ବେଦାନ୍ତ ଆଲୁମିନିୟମର ଦୃଢ ଶୁଭାରମ୍ଭ : ଲାଭ ୨୦୫% ବୃଦ୍ଧି ପାଇ ଟ.୬,୫୯୭ କୋଟି ପହଂଚିଥିବାବେଳେ ଇବିଆଇଟିଡିଏ ୧୩୪% ବୃଦ୍ଧି ପାଇ ଟ.୧୦,୪୯୯ କୋଟିରେ ପହଂଚିଛି

ଭୁବନେଶ୍ୱର, ଜୁଲାଇ ୩୦, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ବିଏସଇ:୫୪୪୭୮୦,ଏନଏସଇ:ଭିଏଏମଏଲ ) ୩୦ ଜୁନ୍ ୨୦୨୬ରେ ସମାପ୍ତ ପ୍ରଥମ ତ୍ରୈମାସିକ ପାଇଁ ଏହାର ଅନିରୀକ୍ଷିତ ଆର୍ôଥକ ଫଳାଫଳ ଘୋଷଣା କରିଛି । ସ୍ୱାଧୀନ କମ୍ପାନି ଭାବେ ପ୍ରଥମ ତ୍ରୈମାସିକରେ କମ୍ପାନି ରେକର୍ଡ ଆର୍ôଥକ ପ୍ରଦର୍ଶନ, ସର୍ବାଧିକ ଉତ୍ପାଦନ, ବ୍ୟୟ ଦକ୍ଷତା ଏବଂ କୌଶଳଗତ ସମନ୍ୱୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ପ୍ରତି ଇକ୍ୱିଟି ସେୟାର ପିଛା ଟ.୮ ହାରରେ ପ୍ରଥମ ଅନ୍ତରୀଣ ଲାଭାଂଶ ପ୍ରଦାନକୁ ଅନୁମୋଦନ କରିଛନ୍ତି । କମ୍ପାନିର ରାଜସ୍ୱ ସର୍ବକାଳୀନ ସର୍ବାଧିକ ଟ.୨୧,୧୦୫ କୋଟିରେ ପହଂଚିଛି, ଯାହା ତ୍ରୈମାସିକ ଭିତିରେ ୧୩% ଏବଂ ବାର୍ଷିକ ଭିତିରେ ୪୫% ବୃଦ୍ଧି ପାଇଛି । ଉତ୍ପାଦନ ପରିମାଣ ଓ ବଜାର ମୂଲ୍ୟ ବୃଦ୍ଧି ଏହାର ପ୍ରମୁଖ କାରଣ । ଇବିଆଇଟିଡିଏ (ଇବିଆଇଟିଡିଏ) ୨୪% ତ୍ରୈମାସିକ ଓ ୧୩୪% ବାର୍ଷିକ ବୃଦ୍ଧି ସହ ଟ.୧୦,୪୯୯ କୋଟିରେ ପହଂଚିଛି ।
ଏହା ସହିତ କମ୍ପାନିର ଇବିଆଇଟିଡିଏ ମାର୍ଜିନ୍ ସର୍ବାଧିକ ୫୦%କୁ ବୃଦ୍ଧି ପାଇଛି । କର ପରବର୍ତୀ ଲାଭ (ପାଟ) ଟ.୬,୫୯୭ କୋଟିରେ ପହଂଚିଛି, ଯାହା ତ୍ରୈମାସିକ ଭିତିରେ ୩୩% ଏବଂ ବାର୍ଷିକ ଭିତିରେ ୨୦୫% ବୃଦ୍ଧିକୁ ପ୍ରତିଫଳିତ କରୁଛି । ଋଣ ହ୍ରାସ ପଦକ୍ଷେପ ଯୋଗୁଁ କମ୍ପାନିର ନେଟ୍ ଡେବ୍ଟ-ଟୁ-ଇବିଆଇଟିଡିଏ ଅନୁପାତ କ୍ୟୁ୪
ଆର୍ôଥକ ବର୍ଷ୨୬ରେ ୧.୩ ଗୁଣରୁ କମି ୦.୯ ଗୁଣକୁ ଆସିଛି । ଏହି ସୁଦୃଢ଼ ଆର୍ôଥକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କ୍ରିସିଲ୍ ଓ ଆଇସିଆରଏ କମ୍ପାନିର କ୍ରେଡିଟ୍ ରେଟିଂକୁ ଏଏ+ (ସ୍ଥିର)କୁ ଉନ୍ନୀତ କରିଛି । ପ୍ରଥମ ତ୍ରୈମାସିକରେ କମ୍ପାନି ୬୩୨ କିଲୋଟନ୍ (କେଟି) ଆଲୁମିନିୟମ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସ୍ଥାପନ କରିଛି ।