍ଲୋ ଏହାର ପ୍ରମୁଖ ଚାଳିକା ଶକ୍ତି ହେବ ।

ସେମାନଙ୍କ ମତରେ, କମ୍ପାନୀର ରେକର୍ଡ ଅପରେଟିଂ ପ୍ରଦର୍ଶନ, ଖର୍ଚ୍ଚ ନିୟନ୍ତ୍ରଣରେ ନେତୃତ୍ୱ, ବାଲକୋ ସମ୍ପ୍ରସାରଣ, କ୍ୟାପ୍ଟିଭ୍ ବକ୍ସାଇଟ୍ ଓ କୋଇଲା ଖଣି ସମନ୍ୱୟ ଏବଂ ସୁଦୃଢ଼ ବାଲାନ୍ସ ସିଟ୍ କମ୍ପାନୀକୁ ଦୀର୍ଘମିଆଦୀ ଆୟ ଓ ମାର୍ଜିନ୍ ବୃଦ୍ଧିର ପଥରେ ଆଗେଇ ନେବ । ସବୁଠାରୁ ଆଶାବାଦୀ ସଂସ୍ଥାମାନଙ୍କ ମଧ୍ୟରୁ ଆଇସିଆଇସିଆଇ ଡାଇରେକ୍ଟ ଟ.୬୦୦ ଟାର୍ଗେଟ୍ ମୂଲ୍ୟ ନିର୍ଦ୍ଧାରଣ କରିଛି, ଯାହା ପ୍ରାୟ ୩୫% ସମ୍ଭାବ୍ୟ ବୃଦ୍ଧିକୁ ସୂଚାଉଛି । ସଂସ୍ଥାର ମତରେ, ଭାରତରେ ଆଲୁମିନିୟମର ଦୀର୍ଘମିଆଦୀ ଚାହିଦା ବୃଦ୍ଧିରୁ ବେଦାନ୍ତ ଆଲୁମିନିୟମ ବ୍ୟାପକ ଲାଭ ପାଇବ । ଉତ୍ପାଦନ କ୍ଷମତା ବୃଦ୍ଧି, ଭାଲ୍ୟୁ-ଆଡେଡ୍ ଉତ୍ପାଦ ଏବଂ ଲାଭଦାୟକତାର ସୁଧାର କମ୍ପାନୀର ଭବିଷ୍ୟତ ଆୟ ବୃଦ୍ଧିକୁ ଶକ୍ତିଶାଳୀ କରିବ । ସଂସ୍ଥା ବେଦାନ୍ତ ଆଲୁମିନିୟମକୁ \”ହିଡେନ୍ ଜେମ୍‌\’ ବୋଲି ବର୍ଣ୍ଣନା କରିଛି । କୋଟାକ ଇନଷ୍ଟିଚୁନାଲ ଇକ୍ୟୁଟିଜ ମଧ୍ୟ ଟ.୫୮୫ ଟାର୍ଗେଟ୍ ମୂଲ୍ୟ ସହିତ ‘ବାଏ’ ରେଟିଂ ଦେଇଛି । କୋଟାକର ମତରେ, ଅନୁକୂଳ ଆଲୁମିନିୟମ ବଜାର ପରିସ୍ଥିତି, ବ୍ୟାକୱାର୍ଡ ଇଂଟିଗ୍ରେସନ୍ କୌଶଳ ଏବଂ ସମ୍ପ୍ରସାରଣ ଯୋଜନା କମ୍ପାନୀକୁ ଶକ୍ତିଶାଳୀ ମାର୍ଜିନ୍ ଓ ଫ୍ରି କ୍ୟାଶ୍ ଫ୍ଲୋ ହାସଲ କରିବାରେ ସହାୟକ ହେବ । ନୂଭାମା ଇନଷ୍ଟିଚ୍ୟୁଟନାଲ ଇକ୍ୟୁଇଟିଜ ଟ.୫୪୦ ଟାର୍ଗେଟ୍ ମୂଲ୍ୟ ସହିତ ‘ବାଏ’ ରେଟିଂ ବଜାୟ ରଖିଛି । ସଂସ୍ଥା କହିଛି: \”ବେଦାନ୍ତ ଆଲୁମିନିୟମ ଉତ୍ପାଦନ ପରିମାଣ ବୃଦ୍ଧି, ବ୍ୟାକୱାର୍ଡ ଇଂଟିଗ୍ରେସନ୍ ମାଧ୍ୟମରେ ଖର୍ଚ୍ଚ ହ୍ରାସ ଏବଂ ଭାଲ୍ୟୁ-ଆଡେଡ୍‌ ଉତ୍ପାଦର ଅଂଶ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି । ଏହି ପଦକ୍ଷେପଗୁଡ଼ିକ ଇବିଆଇଟିଡିଏ କ୍ୟାଶ୍ ଫ୍ଲୋ ଓ ଆୟର ସ୍ଥିରତାକୁ ଆହୁରି ସୁଦୃଢ଼ କରିବ ।