ଟାଟା ଷ୍ଟିଲର ଖଣ୍ଡବନ୍ଧ ଲୁହାପଥର ଖଣିକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର

ଯୋଡ଼ା, ୨୭/୯: ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ (ଏସ୍ଏଚ୍ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ), ପୂର୍ବାଞ୍ଚଳ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ‘ଏସ୍ଏଚ୍ଇ ଏକ୍ସଲେନ୍ସ ଆୱାର୍ଡ ୨୦୨୫-୨୬’ରେ ଖଣ୍ଡବନ୍ଧ ଲୁହାପଥର ଖଣି ଲାର୍ଜ ସ୍କେଲ୍ ମାଇନିଂ ସେକ୍ଟର ବା ବୃହତ୍ ଆକାରର ଖଣି କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ (ଓଡ଼ିଶା) ବିଜେତା ପୁରସ୍କାର ପ୍ରାପ୍ତ କରିଛି।
ଖଣି ଅଞ୍ଚଳରେ ଶ୍ରେଷ୍ଠତମ ସୁରକ୍ଷା ବ୍ୟବସ୍ଥା, କର୍ମଚାରୀଙ୍କ ସ୍ୱାସ୍ଥ୍ୟସୁରକ୍ଷା ଏବଂ ନିରନ୍ତର ପରିବେଶ ଅନୁକୂଳ ପରିଚାଳନା ନୀତି ପାଳନ ପାଇଁ ଖଣ୍ଡବନ୍ଧ ଲୁହାପଥର ଖଣି ଏହି ସମ୍ମାନ ଲାଭ କରିଛି। କୋଲକାତାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ପକ୍ଷରୁ ସିନିୟର ଏରିଆ ମ୍ୟାନେଜର (ଏକ୍ସକାଭେସନ୍) ଅଭିଷେକ ସିଂହ ଏବଂ ଏରିଆ ମ୍ୟାନେଜର (ସେଫ୍ଟି) ଜୀବିତେଶ କୁମାର ଅନୋଖେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ “କନ୍ସଲ୍ଟିଭୋ ସେଫଟି ଲିଡରଶିପ କୁଇଜ୍ – ୨୦୨୬” ରେ ଭାଗ ନେଇଥିବାରୁ ଜୀବିତେଶ କୁମାରଙ୍କୁ “ଆୱାର୍ଡ ଅଫ୍ ଆପ୍ରିସିଏସନ୍” ସମ୍ମାନରେ ସମ୍ମାନିତ କରାଯାଇଛି।
ଖଣି ଅଞ୍ଚଳରେ ବିପଦମୁକ୍ତ କାର୍ଯ୍ୟପରିବେଶ ସୃଷ୍ଟି କରିବା, କର୍ମଚାରୀଙ୍କୁ ସୁରକ୍ଷା ନିୟମାବଳୀ ପ୍ରତି ସଚେତନ କରାଇବା ଏବଂ ପରିବେଶର ସୁରକ୍ଷା ପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଖଣ୍ଡବନ୍ଧ ଖଣି କ୍ରମାଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି।
ଏହି ସଫଳତା ଦାୟିତ୍ୱବାନ୍ ଏବଂ ସ୍ଥାୟୀ ଖନନ ପ୍ରକ୍ରିୟା ପ୍ରତି ଟାଟା ଷ୍ଟିଲ୍ର ନିରବଚ୍ଛିନ୍ନ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।