ଏହା ତ୍ରୈମାସିକ ଭିତିରେ ୩% ଏବଂ ବାର୍ଷିକ ଭିତିରେ ୫% ବୃଦ୍ଧି ପାଇଛି । ଭାଲ୍ୟୁ-ଆଡେଡ୍ ପ୍ରଡକ୍ଟ (ଭିଏପି) ଉତ୍ପାଦନ ମଧ୍ୟ ୩୮୯ କେଟିରେ ପହଂଚି ସର୍ବାଧିକ ସ୍ତର ଛୁଇଁଛି, ଯାହା ତ୍ରୈମାସିକ ଭିତିରେ ୪% ଏବଂ ବାର୍ଷିକ ଭିତିରେ ୧୪% ବୃଦ୍ଧି ପାଇଛି । ଆଲୁମିନା ଉତ୍ପାଦନ ୮୨୬ କେଟିରେ ପହଂଚି ବାର୍ଷିକ ଭିତିରେ ୪୧% ବୃଦ୍ଧି ହାସଲ କରିଛି ।
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମ ବିଶ୍ୱର ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଓ ସମ୍ପୂର୍ଣ୍ଣ ସମନ୍ୱିତ ଆଲୁମିନିୟମ ବ୍ୟବସାୟ ଗଢ଼ି ତୋଳିବା ଦିଗରେ ଅଗ୍ରସର ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ କମ୍ପାନି କଂଚାମାଲ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି । କମ୍ପାନିର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ହୋଲ୍-ଟାଇମ୍ ଡାଇରେକ୍ଟର ଓ ସିଇଓ ରାଜେଶ କୁମାର କହିଛନ୍ତି, “ସ୍ୱାଧୀନ କମ୍ପାନି ଭାବେ ଆମର ନୂଆ ଅଧ୍ୟାୟର ଆରମ୍ଭ ଦୃଢ଼ ପରିଚାଳନାଗତ ଓ ଆର୍ôଥକ ପ୍ରଦର୍ଶନ ସହ ହୋଇଛି । ବ୍ୟବସାୟିକ ସ୍ଥିରତା, ଶୃଙ୍ଖଳିତ କାର୍ଯ୍ୟାନ୍ୱୟନ ଏବଂ ଦୀର୍ଘମିଆଦୀ ଦୃଷ୍ଟିକୋଣର ସଫଳ ସମନ୍ୱୟ ଏହାର ମୂଳ ଆଧାର । ବଦଳୁଥିବା ବୈଶ୍ୱିକ ପରିସ୍ଥିତିରେ ସମ୍ବଳ ସୁରକ୍ଷା, କାର୍ଯ୍ୟକ୍ଷମ ସମନ୍ୱୟ ଓ ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଆମର ଗୁରୁତ୍ୱ ଆମର ପ୍ରତିଯୋଗିତାମୂଳକ କ୍ଷମତାକୁ ଆହୁରି ମଜବୁତ କରିଛି ।” କମ୍ପାନିର ମୁଖ୍ୟ ଆର୍ôଥକ ଅଧିକାରୀ (ସିଏଫଓ) ଅନୁପ ଅଗ୍ରୱାଲ କହିଛନ୍ତି, “ସ୍ୱାଧୀନ କମ୍ପାନି ଭାବେ ଆମର ପ୍ରଥମ ତ୍ରୈମାସିକ ରେକର୍ଡ ରାଜସ୍ୱ, ଇବିଆଇଟିଡିଏ ଓ କର ପରବର୍ତୀ ଲାଭ ସହ ଏକ ଶକ୍ତିଶାଳୀ ଆରମ୍ଭ ହୋଇଛି । ସୁଦୃଢ଼ ବାଲାନ୍ସ ସିଟ୍ ଓ ଉନ୍ନତ କ୍ରେଡିଟ୍ ପ୍ରୋଫାଇଲ୍ ଆମର ଦୀର୍ଘମିଆଦୀ ବିକାଶ ଯୋଜନାକୁ ଅଧିକ ଗତି ପ୍ରଦାନ କରିବ । ଉର୍ଜା ପରିବର୍ତନ, ଭିତିଭୂମି ବିକାଶ, ପରିବହନ, ପ୍ୟାକେଜିଂ ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବଢୁଥିବା ଚାହିଦାକୁ ଆମେ ଆମର ସମନ୍ୱିତ ଭାଲ୍ୟୁ ଚେନ୍ ଓ ଭାଲ୍ୟୁ- ଆଡେଡ୍ ପୋର୍ଟଫୋଲିଓ ମାଧ୍ୟମରେ ପୂରଣ କରିବାକୁ ପ୍ରତିବଦ୍ଧ ।”
କ୍ୟୁ୧ ଆର୍ଥିକ ବର୍ଷ୨୭ ଇଏସଜିର ମୁଖ୍ୟ ସଫଳତା ମଧ୍ୟରେ: ସାମାଜିକ ପଦକ୍ଷେପ: କମ୍ପାନିର ଆବଶ୍ୟକତାଭିତିକ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୪ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୭୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଶକ୍ତ କରାଯାଇଥିବା ବେଳେ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ୨୭ ଲକ୍ଷ ମହିଳା ଓ ଶିଶୁଙ୍କୁ ସହାୟତା ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା: ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ବାର୍ଷିକ ଭିତିରେ ୩୮% ବୃଦ୍ଧି ପାଇ ୭୦୧ ମିଲିୟନ୍ ୟୁନିଟ୍ ରେ ପହଂଚିଛି । କମ୍ପାନି ପ୍ରାୟ ୪.୯ ମିଲିୟନ୍ ଘନମିଟର ଜଳ ପୁନଃବ୍ୟବହାର କରିବା ସହିତ ଫ୍ଲାଏ ଆଶ୍ ବ୍ୟବହାର ହାରକୁ ୧୨୦%ରେ ପହଂଚାଇଛି । ଖଣି ପୁନରୁଦ୍ଧାର ଓ ସ୍ୱଦେଶୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୨୯ ଲକ୍ଷ ବୃକ୍ଷରୋପଣ କରାଯାଇଛି । କର୍ମକ୍ଷେତ୍ର: ପ୍ରଥମ ତ୍ରୈମାସିକରେ କମ୍ପାନି କର୍ମକ୍ଷେତ୍ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି । ଲଷ୍ଟ ଟାଇମ୍ ଇଞ୍ଜୁରି (ଏଲଟିଆଇ) ଓ ଏଲଟିଆଇଏଫଆରରେ ଉନ୍ନତି ଆସିଛି । ନେତୃତ୍ୱସ୍ତରୀୟ ସୁରକ୍ଷା ପରିଦର୍ଶନ, କ୍ରିଟିକାଲ୍ ରିସ୍କ ମ୍ୟାନେଜମେଂଟ ଫ୍ରେମୱାର୍କ ଓ ସାଇଟଭିତିକ ସୁରକ୍ଷା ପଦକ୍ଷେପକୁ ଆହୁରି ମଜବୁତ କରାଯାଇଛି । ସେହିପରି କମ୍ପାନିରେ ୨୧% ମହିଳା କର୍ମଚାରୀ ଅଂଶଗ୍ରହଣ ଏବଂ ୩୫ରୁ ଅଧିକ ଏଲଜିବିଟିକ୍ୟୁ+ କର୍ମଚାରୀଙ୍କ ଉପସ୍ଥିତି ସହ ଏକ ସମାବେଶୀ ଓ ଭବିଷ୍ୟତମୁଖୀ କର୍ମ ପରିବେଶ ଗଠନ ଜାରି ରହିଛି ।
