ଜବର ଦଖଲ ଉଚ୍ଛେଦ ଅଭିଯୋଗ ଘଟଣା: ଅସାଧୁ ଜମି ମାଫିଆଙ୍କ ସ୍ୱାର୍ଥରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ଆସ୍ଥାକୁ ଏଭଳି ଭଙ୍ଗାନଯାଉ..

ବାରିପଦା, ୦୫/୧୧(ପ୍ରବାହ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଟରେ ସରକାରୀ ଜାଗାକୁ ଜବର ଦଖଲ ଓ ବେଆଇନ୍ ଗୃହ ନିର୍ମାଣ ଅଭିଯୋଗ କୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଅଭିଯୋଗ ର ସତ୍ୟାସତ୍ୟ ପରଖିବା ପାଇଁ ଆମ ପ୍ରତିନିଧି ଜବରଦଖଲ ସ୍ଥାନକୁ ଯାଇ ଦେଖିବାକୁ ପାଇଲେ ଗୋଟିଏ ପଲିଥିନ୍ ଏବଂ ଗୋଟେ ବର ଗଛ । କୌଣସି ସ୍ଥାନରେ ଗୃହ ନିର୍ମାଣ କିମ୍ବା ଅନ୍ୟ କିଛି ମରାମତି କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଙ୍କୁ ପଚାରି ବୁଝିଲେ । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭିଓସନ୍ ହୋଇଥିବା ବେଳେ ମନ୍ଦିର ସମ୍ମୁଖରେ ଥିବା ବର ଗଛ ପାଖରେ ପୁରୁଣା ଇଟା ଗୁଡ଼ିକ ପଡ଼ି ରହିଥିବା ବେଳେ ଅଭିଯୋଗ କାରୀ କହିବା ଅନୁଯାୟୀ ସେହି ସ୍ଥାନରେ ପୁନର୍ବାର ଘର ନିର୍ମାଣ କରିଥିବା ଅଭିଯୋଗ କରିଥିଲେ , କିନ୍ତୁ ଏଠାରେ ଚିତ୍ର ପୁରା ଭିନ୍ନ ଦେଖିବାକୁ ମିଳିଥିଲା । ସବୁଠାରୁ ଆଶ୍ଚ୍ଯ୍ୟଜନକ କଥା ହେଲା ଯାହାଙ୍କ ନାଁରେ ଅଭିଯୋଗ କରିଛନ୍ତି ଶ୍ରୀ ନିବାସ ପ୍ରଧାନ ଉକ୍ତ ସ୍ଥାନରେ ଅନୁପସ୍ଥିତ ଥିଲେ । ତାଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିବାରେ ତାଙ୍କ ନାମରେ ବେଆଇନ୍ ଜବର ଦାଖଲ ଏବଂ ଉକ୍ତ ସ୍ଥାନରେ ବେଆଇନ୍ ଘର ନିର୍ମାଣ ଅଭିଯୋଗ ଖବର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେଇଥିବା ଜାଣିବାକୁ ପାଇଥିଲେ ।
ଶ୍ରୀ ପ୍ରଧାନ ଏହି ଖବର କୁ ନେଇ ଅତି ମର୍ମାହତ ହେବା ସହିତ ଦୁଃଖ ର ସହିତ କାନ୍ଦି ପକାଇ ଥିଲେ । ଶ୍ରୀ ପ୍ରଧାନଙ୍କ କହିବା ଅନୁଯାୟୀ ସେ ଦଶହରା ଠାରୁ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ୍ ହେବାରୁ ଉତ୍ତମ ଚିକିତ୍ସା ପାଇଁ ବାହାରକୁ ଯାଇଥିବା ବେଳେ ଚିକିତ୍ସା ଶେଷ ହେବା ପରେ ଶରୀର ସୁସ୍ଥ ହେଲେ କିଛି ଦିନ ଭିତରେ ଘରକୁ ଫେରିବେ ବୋଲି ମନ୍ଦିର