ଅଙ୍କୁରା ହସପିଟାଲ ସ୍ୱତନ୍ତ୍ର ମାତୃ ଦିବସ ସମାବେଶ ଆୟୋଜନ କଲା

0
Pic- Ankura Hospital

ଭୁବନେଶ୍ୱର : ଅଙ୍କୁରା ହସପିଟାଲ, ବେବି ଷ୍ଟୁଡିଓ ବାଏ ଅଙ୍କିତା ଏବଂ ସମ୍ମାନାସ୍ପଦ ଗୋଷ୍ଠୀ ସହଭାଗୀମାନଙ୍କ ସହିତ ଭୁବନେଶ୍ୱରରେ ନିର୍ଦ୍ଦିଷ୍ଟ ଭାବରେ ମା’ ହେବାକୁ ଯାଉଥିବା, ନୂଆକରି ମା’ ହୋଇଥିବା ଏବଂ ଯୁବ ପରିବାରମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ମାତୃ ଦିବସ ସମାବେଶ ସଫଳତାର ସହିତ ଆୟୋଜନ କରିଥିଲା ।
ଏହି କାର୍ଯ୍ୟକ୍ରମରେ ମା’ମାନେ, ସ୍ୱାସ୍ଥ୍ୟସେବା ବିଶାରଦ, ମାନସିକ ସୁସ୍ଥତା ସପକ୍ଷବାଦୀ, ପ୍ରଶିକ୍ଷକ ଏବଂ ସନ୍ତାନ ଲାଳନ ପାଳନକାରୀ ବ୍ରାଣ୍ଡ୍‍ଗୁଡିକ ଗୋଟିଏ ଛାତ ତଳେ ମାତୃତ୍ୱକୁ ନେଇ ଆନନ୍ଦ ଉତ୍ସାହ ପାଳନ କରିବାକୁ ସମବେତ ହୋଇଥିଲେ ଏବଂ ସେହି ସମୟରେ ମାତୃତ୍ୱକାଳୀନ ସୁସ୍ଥତା, ଭାବଗତ ସମର୍ଥନ ଏବଂ ଗୋଷ୍ଠୀ ସହିତ ସଂଯୁକ୍ତ ହେବାର ଗୁରୁତ୍ୱ ଉପରେ ଜୋର୍‍ ଦିଆଯାଇଥିଲା । ଅଙ୍କୁରା ହସପିଟାଲରେ ମାତୃତ୍ୱକୁ ଏକ ଡାକ୍ତରୀ ଯାତ୍ରାର ବହୁ ଊର୍ଦ୍ଧ୍ୱରେ ବିବେଚନା କରାଯାଉଛି । ଏହା ଏକ ଭାବଗତ, ଶାରୀରିକ ଏବଂ ରୂପାନ୍ତରଣକାରୀ ଅନୁଭୂତି ଯାହା ଯତ୍ନ, ଶିକ୍ଷା, ସମର୍ଥନ ଏବଂ ଆନନ୍ଦ ପାଳନ ପାଇଁ ହକ୍‍ଦାର । ଏହି ପ୍ରୟାସ ଜରିଆରେ ଅଙ୍କୁରା ହସପିଟାଲ ଏକ ନିରାପଦ ଏବଂ ନିୟୋଜନକାରୀ ସ୍ଥାନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ମା’ମାନେ:

  • ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କ ସହିତ ସଂଯୁକ୍ତ ହୋଇପାରିବେ
  • ମାତୃତ୍ୱକାଳୀନ ସୁସ୍ଥତା ସମ୍ପର୍କିତ ସଚେତନତାର ସୁଯୋଗ ନେଇପାରିବେ
  • ଅର୍ଥପୂର୍ଣ୍ଣ ସହକର୍ମୀ ସମର୍ଥନ ନେଟୱର୍କ ତିଆରି କରିପାରିବେ
  • ପରିବାର-ଦୃଷ୍ଟିନିବଦ୍ଧକାରୀ ନିୟୋଜନଭିତ୍ତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ
  • ଏକ ଉଷ୍ଣ ଓ ସକାରାତ୍ମକ ପରିବେଶରେ ମାତୃତ୍ୱକୁ ନେଇ ଖୁସି ମନାଇପାରିବେ ।
    ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଅଙ୍କୁରା ହସପିଟାଲ ଟିମ୍‍ କହିଥିଲେ ଯେ ଆଧୁନିକ ପିତା ମାତା ହେବାର ଯାତ୍ରା ଅନେକ ସମୟରେ ଭାବଗତ ଚାପ, ଏକାକିତ୍ୱ, ମାତ୍ରାଧିକ ସୂଚନା ଏବଂ ଉତ୍କଣ୍ଠା ସହିତ ଆସୁଛି- ବିଶେଷକରି ପ୍ରଥମ କରି ମା’ ହେଉଥିବା ଏବଂ ଯୁବ ପରିବାରଗୁଡିକ କ୍ଷେତ୍ରରେ ଏହା ଘଟୁଛି । ଏହିଭଳି ଗୋଷ୍ଠୀ-ପରିଚାଳିତ ଅନୁଭୂତିଗୁଡିକ ମା’ମାନଙ୍କ କଥା ଶୁଣିବା, ସେମାନଙ୍କୁ ସମର୍ଥନ ଯୋଗାଇବା ଓ ସଂଯୁକ୍ତ ରହିବାରେ ସହାୟକ ଭୂମିକା ନିର୍ବାହ କରୁଛି ।
    ଅଙ୍କୁରା ହସପିଟାଲର ଦୃଢ ବିଶ୍ୱାସ ଯେ ସ୍ୱାସ୍ଥ୍ୟସେବା ହସପିଟାଲ ଚାରି କାନ୍ଥ ବାହାରେ ମଧ୍ୟ ପରିବ୍ୟାପ୍ତ । ମା’ମାନେ ଓ ପରିବାରଗୁଡିକ ପାଇଁ ଭାବଗତ ପରିବ୍ୟବସ୍ଥା ଏବଂ ସମର୍ଥନକାରୀ ଗୋଷ୍ଠୀ ସୃଷ୍ଟି ପୂର୍ଣ୍ଣାଙ୍ଗ ସୁସ୍ଥତା ସୁନିଶ୍ଚିତ କରିବାକୁ ସମ ଭାବରେ ଗୁରୁତ୍ୱପୂର୍ଣ୍ଣ ।
    ଏହି କାର୍ଯ୍ୟକ୍ରମରେ ମଧ୍ୟ ମାତୃତ୍ୱକାଳୀନ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା, ଯେଉଁ ବିଷୟର ଉଭୟ ମା’ ଓ ପିଲାମାନଙ୍କ ଉପରେ ପ୍ରତ୍ୟକ୍ଷ ପ୍ରଭାବ ରହିଥିବା ସତ୍ତ୍ୱେ ଅନେକ ସମୟରେ ତାହାକୁ ଅଣଦେଖା କରାଯାଇଥାଏ । ମନମ୍‍ ଫାଉଣ୍ଡେସନ୍‍ ଭଳି ସଂଗଠନଗୁଡିକ ସହଯୋଗୀତା ଜରିଆରେ ଏହି ସମାବେଶରେ ମାତୃତ୍ୱ କାଳେୀ ଭାବଗତ ସୁସ୍ଥତା, ସମର୍ଥନକାରୀ ବ୍ୟବସ୍ଥା ଏବଂ ନିଜର ଯତ୍ନକୁ ନେଇ ଆଲୋଚନାକୁ ଉତ୍ସାହିତ କରାଯାଇଥିଲା ।
    ହସପିଟାଲ ପକ୍ଷରୁ ପୁନଶ୍ଚ ମଜଭୁତ ପିତୃତ୍ୱ ମାତୃତ୍ୱକାଳୀନ ଗୋଷ୍ଠୀ ତିଆରି କ୍ଷେତ୍ରରେ ସହଭାଗୀତାର ଗୁରୁତ୍ୱ ଉପରେ ଜୋର୍‍ ଦିଆଯାଇଥିଲା । ବେବି ଷ୍ଟୁଡିଓ ବାଏ ଅଙ୍କିତା, ମକ୍ଟମକ୍ଟ, ଲିଟଲ ହାର୍ଭାର୍ଡ ପ୍ରିସ୍କୁଲ ଏବଂ ମନମ୍‍ ଫାଉଣ୍ଡେସନ୍‍ ଭଳି ବ୍ରାଣ୍ଡ୍‍ ଓ ସଂଗଠନଗୁଡିକ ସହିତ ସହଯୋଗୀତା ଏ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅଭିଭାବକ ସମର୍ଥନ, ସୃଜନଶୀଳତା, ସୁସ୍ଥତା ଏବଂ ପରିବାର ନିୟୋଜନତାକୁ ଗୋଟିଏ ଅର୍ଥପୂର୍ଣ୍ଣ ଅନୁଭୂତିରେ ପରିଣତ କରିପାରିବ ବୋଲି କୁହାଯାଇଥିଲା ।
    ମାତୃ ଦିବସ ସମାବେଶ ନିମନ୍ତେ ଅଂଶଗ୍ରହଣକାରୀ ପରିବାରସମୂହ ପକ୍ଷରୁ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ତାହା ଭୁବନେଶ୍ୱରରେ ମହିଳାମାନଙ୍କର ସ୍ୱାସ୍ଥ୍ୟଯତ୍ନ, ମାତୃତ୍ୱକାଳୀନ ସୁସ୍ଥତା, ଶିଶୁର ବିକାଶ ଓ ଗୋଷ୍ଠୀ ନିର୍ମାଣ ପ୍ରୟାସ ଦିଗରେ ଅଙ୍କୁରା ହସପିଟାଲର ଜାରି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।
    ଚିକିତ୍ସାଗତ ଯତ୍ନର ଉର୍ଦ୍ଧ୍ୱରେ ସମର୍ଥନ, ଶିକ୍ଷା ଯୋଗାଇବା ଏବଂ ମା’ମାନଙ୍କୁ ଓ ପରିବାରଗୁଡିକୁ ସଶକ୍ତ କରୁଥିବା ଏହିଭଳି ଅଧିକରୁ ଅଧିକ ପ୍ରଭାବୀ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଅଙ୍କୁରା ହସପିଟାଲ ଉତ୍ସର୍ଗୀକୃତ ରହିଛି- କାରଣ ସୁସ୍ଥ ଗୋଷ୍ଠୀ ସମର୍ଥନ ଯୋଗାଇ ଦିଆଯାଉଥିବା ମା’ମାନଙ୍କ ସହିତ ଆରମ୍ଭ ହୋଇଥାଏ ।

Leave a Reply

Your email address will not be published. Required fields are marked *

You may have missed