\’ ମୋତିଲାଲ ଓସ୍ୱାଲ ଫାଇନାନସିଆଲ ମଧ୍ୟ ଟ.୫୪୦ ଟାର୍ଗେଟ୍ ମୂଲ୍ୟ ସହିତ ‘ବାଏ’ ରେଟିଂ ଦେଇ କହିଛି: \”ବେଦାନ୍ତ ଆଲୁମିନିୟମ କ୍ୟୁ୧ ଆର୍ôଥକବର୍ଷ ୨୭ରେ ରେ ରେକର୍ଡ ଟ.୧୦୫ ବିଲିୟନ ଇବିଆଇଟିଡିଏ ହାସଲ କରିଛି । ଦୃଢ଼ ଆଲୁମିନିୟମ ମୂଲ୍ୟ ଏବଂ ନିରନ୍ତର ଖର୍ଚ୍ଚ ନିୟନ୍ତ୍ରଣ ଏହାକୁ ସମ୍ଭବ କରିଛି । କ୍ୟାପ୍ଟିଭ୍ ଆଲୁମିନା ସମନ୍ୱୟ, କ୍ୟାପ୍ଟିଭ୍ ବକ୍ସାଇଟ୍ ଓ କୋଇଲା ଖଣି ଆରମ୍ଭ ଏବଂ ବାଲକୋ ସମ୍ପ୍ରସାରଣ ଆଗାମୀ ଦିନରେ ମାର୍ଜିନ୍ ବୃଦ୍ଧି କରିବ ।

\’
ବିଶ୍ୱସ୍ତରୀୟ ବ୍ରୋକରେଜ୍ ସିଟି ଟ.୫୨୫ ଟାର୍ଗେଟ୍ ମୂଲ୍ୟ ସହିତ ‘ବାଏ’ ରେଟିଂ ବଜାୟ ରଖିଛି । ସଂସ୍ଥାର ମତରେ, ବାଲକୋ ସମ୍ପ୍ରସାରଣ, ଡି-ବଟଲନେକିଂ ପ୍ରକଳ୍ପ, କ୍ୟାପ୍ଟିଭ୍ ଆଲୁମିନା ଏବଂ ବ୍ୟାକୱାର୍ଡ ଇଂଟିଗ୍ରେସନ୍ କମ୍ପାନୀର ଆୟକୁ ଶକ୍ତିଶାଳୀ କରିବ । ସିଟିର ଆକଳନ ଅନୁଯାୟୀ ଆର୍ôଥକ ବର୍ଷ ୨୮ ସୁଦ୍ଧା କମ୍ପାନୀ ନେଟ୍ କ୍ୟାଶ୍ ସ୍ଥିତିରେ ପହଂଚିପାରେ, ଯାହା କମ୍ପାନୀର ଋଣ ହ୍ରାସ ଏବଂ ନଗଦ ସୃଷ୍ଟି କ୍ଷମତା ଉପରେ ସେମାନଙ୍କର ବିଶ୍ୱାସକୁ ପ୍ରତିଫଳିତ କରେ । ଏମକେ ଗ୍ଲୋବାଲ ଟ.୫୫୦ ଟାର୍ଗେଟ୍ ମୂଲ୍ୟ ସହିତ ‘ବାଏ’ ରେଟିଂ ପୁନର୍ବ୍ୟକ୍ତ କରି କହିଛି: \”ମଧ୍ୟମ ଅବଧିରେ ଆଲୁମିନିୟମ କ୍ଷେତ୍ରର ସମ୍ଭାବନା ସକାରାତ୍ମକ ରହିଛି । ବକ୍ସାଇଟ୍‌, ଆଲୁମିନା, କୋଇଲା ଏବଂ ବିଦ୍ୟୁତ କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମର ବ୍ୟାକୱାର୍ଡ ଇଣ୍ଟିଗ୍ରେସନ୍ ଉତ୍ପାଦନ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ, ଅପରେଟିଂ ଲିଭରେଜ୍ ଓ ଫ୍ରି କ୍ୟାଶ୍ ଫ୍ଲୋକୁ ସୁଦୃଢ଼ କରିବ ଏବଂ କମ୍ପାନୀକୁ ବିଶ୍ୱର ସର୍ବନିମ୍ନ ଖର୍ଚ୍ଚର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ ଉତ୍ପାଦକମାନଙ୍କ ମଧ୍ୟରେ ସ୍ଥାନ ଦେବ ।