ପ୍ରତିଷ୍ଠାତା ତଥା ସ୍ଥାନୀୟ ବାସିନ୍ଦା ଶ୍ରୀ ନିବାସ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନଙ୍କ ଏପରି ସ୍ୱାସ୍ଥ୍ୟବସ୍ଥା ଥିବା ସତ୍ତ୍ୱେ ଅଭିଯୋଗ ଉପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଅଭିଯୋକାରୀ ମତେ ଭଣ୍ଡ ବାବା କହିଛନ୍ତି ସେମାନେ ପ୍ରଥମେ ମନ୍ଦିର ନାମରେ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିଲେ। ତାଙ୍କର ଏହି କାର୍ଯ୍ୟକୁ ବିରୋଧ କରିବାରେ ଏମାନେ କିଛି ଅସାଧୁ ଲୋକ ମାନଙ୍କ ସାହାଯ୍ୟରେ ମୋର ମନ୍ଦିର ୪୦ ବର୍ଷରୁ ଉର୍ଦ୍ଧ ଲୋକ ମାନଙ୍କ ଆସ୍ଥା ସହିତ ଯୋଡି ହୋଇ ରହିଥିବା ତକତପୁର ପାତାଳେଶ୍ୱର ଶିବ ମନ୍ଦିରକୁ ଭାଙ୍ଗିବା ପାଇଁ ଯୋଜନାବଦ୍ଧ ଭାବରେ ଲାଗିଛନ୍ତି । ଏହା ସହିତ ମନ୍ଦିର ଉନ୍ନତି ପାଇଁ ଯିଏ ଯାହା ସ୍ଵହସ୍ତରେ ଦାନ କରିଥାନ୍ତି ତାହା ମନ୍ଦିର ପରିଚାଳନାରେ ତଥା ଶିବରାତ୍ରି ସମୟରେ ଏହାର ବିନିଯୋଗ ହୋଇଥାଏ । ଏହା ସହିତ ମନ୍ଦିର ଉନ୍ନତି କରଣ ପାଇଁ ମୋ ନିଜର ଭବିଷ୍ୟନିଧି ପାଣ୍ଠି ମଧ୍ୟ ଖର୍ଚ୍ଚ କରିଥିବା ସେ କହିଛନ୍ତି । ବହୁତ୍ ପୁରାତନ ମନ୍ଦିର ଭାବରେ ତକତପୂର୍ ପାତାଳେଶ୍ୱର ଶିବ ମନ୍ଦିରରେ କିଛି ଭେଦ ଭାବ ନଥିବା ସହିତ ସମସ୍ତ ଙ୍କ ପାଇଁ ସମାନ ରୀତିନୀତି ରେ ପୂଜା କରାଯାଇଥାଏ। ତେଣୁ ଏହାକୁ ସ୍ଥାନୀୟ ଅଞ୍ଚଳରେ କିଛି ଅସାଧୁ ଜାଗା ମାଫିଆଙ୍କ ଏଠାରେ ମନ୍ଦିର କୁ କରାଇ ଦେବେ ନାହିଁ ବୋଲି କ୍ରୂ ଚକ୍ରାନ୍ତ କରିଥିବା ମନ୍ଦିର ପ୍ରତିଷ୍ଠାତା ଶ୍ରୀ ପ୍ରଧାନ ପ୍ରତିକ୍ରିୟାରେ କହିଚନ୍ତି।
ଅନ୍ୟ ପକ୍ଷରେ ଅଭିଯୋଗ ବାବଦରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ନେବା ଚାହିଁଥିଲୁ, ଏମାନେ କହିବା ଅନୁଯାୟୀ ମନ୍ଦିରର ପ୍ରତିଷ୍ଠାତା ତଥା ମୁଖ୍ୟ ଶ୍ରୀ ନିବାସ ପ୍ରଧାନ ଜଣେ ମିଷ୍ଟଭାଷୀ ଓ ସରଳ ଏବଂ ପରୋପକାରୀ ମଣିଷ ଟିଏ, ତାଙ୍କୁ କେଉଁ ଉଦ୍ଦେଶ୍ୟରେ ସୁ ଷଡ଼ଯନ୍ତ୍ର କରି ବିନା ପ୍ରମାଣରେ ଜଣେ ଭଦ୍ର ବ୍ୟକ୍ତି ଙ୍କୁ ” ଭଣ୍ଡ ” କହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ତଦନ୍ତ ହେଲେ ଆଗକୁ ଜଣା ପଡିବ। ତେଣୁ ଅଭିଯୋଗ କାରୀଙ୍କ ଅଭିଯୋଗ ମିଥ୍ୟା କହି କାହା ସ୍ୱାର୍ଥରେ ଲୋକ ଙ୍କ ଆସ୍ଥାକୁ
