ବେଦାନ୍ତ ଆଲୁମିନିୟମ ପକ୍ଷରୁ ପୋଷଣ ମାସ ଅବସରରେ ପୋଷଣକେନ୍ଦ୍ରିକ ସାମୁଦାୟିକ ପଦକ୍ଷେପ

0
Untitled

ଭୁବନେଶ୍ୱର, ୨୮ ସେପ୍େଟମ୍ବର ୨୦୨୬: ସୁସ୍ଥ ପରିବାର, ସୁଦୃଢ଼ ସମୁଦାୟ ଏବଂ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ହେଉଛି ସୁଷମ ପୋଷଣ । ଏହି ଲକ୍ଷ୍ୟକୁ ନଜରରେ ରଖି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା, ଲାଞ୍ଜିଗଡ଼, ବାଲ୍କୋ ଏବଂ ଏହାର ଖଣି ଅଂଚଳଗୁଡ଼ିକରେ ଜାତୀୟ ପୋଷଣ ମାସ ଅବସରରେ ବିଭିନ୍ନ ପୋଷଣକେନ୍ଦ୍ରିକ ସାମୁଦାୟିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଏକ ମାସିଆ କାର୍ଯ୍ୟକ୍ରମରେ ୩,୬୦୦ରୁ ଅଧିକ ଲୋକ ଉପକୃତ ହୋଇଥିବାବେଳେ ମହିଳା, ଶିଶୁ ଓ ଛାତ୍ରଛାତ୍ରୀଙ୍କୁ ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କିତ ବିଭିନ୍ନ ପଦକ୍ଷେପରେ ସାମିଲ କରାଯାଇଛି । ଏହି ପଦକ୍ଷେପଗୁଡ଼ିକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଖାଦ୍ୟରେ ବିବିଧତା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସଚେତନତା ବଢ଼ାଇବା ସହ ଦୈନନ୍ଦିନ ଜୀବନରେ ସୁସ୍ଥ ଅଭ୍ୟାସ ଆପଣାଇବା ପାଇଁ ସମୁଦାୟଗୁଡ଼ିକୁ ଉତ୍ସାହିତ କରିଛି ।

ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ପୋଷଣ ମାସର ଲକ୍ଷ୍ୟ ହେଉଛି ବିଶେଷକରି ମହିଳା ଓ ଶିଶୁଙ୍କ ମଧ୍ୟରେ ସଚେତନତା ଓ ଆଚରଣଗତ ପରିବର୍ତନ ଜରିଆରେ ପୋଷଣ ସ୍ଥିତିରେ ଉନ୍ନତି ଆଣିବା । ଏହି ଲକ୍ଷ୍ୟ ସହ ତାଳମିଳାଇ ବେଦାନ୍ତ ଆଲୁମିନିୟମ ଏହାର ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟସେବା, ପୋଷଣ, ଶିକ୍ଷା ଓ ମହିଳା ସଶକ୍ତୀକରଣକୁ ଆଗେଇ ନେଉଛି । ଏହାର ପ୍ରମୁଖ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ‘ନନ୍ଦଘର’ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ପୋଷଣ, ସ୍ୱାସ୍ଥ୍ୟସେବା, ଶୈଶବକାଳୀନ ଶିକ୍ଷା ଓ ମହିଳା ସଶକ୍ତୀକରଣର ଆଧୁନିକ କେନ୍ଦ୍ରରେ ପରିଣତ କରୁଛି । ବର୍ତମାନ ୧୬ଟି ରାଜ୍ୟରେ ୧୩,୦୦୦ରୁ ଅଧିକ ‘ନନ୍ଦଘର’ ମାଧ୍ୟମରେ ୪ ଲକ୍ଷରୁ ଅଧିକ ଶିଶୁ ଓ ୩ ଲକ୍ଷ ମହିଳା ବିଭିନ୍ନ ସାମଗ୍ରିକ ବିକାଶମୂଳକ ପଦକ୍ଷେପରୁ ଉପକୃତ ହେଉଛନ୍ତି ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ଏକ ଦେଶର ପ୍ରଗତିର ମୂଳଦୁଆ ହେଉଛି ଏହାର ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା । ସୁସ୍ଥ ସମୁଦାୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଉତମ ପୋଷଣ ମୌଳିକ ଆବଶ୍ୟକତା । ପୋଷଣ ମାସ ସଚେତନତା ବୃଦ୍ଧି, ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହନ ଏବଂ ସୁସ୍ଥତାକୁ ନେଇ ସମୁଦାୟ ସହ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ । ଏହି ପଦକ୍ଷେପଗୁଡ଼ିକ ଜରିଆରେ ମା’, ଶିଶୁ ଓ ସେମାନଙ୍କ ପରିବାରକୁ ସହଯୋଗ କରିବା ସହ ଏକ ସୁସ୍ଥ ଓ ଅଧିକ ସୁଦୃଢ଼ ଭବିଷ୍ୟତ ଗଠନ ପାଇଁ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ଆମେ ପ୍ରତିବଦ୍ଧ ।”

ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପୋଷଣ ମାସ ଅବସରରେ ସମୁଦାୟଗୁଡ଼ିକୁ ଉତମ ସ୍ୱାସ୍ଥ୍ୟ ଓ ପୋଷଣର ଏକ ସାଧାରଣ ଲକ୍ଷ୍ୟ ନେଇ ଏକତ୍ରିତ କରାଯାଇଥିଲା । ଝାରସୁଗୁଡ଼ାର ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ ବାହିନୀର ‘ନନ୍ଦଘର’ରେ ମା’ମାନେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନାମୂଳକ ଅଧିବେଶନରେ ଯୋଗଦେଇ ମାତୃ ପୋଷଣ, ଶିଶୁ ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା ଓ ସୁସ୍ଥ ଖାଦ୍ୟ ପ୍ରଦାନ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ହାସଲ କରିଥିଲେ । ଏହା ଅଂଚଳରେ ବେଦାନ୍ତ ଆଲୁମିନିୟମର ବ୍ୟାପକ ସାମୁଦାୟିକ ପୋଷଣ ପଦକ୍ଷେପର ଅଂଶ ଥିଲା । ଏହି ଅଂଚଳର ୧୩୩ଟି ‘ନନ୍ଦଘର’ ମାଧ୍ୟମରେ ୨,୦୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ଏହି ପଦକ୍ଷେପଗୁଡ଼ିକ ସୁସ୍ଥ ପରିବାର ଓ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୈନନ୍ଦିନ ଜୀବନର ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ନିଷ୍ପତି ବିଷୟରେ ସଚେତନତା ବଢ଼ାଇଛି ।

ଲାଞ୍ଜିଗଡ଼ରେ ସଚେତନତା ସହିତ ସୁସ୍ଥ ଓ ଆତ୍ମନିର୍ଭର ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ରକ୍ତହୀନତା ଚିହ୍ନଟ ଶିବିରରେ ୬୪୪ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷଣଯୁକ୍ତ ରାଗି ଉତ୍ପାଦ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ସ୍ଥାନୀୟ ଭାବେ ଉପଲବ୍ଧ ମାଣ୍ଡିଆ ଭଳି ଶସ୍ୟର ବ୍ୟବହାର ମାଧ୍ୟମରେ ପୋଷଣରେ ଉନ୍ନତି ସହ ଆୟ ବୃଦ୍ଧିର ସମ୍ଭାବନା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ଆୟୋଜିତ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ପରିବାରଗୁଡ଼ିକୁ ସନ୍ତୁଳିତ ଖାଦ୍ୟ ସମ୍ପର୍କରେ ଅବଗତ କରାଇବା ସହ ଘରେ ସୁସ୍ଥ ଖାଦ୍ୟାଭ୍ୟାସ ଆପଣାଇବାକୁ ଉତ୍ସାହିତ କରିଥିଲା ।

ବେଦାନ୍ତର ଖଣି ଅଂଚଳଗୁଡ଼ିକରେ ମଧ୍ୟ ଏହି ଅଭିଯାନ ଜାରି ରହିଥିଲା । ୧୩ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୫୫୯ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇ ପୋଷଣ ଓ ସୁସ୍ଥତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଲୋକରେ ଏହି ଆଲୋଚନା ଦୈନନ୍ଦିନ ଜୀବନର ସୁସ୍ଥ ଅଭ୍ୟାସ ସହ ଯୋଡ଼ାଯାଇଥିଲା । ‘ଆରୋଗ୍ୟ’ ଓ ‘ନନ୍ଦଘର’ ପ୍ରକଳ୍ପ ଅଧୀନରେ ୪୭୩ ଜଣ ମା’, ଶିଶୁ ଓ ସମୁଦାୟ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏଥିରେ ଖାଦ୍ୟରେ ବିବିଧତା, ଶିଶୁଙ୍କୁ ସୁସ୍ଥ ଖାଦ୍ୟ ପ୍ରଦାନ ଅଭ୍ୟାସ ଏବଂ ସ୍ଥାନୀୟ ଭାବେ ଉପଲବ୍ଧ ଉପାଦାନରେ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଯଦିଓ ଜାତୀୟ ପୋଷଣ ମାସ ଏକ ମାସ ଧରି ପାଳନ କରାଯାଏ, ଏହାର ପ୍ରଭାବ ତା’ଠାରୁ ବହୁ ଦୂର ପର୍ଯ୍ୟନ୍ତ ରହିଥାଏ । ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କରେ ପରିବାରଗୁଡ଼ିକୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରି ବେଦାନ୍ତ ଆଲୁମିନିୟମ ସୁଦୃଢ଼ ସାମୁଦାୟିକ ବିକାଶର ମୂଳଦୁଆକୁ ଆହୁରି ମଜବୁତ କରୁଛି । ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ସଶକ୍ତୀକରଣ ଓ ସ୍ଥାୟୀ ଜୀବିକା ଭଳି କ୍ଷେତ୍ରରେ କମ୍ପାନୀର ବ୍ୟାପକ ପଦକ୍ଷେପ ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ କମ୍ପାନୀର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ଏହା ସୁସ୍ଥ, ସୁଦୃଢ଼ ଓ ଆତ୍ମନିର୍ଭର ସମୁଦାୟ ଗଠନରେ ସହାୟକ ହେଉଛି ।

Leave a Reply

Your email address will not be published. Required fields are marked *