ଟାଟା ପାୱାର ସୋଲାରୁଫ୍ ୫ ଲକ୍ଷରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ ଅତିକ୍ରମ କଲା; ୮,୫୦୦ କୋଟି ଟଙ୍କାରୁ ଅଧିକ ସୋଲାର ଋଣ ପ୍ରଦାନରେ ସହାୟତା

0
Untitled

ଭୁବନେଶ୍ୱର, ୦୮ ସେପ୍େ‌ଟମ୍ବର, ୨୦୨୬: ଦି ଟାଟା ପାୱାର କମ୍ପାନୀ ଲିମିଟେଡର ଏକ ସହାୟକ କମ୍ପାନୀ \”ଟାଟା ପାୱାର ରିନିଉଏବଲ୍ ଏନର୍ଜି ଲିମିଟେଡ୍‌\’ (ଟିପିଆରଇଏଲ୍‌) ର ଅଂଶବିଶେଷ \”ଟାଟା ପାୱାର ସୋଲାରୁଫ୍‌\’, ସମଗ୍ର ଭାରତରେ ୫ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନର ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହା ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ବିକେନ୍ଦ୍ରୀକୃତ ଅକ୍ଷୟ ଶକ୍ତି ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କମ୍ପାନୀ (୩୧ ଜୁଲାଇ ୨୦୨୬ ସୁଦ୍ଧା) ୫,୧୯,୬୭୩ ଟି ସ୍ଥାପନ ସମ୍ପୂର୍ଣ୍ଣ କରିଛି, ଯାହା ବଜାରର ୧୪% ଅଂଶବିଶେଷ ଅଟେ ଏବଂ ୨୦୨୯ ସୁଦ୍ଧା ୩୦ ଲକ୍ଷ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି ।
ଏହି ସଫଳତା ଭାରତର ଅଗ୍ରଣୀ ରୁଫଟପ୍ ସୋଲାର ପ୍ରଦାନକାରୀ ଭାବରେ ଟାଟା ପାୱାର ସୋଲାରୁଫର ସ୍ଥିତିକୁ ଆହୁରି ମଜଭୁତ କରିଛି । କ୍ରିସିଲ୍ ଲଗାତାର ୧୨ ବର୍ଷ ଧରି ଟାଟା ପାୱାର ସୋଲାରୁଫକୁ ଭାରତର ୧ ନମ୍ବର ରୁଫଟପ୍ ସୋଲାର କମ୍ପାନୀ ଭାବରେ ସ୍ୱୀକୃତି ଦେଇଛି, ଯାହା ଏହାର ବ୍ୟାପକତା, କାର୍ଯ୍ୟକ୍ଷମତା ଏବଂ ଏହି କ୍ଷେତ୍ରରେ ନିରନ୍ତର ଉପସ୍ଥିତିକୁ ଦର୍ଶାଉଛି ।


ବିଦ୍ୟୁତ୍ ଖର୍ଚ୍ଚ କମାଇବା ଏବଂ ଶକ୍ତି କ୍ଷେତ୍ରରେ ସ୍ଥିରତା ଆଣିବା ପାଇଁ ରୁଫଟପ୍ ସୋଲାର ଏକ ଆକର୍ଷଣୀୟ ସମାଧାନ ଭାବେ ଉଭା ହେଉଥିବା ବେଳେ, ଟାଟା ପାୱାର ସୋଲାରୁଫ୍ ନିଜର ଦେଶବ୍ୟାପୀ ୭୦୦ରୁ ଅଧିକ ଚ୍ୟାନେଲ ପାର୍ଟନର ଏବଂ ୨୫୦ରୁ ଅଧିକ ଅନୁମୋଦିତ ସେବା ପାର୍ଟନରଙ୍କ ନେଟୱାର୍କ ମାଧ୍ୟମରେ ଏହାର ପହଞ୍ଚକୁ ବିସ୍ତାର କରୁଛି । ଏହି ନେଟୱାର୍କ କମ୍ପାନୀକୁ ପରାମର୍ଶ, ସିଷ୍ଟମ୍ ଡିଜାଇନ୍ ଠାରୁ ଆରମ୍ଭ କରି ସ୍ଥାପନ, କାର୍ଯ୍ୟକ୍ଷମ କରିବା ଏବଂ ବିକ୍ରୟ ପରବର୍ତ୍ତୀ ସେବା ପର୍ଯ୍ୟନ୍ତ ଗ୍ରାହକଙ୍କ ପ୍ରତ୍ୟେକଟି ପଦକ୍ଷେପରେ ସ୍ଥାନୀୟ ସହାୟତା ଯୋଗାଇବାରେ ସକ୍ଷମ କରୁଛି ।


ନିଜର ‘କ୍ୱାଲିଟି ଲାଇଫଲଙ୍ଗ୍‌’ (ଆଜୀବନ ଗୁଣବତ୍ତା) ପ୍ରତିଶ୍ରୁତି ଅଧୀନରେ, ଟାଟା ପାୱାର ସୋଲାରୁଫ୍ ଉଚ୍ଚ-କ୍ଷମତା ସମ୍ପନ୍ନ ସୋଲାର ମଡ୍ୟୁଲ୍ ସହିତ ସମ୍ପୂର୍ଣ୍ଣ ୱାରେଣ୍ଟି, ଆôର୍ଥକ ଋଣ ସୁବିଧା, ବୀମା ସୁରକ୍ଷା ଏବଂ ସେବା ସହାୟତା ପ୍ରଦାନ କରୁଛି । ଏହାର ସୋଲାର ମଡ୍ୟୁଲ୍‌ଗୁଡ଼ିକ ୨୫/୩୦ ବର୍ଷର କାର୍ଯ୍ୟକ୍ଷମତା ୱାରେଣ୍ଟି ସହିତ ଆସୁଥିବା ବେଳେ, ସମଗ୍ର ସିଷ୍ଟମ୍ ପାଇଁ ଅତି କମରେ ପାଞ୍ଚ ବର୍ଷର ୱାରେଣ୍ଟି ମିଳିଥାଏ । କମ୍ପାନୀର ସେବା ବ୍ୟବସ୍ଥାରେ ଗ୍ରାହକଙ୍କ ସେବା ଅନୁରୋଧ ଉପରେ ଦୁଇ ଘଣ୍ଟା ମଧ୍ୟରେ ପ୍ରାଥମିକ ପ୍ରତିକ୍ରିୟା ଏବଂ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ଅନ୍ତର୍ଭୁକ୍ତ, ଯାହା ବିଶ୍ୱସନୀୟତା ଏବଂ ଦୀର୍ଘକାଳୀନ ଗ୍ରାହକ ଅଭିଜ୍ଞତା ଉପରେ ଏହାର ଗୁରୁତ୍ୱକୁ ଦୃଢ଼ କରେ ।


‘ଘର ଘର ସୋଲାର’ ମାଧ୍ୟମରେ ରୁଫଟପ୍ ସୋଲାର ବ୍ୟବହାରକୁ ତ୍ୱରାନ୍ୱିତ କରିବା
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍‌ତ ବିଜଲୀ ଯୋଜନାର ଉଦ୍ଦେଶ୍ୟ ସହିତ ଯୋଡ଼ି ହୋଇ ଟାଟା ପାୱାର ସୋଲାରୁଫ୍ ନିଜର ପ୍ରମୁଖ ‘ଘର ଘର ସୋଲାର’ ଅଭିଯାନ ମାଧ୍ୟମରେ ଭାରତ ସରକାରଙ୍କ ରୁଫଟପ୍ ସୋଲାର ଲକ୍ଷ୍ୟକୁ ସମର୍ଥନ ଜାରି ରଖିଛି । ୨୦୨୪ ମସିହାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଓଡ଼ିଶା, ଉତ୍ତର ପ୍ରଦେଶ, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ବିହାର ସମେତ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତାରିତ ହୋଇଛି, ଯାହା ମିଳିତ ଭାବେ ୯୦ କୋଟିରୁ ଅଧିକ ଜନସଂଖ୍ୟାକୁ ସାମିଲ କରିଛି ।


ସଚେତନତା ଅଭିଯାନ, ସିଧାସଳଖ ଯୋଗାଯୋଗ ଏବଂ ରୁଫଟପ୍ ସୋଲାର ସମାଧାନକୁ ସହଜରେ ଉପଲବ୍ଧ କରି, ‘ଘର ଘର ସୋଲାର’ ଗ୍ରାହକମାନଙ୍କୁ ନିଜସ୍ୱ ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନର ଆôର୍ଥକ ଏବଂ ପରିବେଶଗତ ଲାଭ ବୁଝିବାରେ ସାହାଯ୍ୟ କରୁଛି । ଏହି ଅଭିଯାନ ଆôର୍ଥକ ସମାଧାନ ଏବଂ ବୃଦ୍ଧି ପାଉଥିବା ସେବା ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି ଆପଣାଇବାରେ ଥିବା ପ୍ରମୁଖ ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ଦୂର କରୁଛି । ରୁଫଟପ୍ ସୋଲାରକୁ ଆହୁରି ସହଜଲଭ୍ୟ କରିବା ପାଇଁ, ଟାଟା ପାୱାର ସୋଲାରୁଫ୍ ପ୍ରମୁଖ ବ୍ୟାଙ୍କ ଏବଂ ଏନବିଏଫସି ଗୁଡ଼ିକ ମାଧ୍ୟମରେ ଋଣ ସୁବିଧା ପ୍ରଦାନ କରୁଛି । ‘ଘର ଘର ସୋଲାର’ ମାଧ୍ୟମରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଫାଇନାନ୍ସିଂ ଯୋଜନା ଅଧୀନରେ, ଯୋଗ୍ୟ ଆବାସିକ ଗ୍ରାହକମାନେ ଶୂନ ଡାଉନ୍‌-ପେମେଣ୍ଟ (ବିନା ଅଗ୍ରୀମ ଜମା) ସୁବିଧା ସହିତ ଋଣ ପାଇପାରିବେ । ଏହା ସେହି ପରିବାରଗୁଡ଼ିକ ପାଇଁ ପ୍ରାରମ୍ଭିକ ଖର୍ଚ୍ଚର ସମସ୍ୟା ଦୂର କରିବାରେ ସାହାଯ୍ୟ କରେ, ଯେଉଁମାନେ ପିଏମ୍ ସୂର୍ଯ୍ୟ ଘର ଫାଇନାନ୍ସିଂ ନିୟମ ଅନୁସାରେ ୧୦% ଡାଉନ୍‌-ପେମେଣ୍ଟ ଦେବାକୁ ସକ୍ଷମ ହୋଇନଥାନ୍ତି ।


ବାଣିଜ୍ୟିକ ଏବଂ ଶିଳ୍ପ (ସିଆଣ୍ଡଆଇ) ଗ୍ରାହକମାନଙ୍କ ପାଇଁ, କମ୍ପାନୀ ପିଏସୟୁ ଏବଂ ଏନବିଏଫସି ସହଭାଗୀତାରେ ଅନେକ ପ୍ରକାରର ଆôର୍ଥକ ସମାଧାନ ପ୍ରଦାନ କରୁଛି । ଏଥିରେ ‘ସନ୍‌ସ୍ମାର୍ଟ ଫ୍ଲେକ୍ସି ଇଏମଆଇ ସ୍କିମ୍‌’ ଅନ୍ତର୍ଭୁକ୍ତ – ଯାହା ଏକ ‘ପେ ଆଜ୍ ୟୁ ସେଭ୍‌’ ମଡେଲ୍‌, ଯାହାକି ଆନୁମାନିକ ସୌର ଶକ୍ତି ଉତ୍ପାଦନ ସହିତ କିସ୍ତି ପୈଠକୁ ସମନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ସମାଧାନଗୁଡ଼ିକ ବ୍ୟବସାୟଗୁଡ଼ିକୁ ପ୍ରାରମ୍ଭିକ ପୁଞ୍ଜି ଆବଶ୍ୟକତା କମାଇବା ସହିତ ସୌର ଶକ୍ତିରୁ ଦୀର୍ଘକାଳୀନ ସଞ୍ଚୟର ଲାଭ ଉଠାଇବାରେ ସକ୍ଷମ କରେ ।


ଟାଟା ପାୱାର ସୋଲାରୁଫ୍ ଏପର୍ଯ୍ୟନ୍ତ ୨୫ରୁ ଅଧିକ ଫାଇନାନ୍ସିଂ ପାର୍ଟନରଙ୍କ ଏକ ନେଟୱାର୍କ ମାଧ୍ୟମରେ ୮,୫୦୦ କୋଟି ଟଙ୍କାରୁ ଅଧିକ ଋଣ ସୁବିଧା ପ୍ରଦାନ କରିଛି, ଯାହା ଅଧିକରୁ ଅଧିକ ଗ୍ରାହକ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ରୁଫଟପ୍ ସୋଲାର ସମାଧାନ ପାଇବାରେ ସାହାଯ୍ୟ କରୁଛି ।
ବ୍ୟବସାୟଗୁଡ଼ିକୁ ଅକ୍ଷୟ ଶକ୍ତି ଆପଣାଇବା ପାଇଁ ସକ୍ଷମ କରିବା


ଟାଟା ପାୱାର ସୋଲାରୁଫ୍ ବାଣିଜ୍ୟିକ ଏବଂ ଶିଳ୍ପ (ସିଆଣ୍ଡଆଇ) କ୍ଷେତ୍ରରେ ମଧ୍ୟ ନିଜର ଉପସ୍ଥିତି ବିସ୍ତାର କରୁଛି । ଏହା ବସ୍ତ୍ରଶିଳ୍ପ (ଟେକ୍ସଟାଇଲ୍‌), ଇସ୍ପାତ (ଷ୍ଟିଲ୍‌), କୋଲ୍ଡ ଷ୍ଟୋରେଜ୍‌, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି), ହସ୍ପିଟାଲିଟି, ବାୟୋଟେକ୍ନୋଲୋଜି, ଏଫଏମସିଜି, କଞ୍ଜ୍ୟୁମର ଡ୍ୟୁରେବଲ୍ସ, ଅଟୋମୋଟିଭ୍‌, ଡାଟା ସେଣ୍ଟର ଏବଂ ଚା’ ବଗିଚା ସମେତ ବିଭିନ୍ନ କ୍ଷେତ୍ରର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସେବା ଯୋଗାଉଛି । ଏହାର ସମାଧାନଗୁଡ଼ିକ ବ୍ୟବସାୟଗୁଡ଼ିକୁ ପାରମ୍ପରିକ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା କମାଇବା, ଶକ୍ତି ଜନିତ ଖର୍ଚ୍ଚ ସୁଧାରିବା ଏବଂ ସେମାନଙ୍କର ସଷ୍ଟେନେବିଲିଟି ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ସିଷ୍ଟମ୍ ଡିଜାଇନ୍‌, ଇଞ୍ଜିନିୟରିଂ, ସ୍ଥାପନ, ଫାଇନାନ୍ସିଂ ଏବଂ ସ୍ଥାପନ ପରବର୍ତ୍ତୀ ସହାୟତା ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜ୍ ସମାଧାନ ପ୍ରଦାନ କରେ, ଯାହା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କ କାର୍ଯ୍ୟକଳାପରେ ବ୍ୟାପକ ଭାବରେ ଅକ୍ଷୟ ଶକ୍ତି ବ୍ୟବହାର କରିବାକୁ ସକ୍ଷମ କରିଥାଏ ।
ସୂର୍ଯ୍ୟକିରଣ ନଥିବା ସମୟରେ ମଧ୍ୟ ଶକ୍ତି ସ୍ୱାଧୀନତା ପ୍ରଦାନ କରିବା


ପ୍ରକୃତ ଶକ୍ତି ସ୍ୱାଧୀନତା କେବଳ ଦିନ ସମୟରେ ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ମଧ୍ୟରେ ସୀମିତ ନୁହେଁ ବୋଲି ହୃଦୟଙ୍ଗମ କରି, ଟାଟା ପାୱାର ‘ଟାଟା ପାୱାର ବ୍ୟାଟେରୀ ଷ୍ଟୋରେଜ୍‌’ ବ୍ରାଣ୍ଡ ଅଧୀନରେ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସମାଧାନକୁ ନିଜ ସେବାରେ ସାମିଲ କରିଛି । ରୁଫଟପ୍ ସୋଲାର ସହିତ ବ୍ୟାଟେରୀ ଷ୍ଟୋରେଜକୁ ଯୋଡ଼ି, ଗ୍ରାହକମାନେ ଦିନବେଳା ଉତ୍ପାଦିତ ଅତିରିକ୍ତ ସୌର ଶକ୍ତିକୁ ସାଇତି ରଖିପାରିବେ ଏବଂ ସୂର୍ଯ୍ୟକିରଣ ନଥିବା ସମୟରେ ଏହାକୁ ବ୍ୟବହାର କରିପାରିବେ – ଯାହା ସୂର୍ଯ୍ୟକିରଣ ସମୟ ପରେ ମଧ୍ୟ ସ୍ୱଚ୍ଛ ଶକ୍ତିର ଅଧିକ ବ୍ୟବହାରକୁ ସକ୍ଷମ କରିବା ସହ ଶକ୍ତି ସ୍ଥିରତା ବଢ଼ାଇଥାଏ ଏବଂ ମୁଖ୍ୟ ବିଦ୍ୟୁତ୍ ଗ୍ରୀଡ୍ ଉପରେ ନିର୍ଭରଶୀଳତା କମାଇଥାଏ ।
ଆବାସିକ ଗ୍ରାହକମାନଙ୍କ ପାଇଁ, \”ମାଇସିନ୍‌\’ ପୋର୍ଟଫୋଲିଓ ୫ କିଲୋୱାଟ୍ ରୁ ୪୦ କିଲୋୱାଟ୍ ପର୍ଯ୍ୟନ୍ତ ଉନ୍ନତ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମ୍ ପ୍ରଦାନ କରେ । ଏହା ଘର ମାଲିକମାନଙ୍କୁ ଅତିରିକ୍ତ ସୌର ଶକ୍ତି ସାଇତି ରଖିବା ଏବଂ ସନ୍ଧ୍ୟାରେ, ରାତିରେ କିମ୍ବା କମ୍ ସୂର୍ଯ୍ୟକିରଣ ଥିବା ସମୟରେ ବ୍ୟବହାର କରିବାକୁ ସକ୍ଷମ କରେ । ଏହା ପରିବାରଗୁଡ଼ିକୁ ସେମାନଙ୍କ ରୁଫଟପ୍ ସୋଲାର ସିଷ୍ଟମରୁ ସର୍ବାଧିକ ଲାଭ ପାଇବାରେ ଏବଂ ସ୍ୱଚ୍ଛ ଶକ୍ତି ଦ୍ୱାରା ୨୪ ଘଣ୍ଟିଆ ଶକ୍ତି ସ୍ୱାଧୀନତା ଦିଗରେ ଆଗେଇବାରେ ସାହାଯ୍ୟ କରେ ।


