ଟ୍ରେନ୍ ଆଗକୁ ଡେଇଁ ପ୍ରାଣ ହରାଇଲେ ୨୩ ବର୍ଷୀୟା ଯୁବତୀ

0
Untitled

*ବାରିପଦା,ବାଲେଶ୍ୱର,ଭଦ୍ରକ (୧୭/୦୯(ପ୍ରବାହ ନ୍ୟୁଜ): ଗୋଟିଏ ଅବେଳକାର ଭୁଲ୍ ନିଷ୍ପତ୍ତି ପାଇଁ ଜୀବନ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଆଗରପଡ଼ା ଚାରି ଗାଁ ଅଞ୍ଚଳର ମଧୁସୂଦନ ସାହୁଙ୍କ ଝିଅ ୨୩ ବର୍ଷୀୟା ସ୍ମୁତିସ୍ନିଗ୍ଧା ସାହୁ । ଯିଏକି ବାରିପଦା କୋର୍ଟ ରେ ଟାଇପିଷ୍ଟ ଭାବରେ କାର୍ଯ୍ୟ କରନ୍ତି । ଯୁବତୀ ଜଣଙ୍କ ଗଣେଶ ପୂଜା ଦେଖିବା ପାଇଁ ବାରିପଦା ରୁ ଏକ ସ୍ମୃଟି ଯୋଗେ ବାଲେଶ୍ୱର ଆସିଥିଲେ ।

ଅପରାହ୍ନ ପ୍ରାୟ ୫ ଟାରେ ବାଲେଶ୍ୱର ଷ୍ଟେସନ୍ ଉତ୍ତର ପାର୍ଶ୍ୱ ଅରଡ଼ ବଜାର ଲେଭଲ କ୍ରସିଂ ପୂର୍ବରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶତାବ୍ଦୀ ଏ୍ସପ୍ରେସରେ ଆଗକୁ ଯୁବତୀ ଜଣଙ୍କ ହଟାତ୍ ଦେଇ ପଡ଼ିଥିଲେ। ତେବେ କେଉଁ କାରଣରୁ ଯୁବତୀଙ୍କ ଦୁଇଟି ଗୋଡ଼ ରେଳ ଧାରଣା ଉପରକୁ ଚାଲି ଯିବାରୁ ଗୋଡ ଦୁଇଟି କଟି ଯାଇଥିଲା। ଘଟଣା ସ୍ଥଳରେ ରେଳ ପୋଲିସ ଓ ରେଳ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ତାଙ୍କର ସ୍ୱାସ୍ଥ୍ୟବ୍ୟସ୍ଥା ଗୁରୁତର ହେବାରୁ କଟକ ନେବା ରାସ୍ତାରେ ଯୁବତୀ ଙ୍କୁ ମୃତ୍ୟୁ ହୋଇଥିବା ନେଇ ଦୁଃଖଦ ଖବର ସାମନାକୁ ଆସିଛି । ତେବେ ଯୁବତୀ ଜଣଙ୍କ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲା ଏନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏଥିରେ କିଛି ରହସ୍ୟ ଥାଇପାରେ ବୋଲି ସନ୍ଦେହ କରିଚନ୍ତି ପରିବାର ଲୋକେ। ତେବେ ଏହି ଘଟଣାରେ ପୋଲିସ୍ ସବୁ ଦିଗକୁ ନେଇ ତାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *