ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା

0
Photo_Big_96487a8e-0680-4680-8d59-e88990747a95_DSCN3523

ଧାମରା, ୧୪.୦୫.୨୦୨୬: ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଧାମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଛାତ୍ରୀ ପ୍ରଦିପ୍ତୀ ଷଡ଼ଙ୍ଗୀ ୮୭ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଶର୍ମିଷ୍ଠା ମାଇତି ଓ ଶୁଭଶ୍ରୀ ଦାସ ୭୭.୬୦ ପ୍ରତିଶତ ନମ୍ବର ରଖିଛନ୍ତି ଏବଂ କ୍ରାନ୍ତି ରୋଶନ ମହାନ୍ତି ୭୧.୮୦ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନର ଗୌରବ ହାସଲ କରିଛନ୍ତି ।

ସମସ୍ତ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ଏବଂ ଏଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେୟ ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କ ଅବିରାମ ଉଦ୍ୟମ ସହ ଅଭିଭାବକ ତଥା ଆଦାନୀ ଫାଉଣ୍ଡେସନର ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନ ଶତ ପ୍ରତିଶତ ସଫଳତା ହାସଲ କରିପାରିଛି ବୋଲି ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡଙ୍ଗୀ କହିଛନ୍ତି ।

ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ ଡିଏଭି ଓଡ଼ିଶା ଜୋନ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ.କେଶବ ଚନ୍ଦ୍ର ଶତପଥୀ, ଆଞ୍ଚଳିକ ଅଧିକାରୀ ଡ. ସୁଜାତା ସାହୁ, ସହ-ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ଇପ୍‌ସିତା ଦାସ ଏବଂ ଆଦାନୀ ଫାଉଣ୍ଡେସନର ସିଇଓ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ଠକର ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You may have missed