୧୪ ଘଣ୍ଟା ପରେ ଘରୁ ଉଦ୍ଧାର ହେଲା ମହାବଳ ବାଘ

0
Untitled

ବାରିପଦା,୨୫/୦୯(ପ୍ରବାହ ନ୍ୟୁଜ):  କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜର ଖପର ଖାଇ ଗାଁରେ ଗୁରୁବାର ରାତିରେ ପ୍ରାୟ ୭–୮ ମାସ ବୟସର ଏକ ବାଘ ଛୁଆ ପ୍ରଥମେ ଗୋରୁ ଗୁହାଳରେ ପଶିଥିଲା। ଗାଁଟି ଶିମିଳିପାଳ ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ପରେ ବାଘ ଛୁଆଟି ଏକ ଖାଲି ଘର ଭିତରେ ରହିଥିଲା। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ଖପର ଖାଇ ଗାଁରେ ଏକ ଘରେ ପଶି ରହିଥିଲା ମହାବଳ ବାଘ

ଶୁକ୍ରବାର ସକାଳେ ବନ ବିଭାଗ ପକ୍ଷରୁ ଯାଞ୍ଚ ପରେ ବାଘ ଛୁଆଟିକୁ ଚିକିତ୍ସା ଆବଶ୍ୟକ ଥିବା ଜଣାପଡ଼ିଥିଲା। ଦିନ ପ୍ରାୟ ୧୨ଟା ସମୟରେ ଏହାକୁ ସୁରକ୍ଷିତ ଭାବେ ଖୁଆଡ଼ ମଧ୍ୟରେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ବାଘ ଛୁଆଟିକୁ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ଯୋଗାଇ ଦିଆଯିବ। ସୁସ୍ଥ ହେବା ପରେ ଏହାକୁ ଶିମିଳିପାଳର କୋର୍ ଅଞ୍ଚଳ ଭିତରେ ଥିବା ଯମୁନାର ଏକ ବଡ଼ ଖୁଆଡ଼କୁ ନିଆଯିବା ସହିତ ଜଙ୍ଗଲରେ ନିଜେ ଶିକାର କରିବା ପାଇଁ ସକ୍ଷମ ହେବା ପରେ ବାଘ ଛୁଆଟିକୁ ପୁନର୍ବାର ଜଙ୍ଗଲରେ ଛାଡ଼ି ଦିଆଯିବ ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ  ଗୁଗୁନାନି ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You may have missed