ସ୍ଥାନୀୟ ବାସିନ୍ଦା ବିନା ସମର୍ଥନରେ ବିନା ଅଜାଣତରେ ସରକାରୀ ବ୍ୟବସ୍ଥାପକ ଉପରେ ମିଛ ପ୍ରଚାର ପ୍ରସାର କରି ସରକାରୀ ଜାଗାରେ ନିଜର କିଛି ପତିଆରା କରିବା ପାଇଁ ଏମାନେ ଏଭଳି କରି ଥାଇ ପାରନ୍ତି ବୋଲି ପାଲଟା ଉତ୍ତରରେ ପ୍ରଧାନଙ୍କ ପରିବାର ଲୋକେ ମଧ୍ୟ ଅଭିଯୋଗ ଆଣିଛନ୍ତି ।
ଏହା ସହିତ ସେ ଏହା କହିଛନ୍ତି ମନ୍ଦିର କୁ ୪୦ ବର୍ଷରୁ ଉର୍ଦ୍ଧ ହେବା ସହିତ ଲୋକଙ୍କ ଭଲ ପାଇବା, ସ୍ଥାନୀୟ ଲୋକ ମାନଙ୍କ ସମର୍ଥନ ରହି ଆସିଛି ,ପୂର୍ବ ସରକାରଙ୍କ ଥିବା ସମୟରେ ନଗରପାଳ ଏବଂ ଜିଲ୍ଲାର ବିଧ୍ୟାୟକ,ମନ୍ତ୍ରୀ ଏବଂ ମହାରାଜା ଓ ମହାରାଣୀ ଏଠାକୁ ଶିବରାତ୍ରି କାର୍ଯ୍ୟକ୍ରମରେ ବିଶେଷ ଅତିଥି ହୋଇ ଆସିଛନ୍ତି ,ଏହା ସହିତ ଏହି ମନ୍ଦିରର ବିଶେଷତ୍ୱ ରହିଛି ମାନସିକ କଲେ ଫଳପ୍ରଦ ହୁଏ ତେଣୁ ବାହାରୁ ବହୁତ୍ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ପୂଜା,ମାନସିକ ଓ ବ୍ରତ ପାଳନ ପାଇଁ ଆସିଥାନ୍ତି । ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ପ୍ରଚାର ପ୍ରସାର ନିମନ୍ତେ ଲୋକଙ୍କ ସରକାର ବିଭିନ୍ନ ମନ୍ଦିର ନିମନ୍ତେ ବ୍ୟାପକ ଅର୍ଥ ଏବଂ ଜମି ଯୋଗାଇ ଦେଉଥିବା ବେଳେ ଏଠାରେ କିଛି କୃ ଚକ୍ରାନ୍ତ କରି ଲୋକଙ୍କ ସରକାରଙ୍କ ମନ୍ଦିର ଉନ୍ନତ ଯୋଜନା କୁ ଭଣ୍ଡୁର କରିବା ପାଇଁ ଏଭଳି ଅଭିଯୋଗ ଆଣିଥିବା କହିଚନ୍ତି । ସେ ଅଭିଯୋଗକାରୀ ଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି ତକତପୂର୍ ଅଞ୍ଚଳରେ ସରକାରୀ ଜାଗାକୁ ଜବର ଦଖଲ କରି ନିଜେ ମଧ୍ୟ ବେଆଇନ୍ ମନ୍ଦିର ନିର୍ମାଣ କରିଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବରେ ଯାଞ୍ଚ କରିବା ସହିତ ତାଙ୍କ ନାମରେ ବେଆଇନ୍ କୋଠା ବାଡ଼ି ଏବଂ ସରକାରୀ ଜାଗାକୁ କିଭଳି ଆତ୍ମସାତ କରୁଛନ୍ତି ତଦନ୍ତ କଲେ ଜଣା ପଡିବ ବୋଲି ଶ୍ରୀ ନିବାସଙ୍କ ପତ୍ନୀ ଅଭିଯୋଗକାରୀ ଙ୍କ ନାମରେ ପାଲଟା ଜବାବରେ ପ୍ରତିକ୍ରିୟା ରଖିଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏ ଦିଗରେ ଆଗକୁ ତଦନ୍ତ କରି କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଅଛି ।