\’ଆର୍ôଥକ ବର୍ଷ ୨୭ ଫଳାଫଳ ପରେ ଏମକେ ଆହୁରି କହିଛି: \”କ୍ୟାପ୍ଟିଭ୍ ଆଲୁମିନା ସମନ୍ୱୟ, ବକ୍ସାଇଟ୍ ଓ କୋଇଲା ଖଣି ଆରମ୍ଭ ଏବଂ ବାଲ୍କୋ ସମ୍ପ୍ରସାରଣ ମାଧ୍ୟମରେ ଖର୍ଚ୍ଚ ହ୍ରାସର ଦୀର୍ଘମିଆଦୀ କାହାଣୀ ଅକ୍ଷୁଣ୍ଣ ରହିଛି, ଯାହା ମାର୍ଜିନ୍ ବୃଦ୍ଧିକୁ ତ୍ୱରାନ୍ୱିତ କରିବ ।’


\”ଗଭୀର ବ୍ୟାକୱାର୍ଡ ଇଂଟିଗ୍ରେସନ୍‌, ଗଠନମୂଳକ ଭାବେ କମ୍ ଉତ୍ପାଦନ ଖର୍ଚ୍ଚ ଏବଂ ଶକ୍ତିଶାଳୀ ଫ୍ରି କ୍ୟାଶ୍ ଫ୍ଲୋରୁ ମିଳିବାକୁ ଥିବା ଆୟ ସମ୍ଭାବନାକୁ ବଜାର ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ ମୂଲ୍ୟାୟନ କରିନାହିଁ ।\’ ସମସ୍ତ ପ୍ରମୁଖ ବ୍ରୋକରେଜ୍ ସଂସ୍ଥାଙ୍କ ବିଶ୍ଳେଷଣରେ କିଛି ସାଧାରଣ ବିଷୟ ସ୍ପଷ୍ଟ ହୋଇଛି ରେକର୍ଡ ତ୍ରୈମାସିକ ରାଜସ୍ୱ ଓ ଲାଭ
ମାର୍ଜିନ୍‌, ଖର୍ଚ୍ଚ ନିୟନ୍ତ୍ରଣ ଯୋଗୁଁ ପ୍ରତି ଟନ୍ ମାର୍ଜିନ୍ର ବୃଦ୍ଧି, ବାଲକୋ ସମ୍ପ୍ରସାରଣ ଏବଂ କ୍ୟାପ୍ଟିଭ୍ କଂଚାମାଲ ସମନ୍ୱୟକୁ ଆଧାର କରିଥିବା ବିଶ୍ୱସନୀୟ ମଧ୍ୟମ ଅବଧିର ବୃଦ୍ଧି ଓ ଋଣ ହ୍ରାସର କାହାଣୀ । ଟ.୫୨୦ ରୁ ଟ.୬୦୦ମଧ୍ୟରେ ଟାର୍ଗେଟ୍ ମୂଲ୍ୟ ସହିତ ସମସ୍ତ ପ୍ରମୁଖ ବ୍ରୋକରେଜ୍ ସଂସ୍ଥା ‘ବାଏ’ ରେଟିଂ ବଜାୟ ରଖିଥିବାରୁ
ବଜାରର ସ୍ପଷ୍ଟ ସନ୍ଦେଶ ହେଉଛି ବେଦାନ୍ତ ଆଲୁମିନିୟମର ଏହି ରେକର୍ଡ ତ୍ରୈମାସିକ ପ୍ରଦର୍ଶନକୁ ଶିଖର ବୋଲି ନୁହେଁ, ବରଂ ଦୀର୍ଘମିଆଦୀ ଭାବେ ଅଧିକ ଶକ୍ତିଶାଳୀ ଆୟ ଓ ବୃଦ୍ଧିର ଏକ ନୂତନ ପର୍ଯ୍ୟାୟର ଆରମ୍ଭ ବୋଲି ଦେଖାଯାଉଛି । ପ୍ରମୁଖ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଜାରି ରହିଥିବା ଏବଂ ଉତ୍ପାଦନ ଖର୍ଚ୍ଚ ଆହୁରି ହ୍ରାସ ପାଇବାର ଆଶା ଥିବାରୁ ମଧ୍ୟମ ଅବଧିରେ କମ୍ପାନୀର ଆୟ ବୃଦ୍ଧି ଶକ୍ତିଶାଳୀ ରହିବ ବୋଲି ବିଶ୍ଳେଷକମାନେ ଆକଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

You may have missed