ବାଣିଜ୍ୟିକ ଏବଂ ଶିଳ୍ପ (ସିଆଣ୍ଡଆଇ) ଗ୍ରାହକମାନଙ୍କ ପାଇଁ, \”ପାୱାରହବ୍‌\’ ପୋର୍ଟଫୋଲିଓ ୬୦ କିଲୋୱାଟ୍ ରୁ ୫ ମେଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରୁଥିବା ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସମାଧାନ ପ୍ରଦାନ କରେ, ଯାହାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ଏବଂ ଲୋଡ୍ ଆବଶ୍ୟକତା ଅନୁଯାୟୀ ଆହୁରି ବଢ଼ାଯାଇପାରିବ । ଏହି ସିଷ୍ଟମ୍‌ଗୁଡ଼ିକ ବ୍ୟବସାୟଗୁଡ଼ିକୁ ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବୋତ୍ତମ କରିବା, ସର୍ବାଧିକ ବିଦ୍ୟୁତ୍ ଆବଶ୍ୟକତା (ପିକ୍ ପାୱାର) ପରିଚାଳନା କରିବା ଏବଂ ସୌର ଉତ୍ପାଦନ ସମୟ ପରେ ମଧ୍ୟ ସ୍ୱଚ୍ଛ ଶକ୍ତିର ବ୍ୟବହାର ବୃଦ୍ଧି କରିବାରେ ସକ୍ଷମ କରେ । ରୁଫଟପ୍ ସୋଲାର ଏବଂ ବ୍ୟାଟେରୀ ଷ୍ଟୋରେଜ୍ ମିଶି ଏକ ସମନ୍ୱିତ ସ୍ୱଚ୍ଛ ଶକ୍ତି ବ୍ୟବସ୍ଥା ତିଆରି କରନ୍ତି, ଯାହା ଗ୍ରାହକମାନଙ୍କୁ ଆବଶ୍ୟକ ସମୟରେ ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ, ସଂରକ୍ଷଣ, ପରିଚାଳନା ଏବଂ ବ୍ୟବହାର କରିବାକୁ ଅନୁମତି ଦିଏ । ଏହି ମିଳିତ ବ୍ୟବସ୍ଥା କେବଳ ଶକ୍ତି ସ୍ଥିରତାକୁ ସୁଧାରି ନଥାଏ, ବରଂ ଗ୍ରାହକମାନଙ୍କୁ ଅଧିକ ଶକ୍ତି ସ୍ୱାଧୀନତାର ଭବିଷ୍ୟତ ନିକଟକୁ ନେଇଯାଏ – ଯେଉଁଠାରେ ଦିନବେଳା ଉତ୍ପାଦିତ ସ୍ୱଚ୍ଛ ଶକ୍ତି ସୂର୍ଯ୍ୟାସ୍ତ ପରେ ମଧ୍ୟ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଶକ୍ତି ଯୋଗାଇପାରିବ । ଟାଟା ପାୱାର ସୋଲାରୁଫର ରୁଫଟପ୍ ସୋଲାର ସମାଧାନ ପ୍ରତି ଆଗ୍ରହୀ ଥିବା ଗ୍ରାହକମାନେ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ୧୮୦୦୨୫୭୭୭୭୭ ରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *