ରୁଟପ୍ ସୋଲାର ସଚେତନତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖୋର୍ଦ୍ଧାରେ ପହଞ୍ଚିଲା ସୋଲାର ରଥ ଅଭିଯାନ

ଭୁବନେଶ୍ୱର, ଅଗଷ୍ଟ ୦୪, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁ୍ତ ବିଜିଲି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, ଏହାର ୍ରସାର କରିବା ଏବଂ ରୁଟପ୍ ସୋଲାର ସିଷ୍ଟମ୍ ଆପଣାଇବାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୋଲାର ରଥ ର ଶୁଭାରମ୍ଭ କରିଛି । ଏହି ସୋଲାର ରଥକୁ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଉପଭୋକ୍ତା ସୁରକ୍ଷା ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉପଭୋକ୍ତା ମାନଙ୍କୁ ରୁଟ୍ ସୋଲାରର ଲାଭ, ମିଳୁଥିବା ସବସିଡି ଏବଂ ରୁଟପ୍ ସୋଲାର ସ୍ଥାପନା ପ୍ରକ୍ରିୟା ବିଷୟରେ ଶିକ୍ଷିତ କରିବା ପାଇଁ ଏହି ସୋଲାର ରଥ ସମଗ୍ର ଖୋର୍ଦ୍ଧା ଜିଲ୍ଲା ପରିକ୍ରମା କରିବ । ପରିବାରଗୁଡ଼ିକ ସହିତ ଆଲୋଚନା କରିବା, ଉପଭୋକ୍ତାଙ୍କ ପ୍ରଶ୍ନର ଉତ୍ତର ଦେବା ଏବଂ ସ୍ୱଚ୍ଛ ଓ ସୁଲଭ ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ତାଲିମପ୍ରାପ୍ତ ସୋଲାର ସାଙ୍ଗ ଏହି ସୋଲାର ରଥ ସହିତ ଯାତ୍ରା କରୁଛନ୍ତି । ଏହି ପଦକ୍ଷେପ ବିଷୟରେ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ରୁଟପ୍ ସୋଲାର ବିଷୟରେ
ସଚେତନତା ସୃଷ୍ଟି କରିବାରେ ଏବଂ ଅଧିକରୁ ଅଧିକ ରିବାରକୁ ିଏମ୍ ସୂର୍ଯ୍ୟ ଘର: ମୁ୍ତ ବିଜିଲି ଯୋଜନାର ଲାଭ ଉଠାଇବା ପାଇଁ ଉତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
୧୦,୦୦୦ରୁ ଅଧିକ ରୁଟପ୍ ସୋଲାର ଇନଷ୍ଟଲେସନ କରିବାରେ ଓଡ଼ିଶାର ୍ରଥମ ଜିଲ୍ଲା ଭାବରେ ଖୋର୍ଦ୍ଧା ସ୍ୱଚ୍ଛ ଶକ୍ତି ଆପଣାଇବାରେ ଏକ ମାନଦଣ୍ଡ ସ୍ଥାନ କରିଛି । ଏହି ଦକ୍ଷେ ଇନଷ୍ଟଲେସନ ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ସୌର ପରିବର୍ତ୍ତନରେ ଜିଲ୍ଲାର ନେତୃତ୍ୱକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।” ଶ୍ରୀ ଜ୍ୟୋତି ଶଙ୍କର ସାହୁ କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ରୁଟପ୍ ସୋଲାର ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବ ଏବଂ ଅଧିକରୁ ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର: ମୁ୍ତ ବିଜିଲି ଯୋଜନାରୁ ଲାଭବାନ ହେବା ।ଇଁ ଉତ୍ସାହିତ କରିବ । ଏହି ଦକ୍ଷେ ମାଧ୍ୟମରେ ସୋଲାର ରଥ ଜିଲ୍ଲାର ସମସ୍ତ ଗ୍ରାମପାୟତ ଏବଂ ବ୍ଲକରେ ହି ବ୍ୟାପକ ସଚେତନତା ସୃଷ୍ଟି କରିବ ଏବଂ ରୁଟପ୍ ସୋଲାରର ବ୍ୟବହାରକୁ ଆହୁରି ବୃଦ୍ଧି କରିବ ।” ସୋଲାର ରଥ ଅଭିଯାନର ଶୁଭାରମ୍ଭ ଅବସରରେ ଟିପିସିଓଡିଏଲର ସିଇଓ ଗଜାନନ ଏସ. କାଲେ କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ଉପଭୋକ୍ତା ମାନଙ୍କ ପାଖକୁ ସିଧାସଳଖ ତଥ୍ୟ ଓ ସଚେତନତା ପହଞ୍ଚାଉଛି, ଯାହା ସେମାନଙ୍କୁ ରୁଟ୍ ସୋଲାର ବିଷୟରେ ସଠିକ୍ ନିଷ୍ପତ୍ତି ନେବାରେ ସମର୍ଥ କରୁଛି । ିଏମ୍ ସୂର୍ଯ୍ୟ ଘର: ମୁ୍ତ ବିଜିଲି ଯୋଜନା ଅଧୀନରେ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଏବଂ ଅଧିକରୁ ଅଧିକ ପରିବାରକୁ ସୁଲଭ ଓ ଦୀର୍ଘସ୍ଥାୟୀ ବିଦ୍ୟୁତର ଲାଭ ପହଞ୍ଚାଇ ସଶକ୍ତ କରିବା ।” ପିଏମ୍ ସୂର୍ଯ୍ୟ ଘର: ମୁ୍ତ ବିଜିଲି ଯୋଜନା ରେ ଅଧିକ ସହଭାଗିତାକୁ ଉତ୍ସାହିତ କରିବା ଏବଂ ଓଡ଼ିଶାକୁ ଏକ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଆଡ଼କୁ ନେବାରେ ସାହାଯ୍ୟ କରିବା ।ଇଁ ଟିପିସିଓଡିଏଲ୍ ନିଜର ସେବାଯୋଗାଣ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା
କାର୍ଯ୍ୟକ୍ରମ ଜାରି ରଖିଛି ।
